Iran: ଶାନ୍ତି ଆଲୋଚନା ବିଫଳ: ଆମେରିକାକୁ ଧମକାଇଲା ଇରାନ

5 hours ago 1
ARTICLE AD BOX

ତେହେରାନ୍: ଆମେରିକା ସହ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ଇରାନ ପକ୍ଷରୁ କଡ଼ା ଚେତାବନୀ ଜାରି କରାଯାଇଛି। ଆମେରିକା ପୁଣି ଇରାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ, ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଇରାନ ସେନା କହିଛି। ସେନା ମୁଖପାତ୍ର ମହମ୍ମଦ ଆକ୍ରାମିନିଆ କହିଛନ୍ତି ଯେ ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି ଏବଂ ଏଥର ଆମେରିକାକୁ ଆହୁରି ଅଧିକ କ୍ଷତି ସହିବାକୁ ପଡ଼ିବ। ଇରାନର ସରକାରୀ ଗଣମାଧ୍ୟମରେ ଏହି ବକ୍ତବ୍ୟ ପ୍ରକାଶ ପାଇଛି।

ଆହୁରି ପଢନ୍ତୁ :Crocodile sighting: ମହେନ୍ଦ୍ରତନୟାରେ କୁମ୍ଭୀର ଦୃଶ୍ୟମାନ! ଅନ୍ୟ ନଦୀରୁ ଆସିଥିବା ନେଇ ଚର୍ଚ୍ଚା

ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଜଳପଥକୁ ପୁଣି ଖୋଲିବା ପାଇଁ ଦିଆଯାଇଥିବା ୭ ଦିନିଆ ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିବା ପରେ ଇରାନ ସେନା ଏପରି ବକ୍ତବ୍ୟ ଦେଇଛି। ଟ୍ରମ୍ପ କହିଛନ୍ତି ଯେ, ‘ସେମାନେ ଏକ ପ୍ରସ୍ତାବ ଦେଇଥିଲେ, କିନ୍ତୁ ମୁଁ ଏହାକୁ ନାକଚ କରିଦେଇଛି। ସେମାନେ ଯୁଦ୍ଧରେ ବହୁତ ଖରାପ ଭାବେ ହାରୁଥିବାରୁ ଜଳପଥକୁ ତୁରନ୍ତ ଖୋଲିବା ପାଇଁ ଚୁକ୍ତି କରିବାକୁ ଚାହୁଛନ୍ତି।’ ତେବେ ଟ୍ରମ୍ପଙ୍କ ଏହି ବକ୍ତବ୍ୟ ସତ୍ତ୍ୱେ, ମଧ୍ୟସ୍ଥ କତର ଏବଂ ପାକିସ୍ତାନ ଜରିଆରେ ଆମେରିକାର ସ୍ପଷ୍ଟ ଉତ୍ତରକୁ ଇରାନ ଅପେକ୍ଷା କରିଛି ବୋଲି ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି।

ଆହୁରି ପଢନ୍ତୁ :Rescued Orangutan Babies ନନ୍ଦନକାନନରେ ୫ ଓରାଂଉଟାନ୍‌ ଶାବକଙ୍କ ସ୍ବାସ୍ଥ୍ୟରେ ଆସୁଛି ସୁଧାର, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଇରାନ ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଅନେକ ପରସ୍ପର ବିରୋଧୀ ବକ୍ତବ୍ୟ ଦେଉଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ନେଇ ସୃଷ୍ଟି ହୋଇଥିବା ବିବାଦର କେବଳ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। ହର୍ମୁଜ୍ ଜଳପଥକୁ ଇରାନ ଖୋଲିବ ଏବଂ ଏହା ବଦଳରେ ଆମେରିକା ଇରାନ ବନ୍ଦରଗୁଡ଼ିକ ଉପରୁ କଟକଣା ହଟାଇବ ବୋଲି ଦୁଇ ଦେଶର ପ୍ରତିନିଧିମାନେ ଏକ ଚୁକ୍ତି ପାଇଁ ଚେଷ୍ଟା ଚାଲିଥିଲା।

ଆହୁରି ପଢନ୍ତୁ :Mojtaba Khamenei: ଆମେରିକା ଆକ୍ରମଣରୁ ଦ୍ୱିତୀୟ ଥର ବଞ୍ଚିଲେ ମୋଜତବା ଖେମିନି

ଅନ୍ୟପଟେ, ମଧ୍ୟପ୍ରାଚ୍ୟ ଅଞ୍ଚଳରେ ହିଂସା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ସମର୍ଥିତ ୟେମେନର ହୁତି ଆତଙ୍କବାଦୀମାନେ ସାଉଦି ଆରବର ରାଜଧାନୀ ରିୟାଦ ଉପରେ ଆକ୍ରମଣ କରିଛନ୍ତି। ଏହା ଜରିଆରେ ଇରାନ ମଧ୍ୟପ୍ରାଚ୍ୟରେ ଆମେରିକାର ସହଯୋଗୀ ଦେଶଗୁଡ଼ିକ ବିରୋଧରେ ନିଜର ଆକ୍ରମଣକୁ ଆହୁରି ତୀବ୍ର କରିଥିବା ସ୍ପଷ୍ଟ ହୋଇଛି। ନଭେମ୍ବର ମାସରେ ହେବାକୁ ଥିବା ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଟ୍ରମ୍ପ ଇରାନ ଉପରେ ପୁଣି ବୋମା ବର୍ଷା ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ସମ୍ପର୍କରେ ପଚରାଯିବାରୁ ଟ୍ରମ୍ପ କିଛି ବି ସ୍ପଷ୍ଟ କହିବାକୁ ମନା କରିଦେଇଛନ୍ତି।

ଆହୁରି ପଢନ୍ତୁ :Suvendu Adhikari: ଭୋଟର ତାଲିକାରୁ ୨୭ ଲକ୍ଷ ନାମ ହଟିବା ପାଇଁ ମମତା ଦାୟୀ: ଶୁଭେନ୍ଦୁ ଅଧିକାରୀ

ଗତ ସପ୍ତାହରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘ ମହାସଭାରେ ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ କହିଥିଲେ ଯେ, ଯେପର୍ଯ୍ୟନ୍ତ ଆମେରିକାର କଟକଣା ଜାରି ରହିବ, ସେପର୍ଯ୍ୟନ୍ତ ହର୍ମୁଜ୍ ଜଳପଥ ଦେଇ ଜାହାଜ ଚଳାଚଳ ଅନୁମତି ଦିଆଯିବ ନାହିଁ। ଏହା ସହିତ ନିଜର ଆର୍ଥିକ ବିକାଶ ପାଇଁ ଆଣବିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବାର ଅଧିକାରକୁ ଇରାନ କେବେହେଲେ ଛାଡ଼ିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.