Iran:ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଆମେ ପ୍ରତିଜ୍ଞାବଦ୍ଧ

2 hours ago 1
ARTICLE AD BOX

ତେହେରାନ୍‌: ଆମେରିକା ଓ ଇରାନମଧ୍ୟରେ କୂଟନୈତିକ ଆଲୋଚନା ସତ୍ତ୍ବେ ଉତ୍ତେଜନା ଚରମ ସୀମାରେ ରହିଛି। ଏପରି ସମୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖେମିନି ଏକ ସାର୍ବଜନୀନ ବାର୍ତ୍ତାରେ ପିତା ତଥା ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି କହି ଉତ୍ତେଜନା ଅଧିକ ବୃଦ୍ଧି କରିଛନ୍ତି।

ଆହୁରି ପଢନ୍ତୁ:Accident: ଯୁବକଙ୍କର ମୃତ୍ୟୁ; କାରଖାନାରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା

 ‌ଖେମିନିଙ୍କ ଅନ୍ତିମ ସଂସ୍କାର ପରେ ମୋଜତାବା କହିଛନ୍ତି, ପୂର୍ବତନ ସର୍ବୋଚ୍ଚ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବା ସମଗ୍ର ଦେଶର ଦାବି ଓ ଏହାକୁ କାର୍ଯ୍ୟକାରୀ କରାଯିବା ଅନିବାର୍ଯ୍ୟ ଅଟେ। ଖେମିନିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସପ୍ତାହେ ଧରି ଚାଲିଥିଲା। ଏହା ପରେ ଇରାନ ଜତୀୟ ଟିଭିରେ ମୋଜତାବାଙ୍କ ଲିଖିତ ସାର୍ବଜନୀନ ବାର୍ତ୍ତା ପ୍ରସାରିତ ହୋଇଥିଲା। ସହିଦ ନେତାଙ୍କ ରକ୍ତ ଓ ସାମ୍ପ୍ରତିକ ସଂଘର୍ଷ ସମୟରେ ମୃତ ସମସ୍ତ ଲୋକଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ମୋଜତାବା ଆହୁରି କହିଥିଲେ ଯେ, ଏହି ପ୍ରତିକ୍ରିୟାରେ କେବଳ ଇରାନ ନୁହେଁ ବରଂ ବିଶ୍ୱବ୍ୟାପୀ ସମର୍ଥକମାନେ ମଧ୍ୟ ସାମିଲ ହେବେ। ଫେବ୍ରୁଆରି ୨୮ ଆମେରିକା-ଇସ୍ରାଏଲ ଆକ୍ରମଣରେ ଖେମିନିଙ୍କର ମୃତ୍ୟୁ ହୋଇଥିଲା। ମୋଜତାବା ମଧ୍ୟରେ ଆକ୍ରମଣରେ ଗମ୍ଭୀର ଭାବେ ଆହତ ହୋଇଥିଲେ।

ଆହୁରି ପଢନ୍ତୁ:Climate Panchayat: ପରିବେଶକୁ ସୁରକ୍ଷିତ ନ ରଖିଲେ ଆଗାମୀ ପିଢ଼g ନିକଟରେ ଦୋଷୀ ହୋଇଯିବା

 ତାଙ୍କ ମୁଖମଣ୍ଡଳ ଓ ଗୋଡ଼ରେ ଆଘାତ ଲାଗିଥିଲା। ତେବେ ପ୍ରଭାବଶାଳୀ ଇସଲାମିକ୍‌ ରିଭେଲ୍ୟୁସନାରୀ ଗାର୍ଡ଼ କର୍ପସ୍‌ ସମର୍ଥନରେ ମାର୍ଚ୍ଚ ୮ ତାରିଖରେ ମୋଜତାବାଙ୍କୁ ଦେଶର ସର୍ବୋଚ୍ଚ ନେତା ଘୋଷଣା କରାଯାଇଥିଲା। ଦେଶର ସର୍ବୋଚ୍ଚ ପଦରେ ଥିଲେ ମଧ୍ୟ ମୋଜତାବା ଆମେରିକ-ଇସ୍ରାଏଲ ଓ ଇରାନ ଯୁଦ୍ଧ ପରଠାରୁ ସର୍ବସାଧାରଣରେ ଦେଖାଯାଇନାହାନ୍ତି। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ସମୟରେ ଚିନ୍ତା ପ୍ରକାଶ ପାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.