ARTICLE AD BOX
ଭାରତୀୟ ବଜାରରେ ଆପଲ୍ର ଆଇଫୋନ୍ ବିକ୍ରି ପଭାବିତ ହୋଇଛି। ଦଶହରା ସମୟରେ ଦେଶରେ ଆଇଫୋନ୍ ବିକ୍ରି ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବ୍ୟବସାୟୀମାନେ କହିଛନ୍ତି।
/sambad/media/media_files/2026/10/27/177c1ade-5592-4efc-8be3-77449fa1f0b9-2026-10-27-18-03-33.jpg)
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଆପଲ୍ର ଆଇଫୋନ୍ ବିକ୍ରି ପଭାବିତ ହୋଇଛି। ଦଶହରା ସମୟରେ ଦେଶରେ ଆଇଫୋନ୍ ବିକ୍ରି ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବ୍ୟବସାୟୀମାନେ କହିଛନ୍ତି। ଭାରତରେ ଆଇଫୋନ୍ର ଚାହିଦା ରହିଥିଲେ ମଧ୍ୟ ଅଧିକ ଦାମ୍ ଓ କମ୍ ରିହାତି ପାର୍ବଣ ବଜାରରେ ବିକ୍ରିକୁ ପ୍ରଭାବିତ କରୁଛି। ନୂଆ ଓ ପୁରୁଣା ମଡେଲ୍ ଆଇଫୋନ୍ଗୁଡ଼ିକର ଦାମ୍ ଅଧିକ ରହିବାରୁ ଗ୍ରାହକମାନେ କିଣିବା ପୂର୍ବରୁ ଏକାଧିକ ଥର ଚିନ୍ତା କରୁଛନ୍ତି। ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ପାର୍ବଣ ଋତୁରେ ଆକର୍ଷଣୀୟ ରିହାତି ମିଳୁନାହିଁ। ଗ୍ରାହକ ମହଙ୍ଗା ଫୋନ୍ କିଣିବା ପରିବର୍ତ୍ତେ ନିଜର ପୁରୁଣା ଫୋନ୍ ବ୍ୟବହାର ଜାରି ରଖୁଛନ୍ତି। ଦୀପାବଳି ସମୟରେ ଆକର୍ଷଣୀୟ ରିହାତି, ପୁରୁଣା ଫୋନ୍ ବଦଳରେ ନୂଆ ଫୋନ୍ କିଣିବା ସୁବିଧା ଏବଂ କିସ୍ତିରେ ଦେୟ ପ୍ରଦାନ ବ୍ୟବସ୍ଥା ଗ୍ରାହକଙ୍କୁ ଆକର୍ଷିତ କରିପାରେ। ତେବେ ଦାମ୍ ଅଧିକ ରହିଲେ ବିକ୍ରିରେ ଦ୍ରୁତ ସୁଧାର ଆସିବା କଷ୍ଟକର ହୋଇପାରେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

52 minutes ago
2


