ARTICLE AD BOX
ଭୁବନେଶ୍ବର: ପାରାଦୀପ ଫସ୍ଫେଟ୍ସ ଲିମିଟେଡ୍ (ପିପିଏଲ୍) ରାଜ୍ୟରେ ୪୭୫୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛି। ଏନେଇ କମ୍ପାନି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମୁମ୍ବାଇରେ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି।
କମ୍ପାନି ରାଜ୍ୟରେ ନୂଆ ରସାୟନ କାରଖାନା ଓ ଏକ ଜୈବ ସାର କାରଖାନା ସ୍ଥାପନ କରିବ। ଏଥି ସହିତ କୃଷି ଉତ୍ପାଦକତା ବଢ଼ାଇବା ଉପରେ ମଧ୍ୟ କମ୍ପାନି ଜୋର ଦେବ। ଏହି ଅବସରରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପାରାଦୀପ ଫସ୍ଫେଟ୍ସର ଏମ୍ଡି ଓ ସିଇଓ ଏନ୍ ସୁରେଶ କ୍ରିଷ୍ଣନ, ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରାଜୀବ ନାମ୍ବିଆର ପ୍ରମୁଖ ଉପସ୍ଥିତ ଥିଲେ।
ବିଜିପିପିଏଲ୍କୁ ପୁରୁଣା ଆକାଉଣ୍ଟ ବିବରଣୀ ଦାଖଲ ପାଇଁ କେନ୍ଦ୍ରୀୟ ପିଏଫ୍ କମିଶନର ନିର୍ଦେଶ

1 hour ago
2


