International Day of Older Persons: ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ବିକଳ୍ପ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

57 minutes ago 1
ARTICLE AD BOX

ଭୁବନେଶ୍ବର: ଅକ୍ଟୋବର ପହିଲା ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ଦୀର୍ଘାୟୁର ଯୁଗ: ଦୀର୍ଘତର ଜୀବନ ପାଇଁ ବ୍ୟବସ୍ଥାଗୁଡ଼ିକର ପୁନର୍ବିଚାର’। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆସନ୍ତାକାଲି ଏହି ଦିବସ ପାଳନ କରାଯିବ। ଏଥିପାଇଁ ସକାଳ ସାଢ଼େ ୬ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ତେବେ ରାଜ୍ୟସ୍ତରୀୟ ଉତ୍ସବ ପାଳନରେ ବରିଷ୍ଠ ନାଗରିକଙ୍କୁ ବାଧ୍ୟତାମୂଳକ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ତେଣୁ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି ବୋଉ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅତିସ କୁମାର ମହାନ୍ତି।    ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବରିଷ୍ଠ ନାଗରିକ ସଂଗଠନମାନଙ୍କୁ ନିମନ୍ତ୍ରଣ କରାଯାଇଛି।

Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା

ବରିଷ୍ଠ ନାଗରିକଙ୍କୁ ଦିନସାରା କାର୍ଯ୍ୟକ୍ରମରେ ସାମିଲକୁ ନେଇ ପ୍ରଶ୍ନ 
ବିକଳ୍ପ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ସାଢ଼େ ୧୦ଟା ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କୁ ଏହି କାର୍ଯ୍ୟକ୍ରମରେ ରହିବାକୁ ହେବ। ଓଡ଼ିଶା ବରିଷ୍ଠ ନାଗରିକ ନୀତି, ୨୦୧୬ର ଧାରା ୯.୧ ଅନୁସାରେ ବରିଷ୍ଠ ନାଗରିକ ସୁରକ୍ଷା ଓ ମର୍ଯ୍ୟାଦା ସହିତ ବାର୍ଦ୍ଧକ୍ୟ ଅତିବାହିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସେମାନେ ପୂର୍ଣ୍ଣ ଅଧିକାରସମ୍ପନ୍ନ ନାଗରିକ ଭାବରେ ସମାଜରେ ଅଂଶଗ୍ରହଣ କରିବେ ତାହା ପ୍ରମୁଖତାରେ ରହିଛି। ହେଲେ ଅଂଶଗ୍ରହଣ କୌଣସି ପ୍ରକାର ଧୈର୍ଯ୍ୟ ପରୀକ୍ଷା ନୁହେଁ। ଜାତୀୟ ବରିଷ୍ଠ ନାଗରିକ ନୀତି, ୧୯୯୯, ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ, ୨୦୦୭ର ଧାରା ୨୦ ଓ ଜାତୀୟ ବୃଦ୍ଧଜନ ସ୍ୱାସ୍ଥ୍ୟ ଯତ୍ନ କାର୍ଯ୍ୟକ୍ରମ ଇତ୍ୟାଦି ସ୍ୱାସ୍ଥ୍ୟ ଓ କ୍ଷମତା-ଆଧାରିତ ନିରାପଦ କାର୍ଯ୍ୟକଳାପକୁ ପ୍ରଥମ ସ୍ଥାନ ଦେଇ ଆସିଛନ୍ତି। 

Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା

ଶ୍ରୀ ମହାନ୍ତି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତାକାଲିର ରାଜ୍ୟସ୍ତରୀୟ ପାଳନର ସମ୍ପୂର୍ଣ୍ଣ ଦିବସୀୟ ବାଧ୍ୟତାମୂଳକ କାର୍ଯ୍ୟକ୍ରମକୁ ବାତିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଉ। ଦିବସ ପାଳନ ପାଇଁ ବିକଳ୍ପ ମଡେଲ୍‌ ପ୍ରସ୍ତୁତ କରାଯାଉ। ରାଜ୍ୟ ସରକାର ଲୋକସେବା ଭବନରେ ସଭା, ରାଜ୍ୟସ୍ତରୀୟ ପୁରସ୍କାର ଓ ମଧ୍ୟାହ୍ନ ଭୋଜନର ମୂଳ କାର୍ଯ୍ୟକ୍ରମ କରନ୍ତୁ। ଯୋଗ, ସ୍ୱାସ୍ଥ୍ୟ ଶିବିର ଓ ସାଂସ୍କୃତିକ କାର୍ଯ୍ୟକ୍ରମ କେବଳ ସେହି ବରିଷ୍ଠ ନାଗରିକଙ୍କ ପାଇଁ ଖୋଲା ରଖନ୍ତୁ, ଯେଉଁମାନେ ସକ୍ଷମ, ଇଚ୍ଛୁକ ଓ ଆଖପାଖରେ ରହୁଛନ୍ତି। ଏହାସହ ସାମାଜିକ ସୁରକ୍ଷା ବିଭାଗ ଆଗାମୀ ବର୍ଷଗୁଡ଼ିକରେ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ସ୍ଥାୟୀ, ବୟସ-ଅନୁକୂଳ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରନ୍ତୁ ବୋଲି ସେ ପତ୍ରରେ ନିବେଦନ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.