ARTICLE AD BOX
ଆଜି ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ କରାଯାଉଛି। ଏହା ଆମ ସମସ୍ତଙ୍କୁ ଶାନ୍ତି ପ୍ରତି ନିଜର ସମର୍ଥନ ବୃଦ୍ଧି କରାଇବା ସହ ସଂଘର୍ଷ ବିନା ଏକାଠି ରହିବାର ଉଦ୍ଦେଶ୍ୟକୁ ଉତ୍ଥାପନ କରିବାର ଅବସର ଆଣିଥାଏ। ଉଲ୍ଲେଖଯୋଗ୍ୟ, ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଅନେକ ହିଂସାତ୍ମକ ରକ୍ତପାତ ହୋଇ ଆସିଛି, ଯାହା ବିକାଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। ତେଣୁ ରାଷ୍ଟ୍ରମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ଓ ଏହାର ଶକ୍ତିକୁ ହୃଦୟଙ୍ଗମ କରିବା ଲାଗି ୧୯୮୧ ମସିହାରେ ମିଳିତ ଜାତିସଂଘ ପକ୍ଷରୁ ଏ ଦିବସ ପାଳନର ପରିକଳ୍ପନା କରାଯାଇଥିଲା।
FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା
ସମଗ୍ର ଭାବେ ବିଶ୍ବ ଶାନ୍ତି ହାସଲ ପାଇଁ ସମସ୍ତଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶକୁ ସୁରକ୍ଷିତ ରଖିବାକୁ ହେବ ବୋଲି ବିଚାର କରାଯାଇଥିଲା। ତଦନୁସାରେ ୧୯୮୨ ମସିହାରୁ ପ୍ରତି ବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଅବସରରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂ ସକାରାତ୍ମକ ଫଳାଫଳ ହାସଲ କରିବା ଲାଗି ଅନେକ ପଦକ୍ଷେପ ନିଆଯାଉଛି। ବିଶେଷ କରି ଶାନ୍ତି ଓ ଅହିଂସ ଆଭିମୁଖ୍ୟର ପ୍ରଭାବକୁ ପ୍ରସାରିତ କରିବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଚଳିତବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି: ‘ଶାନ୍ତିି ଉପରେ ନିବେଶ: ସଭିଙ୍କ ପାଇଁ, ସବୁଠାରେ, ସବୁ ଦିନ’।
War: ଯୁଦ୍ଧ ସମାପ୍ତ ପାଇଁ ୭ ସର୍ତ୍ତ ରଖିଲା ଇରାନ, ସର୍ତ୍ତ ଅଗ୍ରାହ୍ୟ ହେଲେ ନିର୍ଣ୍ଣାୟକ ଯୁଦ୍ଧ ଚେତାବନୀ

1 week ago
6


