ARTICLE AD BOX
ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଥିବା ବେଳେ ଟ୍ରମ୍ପ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଇରାନର ସରକାରୀ ଟେଲିଭିଜନ ଚ୍ୟାନେଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ବର୍ଷୀୟ ପୁଅ ବାରୋନ ଟ୍ରମ୍ପଙ୍କୁ ନେଇ ଏକ ଧମକପୂର୍ଣ୍ଣ ଭିଡିଓ ପ୍ରସାରିତ ହୋଇଥିବା ଖବର ଆସିଛି। ଏଥିରେ ବାରୋନଙ୍କୁ ଟାର୍ଗେଟ୍ କରିବା ପାଇଁ ୧୦ ମିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୯୫ କୋଟି ଟଙ୍କାର ପୁରସ୍କାର ରାଶିର ଉଲ୍ଲେଖ ଥିବା ରିପୋର୍ଟରେ କୁହାଯାଇଛି ।
Hormuz: ହର୍ମୁଜ୍ରେ ପୁଣି ବଢ଼ିଲା ଉତ୍ତେଜନା: ‘ଆମେରିକୀୟ ଅଞ୍ଚଳ’ନେଇ ଟ୍ରମ୍ପଙ୍କ ପୋଷ୍ଟ୍କୁ ସମାଲୋଚନା କଲା ଇରାନ
ରିପୋର୍ଟ ଅନୁସାରେ, ପ୍ରାୟ ୩ ମିନିଟ୍ର ଏହି ଭିଡିଓର ଶୀର୍ଷକ ଥିଲା “Where to Kill Barron Trump?”। ଭିଡିଓରେ ବାରୋନଙ୍କ ଚଳାଚଳ, ତାଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଅନଲାଇନ୍ କାର୍ଯ୍ୟକଳାପ ସମ୍ପର୍କରେ କିଛି ଦାବି କରାଯାଇଥିଲା। ତାଙ୍କ ଚାରିପାଖରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଦର୍ଶାଇବା ପାଇଁ ସର୍ଭେଲାନ୍ସ ଶୈଳୀର ଗ୍ରାଫିକ୍ସ ମଧ୍ୟ ବ୍ୟବହାର କରାଯାଇଥିବା ରିପୋର୍ଟ ରହିଛି । ଭିଡିଓରେ ବାରୋନଙ୍କ ସୁରକ୍ଷା ବଳୟକୁ କିପରି ଭେଦ କରାଯାଇପାରେ, ତାଙ୍କ ସାମାଜିକ ସମ୍ପର୍କ ଏବଂ ଅନଲାଇନ୍ ଗେମିଂ ସମ୍ପର୍କିତ କିଛି ଦାବି ଦେଖାଯାଇଥିଲା। ତେବେ ଏହି ଦାବିଗୁଡ଼ିକର ବାସ୍ତବତାର ସ୍ୱାଧୀନ ଯାଞ୍ଚ ହୋଇନାହିଁ। ଇରାନୀ ଟିଭିର ଭିଡିଓରେ ବ୍ୟବହୃତ ଅନେକ ଗ୍ରାଫିକ୍ସ ନାଟକୀୟ ଭାବେ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବାସ୍ତବ ଗୁପ୍ତଚର ସୂଚନା ବୋଲି ନିଶ୍ଚିତ କରାଯାଇପାରିନାହିଁ। ବାରୋନଙ୍କୁ ନେଇ ଏହି ଘଟଣା ପୂର୍ବରୁ ଇରାନ ସହ ଜଡ଼ିତ ମିଡିଆରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ନେଇ ମଧ୍ୟ ଏକ ଧମକପୂର୍ଣ୍ଣ ଭିଡିଓ ପ୍ରସାରିତ ହୋଇଥିବା ରିପୋର୍ଟ ରହିଛି।

1 hour ago
2


