ARTICLE AD BOX
ଡିଜିଟାଲ୍ ପେମେଣ୍ଟ ଏବେ ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ସାଧାରଣ ହୋଇଗଲାଣି। ଦୋକାନରେ ଟଙ୍କା ଦେବା ହେଉ କି ବିଲ୍ ପେମେଣ୍ଟ, ମୋବାଇଲ୍ରେ କିଛି ସେକେଣ୍ଡ୍ରେ କାମ ହୋଇଯାଉଛି। ହେଲେ ସ୍ମାର୍ଟଫୋନ୍ ନଥିବା ଲୋକଙ୍କ ପାଇଁ ୟୁପିଆଇ ପେମେଣ୍ଟ ସୁବିଧା ଏ ଯାଏଁ ଅନୁପଲବ୍ଧ ଥିଲା। ଏହି ସମସ୍ୟାର ସମାଧାନ ପାଇଁ ଏବେ ଫିଚର୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ୟୁପିଆଇ ପେମେଣ୍ଟର ସୁବିଧା ଆଣିଛି ଫୋନ୍ପେ। ‘ୟୁପିଆଇ ୧୨୩ପେ’ ନାମକ ନୂଆ ସୁବିଧା ମାଧ୍ୟମରେ ଇଣ୍ଟର୍ନେଟ୍ ନଥିଲେ ମଧ୍ୟ କିଛି କି-ପ୍ୟାଡ୍ ଫୋନ୍ ମଡେଲ୍ରୁ ୟୁପିଅାଇ ପେମେଣ୍ଟ କରାଯାଇପାରିବ।
Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା
ଏହି ସେବା ଦେଶର ୨୦ କୋଟିରୁ ଅଧିକ ଫିଚର୍ ଫୋନ୍ ବ୍ୟବହାରକାରୀଙ୍କୁ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସହ ଯୋଡ଼ିବ। ଏହି ସେବା ଏସ୍ଏମ୍ଏସ୍ ଆଧାରିତ ବ୍ୟବସ୍ଥାରେ କାମ କରିବ। ନିର୍ଦ୍ଦିଷ୍ଟ କିଛି ଫିଚର୍ ଫୋନ୍ରେ ଫୋନ୍ପେ ଆପ୍ ପୂର୍ବରୁ ଇନ୍ଷ୍ଟଲ୍ ରହିବ। ଆପ୍ ଖୋଲି ୟୁପିଆଇ ସେଟିଂ କରିବା ପରେ ମୋବାଇଲ୍ ନମ୍ବର କିମ୍ବା ୟୁପିଆଇ ଆଇଡି ମାଧ୍ୟମରେ ଟଙ୍କା ପଠାଇପାରିବେ। କ୍ୟାମେରା ଥିବା ଫିଚର୍ ଫୋନ୍ରେ କ୍ୟୁଆର୍ କୋଡ୍ ସ୍କାନ୍ କରି ପେମେଣ୍ଟ କରିବାର ସୁବିଧା ମଧ୍ୟ ରହିବ। ଏହା ସହିତ ବ୍ୟାଙ୍କ ବାଲାନ୍ସ ଓ ଟ୍ରାଞ୍ଜାକ୍ସନ୍ ହିଷ୍ଟ୍ରି ମଧ୍ୟ ଦେଖିହେବ। ପ୍ରଥମ ପର୍ଯ୍ୟାୟରେ ନୋକିଆ, ଏଚ୍.ଏମ୍.ଡି., ଲାଭା ଓ ଆଇଟେଲ ଭଳି କମ୍ପାନିର କିଛି ଫିଚର୍ ଫୋନ୍ରେ ଏହି ସୁବିଧା ମିଳୁଛି। ଅର୍ଥାତ୍, ଡିଜିଟାଲ୍ ପେମେଣ୍ଟ ଏବେ କେବଳ ସ୍ମାର୍ଟଫୋନ୍ରେ ସୀମିତ ରହିବ ନାହିଁ। ସାଧାରଣ କି-ପ୍ୟାଡ୍ ଫୋନ୍ ମଧ୍ୟ ଡିଜିଟାଲ୍ ପେମେଣ୍ଟର ଏକ ନୂଆ ମାଧ୍ୟମ ହୋଇପାରିବ।
Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା

2 hours ago
2


