Iran: ଇରାନରେ କ୍ଷମତା ଦଖଲ ସଙ୍କଟ ଘନେଇଲା!: ପେଜେସ୍କିଆନ-ଆରାଘଚିଙ୍କୁ ଧମକ ଦେଲେ କଠୋରପନ୍ଥୀ

6 hours ago 1
ARTICLE AD BOX

ତେହେରାନ:ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଦେଶରେ ରାଜନୈତିକ ଅସ୍ଥିରତା ସଙ୍କଟ ଜନକ ହେବାରେ ଲାଗିଛି। ନୂତନ ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ଲଗାତାର ସାର୍ବଜନୀନ ଅନୁପସ୍ଥିତି ଦେଶରେ କ୍ଷମତା ଦଖଲ ସଂଘର୍ଷକୁ ବଢ଼ାଇବାରେ ଲାଗିଛି। ଦେଶର କଠୋରପନ୍ଥୀ ଗୋଷ୍ଠୀଗୁଡ଼ିକ ଅଭିଯୋଗ ଆଣିଛନ୍ତି ଯେ, ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ, ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକା ସହିତ ଆପୋଷ ବୁଝାମଣା କରି କ୍ଷମତା ଦଖଲ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ନେତାମାନେ ଖେମିନିଙ୍କ ନୀତିକୁ ଅଣଦେଖା କରୁଥିବା କଠୋରପନ୍ଥୀମାନେ କହିବା ସହ ସେମାନଙ୍କୁ ଧମକ ଦେଉଛନ୍ତି। ଅଲି ଖେମିନିଙ୍କ ଅନ୍ତିମ ସଂସ୍କାର ସମୟରେ ଜନସାଧାରଣ ରାଷ୍ଟ୍ରପତି ପେଜେସ୍କିଆନଙ୍କ ବିରୋଧରେ ‘ଆପୋଷ ବୁଝାମଣାକାରୀ ମୁର୍ଦ୍ଦାବାଦ’ ସ୍ଲୋଗାନ ଦେବାରୁ ପରିବେଶ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କୁ ପଥର ମାଡ଼ କରାଯାଇଥିଲା ଏବଂ ତାଙ୍କୁ ‘ଦେଶଦ୍ରୋହୀ’ ବୋଲି କହି ଗାଳିଗୁଲଜ କରାଯାଇଥିଲା। ଆରାଘଚିଙ୍କୁ କାର୍ଯ୍ୟକ୍ରମ ଛାଡିବାକୁ ବାଧ୍ୟ କରାଯାଇଥିଲା। କଠୋରପନ୍ଥୀମାନେ ଅଭିଯୋଗ  କରିଛନ୍ତି ଯେ, ଆମେରିକା ସହିତ ଅସ୍ତ୍ରବିରତି ଏବଂ ପ୍ରତିବନ୍ଧକ ହ୍ରାସ ଚୁକ୍ତିନାମା ଇରାନର କ୍ରାନ୍ତିକାରୀ ଚିନ୍ତାଧାରା ବିରୋଧରେ ଯାଉଛି।

ଚେତାବନୀ ଦେବା ପରେ ଉତ୍ତେଜନା ବୃଦ୍ଧି

ନୂତନ ସର୍ବୋଚ୍ଚ ନେତା ମୋଜତାବା ଖେମିନି ଏପର୍ଯ୍ୟନ୍ତ ସାର୍ବଜନୀନ ଭାବରେ ଦେଖା ଦେଇନାହାନ୍ତି। ତାଙ୍କର ନୀରବତା ଏବଂ ଅନୁପସ୍ଥିତି କଠୋରପନ୍ଥୀମାନଙ୍କ ମଧ୍ୟରେ ପ୍ରଶ୍ନ ଉଠାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ପେଜେସ୍କିଆନ, ଗାଲିବାଫ ଏବଂ ଆରାଘଚି ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶକୁ ଅଣଦେଖା କରୁଛନ୍ତି ଏବଂ ନିଜସ୍ୱ ନିଷ୍ପତ୍ତି ନେଉଛନ୍ତି। କିଛି ନେତା ଏହାକୁ ‘ରାଜନୈତିକ କ୍ଷମତାଦଖଲ’ ବୋଲି ମଧ୍ୟ କହିଛନ୍ତି। କଠୋରପନ୍ଥୀ ସାଂସଦ ମହମୁଦ ନବାବିଆନ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ, ଏକ ବିଦ୍ରୋହ ଚାଲିଛି। ଅନ୍ୟ ଜଣେ ସାଂସଦ କାମରାନ ଘଜାନଫାରି ଅଭିଯୋଗ କରିଛନ୍ତି, ସରକାର ସର୍ବୋଚ୍ଚ ନେତା ଏବଂ ସଂସଦର ଭୂମିକାକୁ ଦୁର୍ବଳ କରିବାକୁ ତଥା ଜାତୀୟ ସୁରକ୍ଷା ପରିଷଦକୁ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଛନ୍ତି। ଧାର୍ମିକ ଗାୟକ ମହମ୍ମଦ ଅଲି ବକ୍ସି ସର୍ବୋଚ୍ଚ ନେତାଙ୍କ ସର୍ତ୍ତ ପୂରଣ ନ ହେଲେ ରାଷ୍ଟ୍ରପତି ପେଜେସ୍କିଆନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସର୍ବସାଧାରଣରେ ଚେତାବନୀ ଦେବା ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା। ତଥାପି, ଏହି ବିବୃତିର ପ୍ରତିକ୍ରିୟାରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

Iran US War: ଜୋର୍ଡାନରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ପ୍ରତି ଆକ୍ରମଣାତ୍ମକ ହେଲେ ଟ୍ରମ୍ପ, ଜାରି କଲେ ମାର୍ଗଦର୍ଶିକା

ସରକାର ମୌଳବାଦୀ ନେତାମାନଙ୍କ ପ୍ରଭାବକୁ ସୀମିତ କରିବା ଆରମ୍ଭ କରିଛନ୍ତି। ମହମୁଦ ନାବାଭିଆନଙ୍କୁ ସଂସଦର ଜାତୀୟ ସୁରକ୍ଷା କମିଟିରୁ ବାହାର କରାଯାଇଛି। ବିଶେଷଜ୍ଞମାନଙ୍କ ଅନୁସାରେ ବର୍ତ୍ତମାନର ନେତୃତ୍ୱ ମୌଳବାଦୀ ଗୋଷ୍ଠୀଗୁଡ଼ିକର ପ୍ରଭାବକୁ ହ୍ରାସ କରି ଦେଶରେ ରାଜନୈତିକ ନିୟନ୍ତ୍ରଣ ବଜାୟ ରଖିବାକୁ ଚାହୁଁଛନ୍ତି। ଏହା ସତ୍ତ୍ୱେ, ଇରାନର କ୍ଷମତା କରିଡରରେ ଉତ୍ତେଜନା ଏବଂ ଅନିଶ୍ଚିତତା ବୃଦ୍ଧି ପାଇବାରେ ଲାଗିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.