Inter-Ministerial Committee: ଚାଷୀଙ୍କ ପାଇଁ ଆଗ୍ରିଷ୍ଟାକ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ

1 hour ago 1
ARTICLE AD BOX

ଭୁବନେଶ୍ୱର: ଆଗାମୀ ଖରିଫଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି (Inter-Ministerial Committee) ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ ଥିଲେ। ଏହା ସହିତ ସମବାୟ, କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଅର୍ଥ ବିଭାଗର ସଚିବ ଏବଂ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବୈଠକରେ ଆଲୋଚନାରେ ଭାଗ ନେଇଥିଲେ।

କୌଣସି ବି ଚାଷୀ ନିଜର ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ନାହିଁ

ବୈଠକର ମୁଖ୍ୟ ନିଷ୍ପତ୍ତି ଓ ଆଲୋଚନା ଅନୁଯାୟୀ ବର୍ତ୍ତମାନ ଚାଷୀଙ୍କ ପାଇଁ ଆଗ୍ରିଷ୍ଟାକ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ।  ଏଥିପାଇଁ କୌଣସି ବି ଚାଷୀ ନିଜର ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ନାହିଁ। ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ଜାରି ରହିଛି।ଆଗ୍ରିଷ୍ଟାକ ଏକ ସମ୍ୱନ୍ୱିତ କୃଷକ ପ୍ଲାଟଫର୍ମ ଯେଉଁଥିରେ ଚାଷୀଙ୍କ ସମସ୍ତ ତଥ୍ୟ ଏକୀକୃତ ହୋଇ ରହିବ। ଏଥିରେ ଚାଷୀ ନିଜକୁ ପଞ୍ଜିକୃତ କରିବା ଦ୍ୱାରା ନିଜର ଏକ ଅନନ୍ୟ ଫାର୍ମର ଆଇଡି ପାଇବେ। ସରକାରଙ୍କ ତରଫରୁ ଚାଷୀଙ୍କୁ ଯୋଗାଇ  ଦିଆଯାଉଥିବା ସମସ୍ତ ସୁବିଧାର ଲାଭ ସୁଗମ ରୂପେ ପାଇପାରିବେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ଲକ୍ଷ ଚାଷୀ ଏହି ଅଧୀନରେ ନିଜକୁ ପଞ୍ଜିକୃତ କରାଇ ସାରିଛନ୍ତି।

ସେହିପରି ଭାଗଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି। ସମ୍ଭାବ୍ୟ ସମସ୍ୟା ଓ ଏହାର ନିଖୁଣ ସମାଧାନ କରିବା ପାଇଁ ସରକାର ଚେଷ୍ଟାରତ ଅଛନ୍ତି।

ରବି ଋତୁ୨୦୨୫-୨୬ର ସମୀକ୍ଷା ଅନୁଯାୟୀ ଗତ ରବି ଋତୁରେ ମୋଟ ୩,୬୩,୫୫୩ ଜଣ ଚାଷୀଙ୍କଠାରୁ ୨୦,୪୬,୧୮୫ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ପୂର୍ବ ବର୍ଷ (୨୦୨୪-୨୫)ରେ ୧୯,୧୮,୫୨୮ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ଏଥର ସଂଗ୍ରହ ପରିମାଣରେ ବୃଦ୍ଧି ଘଟିଛି। ରବି ଋତୁରେ ଆଜି ସୁଦ୍ଧା ୩ ଲକ୍ଷ ୬୩ ହଜାର ୧୪୯ ଚାଷୀଙ୍କୁ ୪ ହଜାର ୮୪୪ କୋଟି ଟଙ୍କା ଏମଏସପି ଓ ଇନପୁଟ ସହାୟତା ବାବଦରେ ପ୍ରଦାନ କରାଯାଇଛି।

କମିଟି ପକ୍ଷରୁ କୁହାଯାଇଛି ଯେ ଅନ୍ତତଃ ୫୦% ଚାଷୀଙ୍କୁ ପଞ୍ଜୀକୃତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମିଳିତ ଭାବେ କାର୍ଯ୍ୟାଳୟ ସ୍ତରରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ। ରାଜସ୍ବ ବିଭାଗ ଏଥିନିମନ୍ତେ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ। ପଞ୍ଜିକରଣ ନିକଟସ୍ଥ ପାକ୍ସ କେନ୍ଦ୍ର, କମନ ସର୍ଭିସ ସେଣ୍ଟର ଓ ସହାୟକ ମୋଡ଼ରେ କରାଯାଉଛି।

ଆଜି ସୁଦ୍ଧା ଖରିଫ ୨୬-୨୭ ପାଇଁ ୯୪,୬୫୭ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଛନ୍ତି। ଏଥିରେ ସର୍ବାଧିକ ପଞ୍ଜିକରଣ ବାଲେଶ୍ୱର ଜିଲ୍ଲାର ହୋଇଛି। ପଞ୍ଜିକରଣ ଓ ଧାନ ବିକ୍ରି ନେଇ ଚାଲୁଥିବା ଭୁଲ ତଥ୍ୟକୁ ରୋକିବା ପାଇଁ ପ୍ରତ୍ୟେକ ସବ-ଡିଭିଜନ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏଥିପାଇଁ ଭିଏଡବ୍ଲୁମାନେ ଚାଷୀମାନଙ୍କୁ ଆବେଦନ ପାଇଁ ସହଯୋଗ କରିବେ। ଆବେଦନ ପରେ ସମ୍ପୃକ୍ତ ଚାଷୀଙ୍କୁ ପଞ୍ଜିକରଣ ରସିଦ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦୁଇପ୍ରକାର ଚାଷୀ ପଞ୍ଜିକରଣ ପ୍ରାପ୍ତିପତ୍ର ପ୍ରଦାନ କରାଯାଉଛି। ଆଗ୍ରିଷ୍ଟାକ ପଞ୍ଜିକୃତ ଚାଷୀ ପଞ୍ଜିକରଣ ପ୍ରାପ୍ତିପତ୍ର ଓ ବିନା ଆଗ୍ରିଷ୍ଟାକ ପଞ୍ଜିକୃତ ପ୍ରାପ୍ତି ପତ୍ର। ଉଭୟ ପଞ୍ଜିକରଣ ପ୍ରାପ୍ତିପତ୍ର ବୈଧ ଅଟେ।

ରାଜ୍ୟର କୌଣସି ବି ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଅଛନ୍ତି।

Bus Fire: ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଡେଇଁପଡ଼ି ଜୀବନ ବଞ୍ଚାଇଲେ ଚାଳକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.