ARTICLE AD BOX
‘ରାଜା ଡି କିଙ୍ଗ’ ନାମରେ ପରିଚିତ ଅମୃତସରର ବ୍ୟବସାୟୀ ଓ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ରାକେଶ ଟ୍ରେହାନ୍ ନିକଟରେ ଆଇଫୋନ୍ ଲଙ୍ଗର ଆୟୋଜନ ନେଇ ଘୋଷଣା କରିଥିଲେ। ରାକେଶ କହିଥିଲେ ଯେ ତାଙ୍କର ଏହି ‘ଆଇଫୋନ୍ ଲଙ୍ଗର’ରେ ୧୦୦ ଜଣଙ୍କ ମଧ୍ୟରୁ ୧୦ ଜଣ ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ମାଗଣାରେ ଆଇଫୋନ୍ ଦିଆଯିବ। ସେପ୍ଟେମ୍ବର ୨୨ ତାରିଖ ଦିନ ଚଣ୍ଡୀଗଡ଼ରେ ଏଗୁଡ଼ିକୁ ବଣ୍ଟାଯିବାର ଯୋଜନା ଥିଲା। ତେବେ ପୁଲିସ ପ୍ରଶାସନର ଆଶଙ୍କା ହେଲା ଯେ, ମାଗଣା ଆଇଫୋନ୍ ପାଇବା ଆଶାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇପାରନ୍ତି।
Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ
ଏତେ ବଡ଼ ଭିଡ଼କୁ ନିୟନ୍ତ୍ରଣ କରିବା କଷ୍ଟକର ହେବାସହିତ ଦଳାଚକଟା ଭଳି ପରିସ୍ଥିତି ମଧ୍ୟ ହୋଇପାରେ। ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପ୍ରଶାସନ ପକ୍ଷରୁ ରାକେଶଙ୍କୁ ଅନ୍ୟ ଉପାୟରେ ସମାଜସେବା କରିବାକୁ ପରାମର୍ଶ ଦିଆଯାଇଛି। ଏହି ନିଷ୍ପତ୍ତି ନେଇ ରାକେଶ ଟ୍ରେହାନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।
RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ
ରାକେଶ ଅତୀତରେ ମଧ୍ୟ ଏପରି ମାଗଣା ବଣ୍ଟନ କାର୍ଯ୍ୟକ୍ରମ କରିସାରିଛନ୍ତି। ଏହା ପୂର୍ବରୁ ସେ ଚଣ୍ଡୀଗଡ଼ରେ ମାଗଣା ପେଟ୍ରୋଲ୍ ବଣ୍ଟନ କରିବାକୁ ‘ପେଟ୍ରୋଲ୍ ଲଙ୍ଗର’ର ଘୋଷଣା କରିଥିଲେ। ନିର୍ଦ୍ଧାରିତ ପେଟ୍ରୋଲ ପମ୍ପରେ ବହୁ ଲୋକ ଏକାଠି ହୋଇଯିବାରୁ ସେହି କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା।

1 week ago
7


