Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା

1 hour ago 1
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ବିଭିନ୍ନ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଅବଗତ କରେଇବା ନିମନ୍ତେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୧୯୮୦ ମସିହାରେ କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ସହରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି କାର୍ଯ୍ୟାଳୟରେ ୫ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। 

ଏହି କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଯଥା ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଆଦି ଆୟୋଜନ ହେଉଥିଲା। ସମସ୍ତ କର୍ମଚାରୀ ନିଜନିଜ କାର୍ଯ୍ୟ ସମ୍ପାଦନ କରୁଥିବା ସହ ସହରବାସୀଙ୍କ ନିମନ୍ତେ ସୂଚନା କେନ୍ଦ୍ରରେ ପାଠାଗାର ଖୋଲା ଯାଇଥିଲା। ସହରବାସୀ ପ୍ରତ୍ୟକ ଦିନ ବିଭିନ୍ନ ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଉଥିଲେ।କାଳକ୍ରମେ ୫ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ପରେ ଜଣେ ଜଣେ ବଦଳି ହୋଇ ଚାଲିଯିବା ପରେ ଗତ ଦୁଇ ବର୍ଷ ହେଲା ଜଣେ ମାତ୍ର ପିଅନରେ ଚାଲିଥିଲା କାର୍ଯ୍ୟାଳୟ। 

କାର୍ଯ୍ୟାଳୟ ପୁନଃ ଚାଲୁ କରିବାକୁ ଦାବି
ଉକ୍ତ ପିଅନ ନିଜ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଗତ ଦୁଇ ବର୍ଷ  ତଳେ ସ୍ବେଚ୍ଛାକୃତ  ଅବସର ନେଇଯିବା ପରେ କାର୍ଯ୍ୟାଳୟରେ ବର୍ତ୍ତମାନ ତାଲା ଝୁଲୁଛି। ଏହି କାର୍ଯ୍ୟାଳୟ ପୁନଃ ଚାଲୁ କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲେ ମଧ୍ୟ  ଆଜି ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କୁ ନିୟୋଜିତ କରାନଯିବା ଯୋଗୁଁ ଏଠାରେ ତାଲା ଝୁଲୁଛି। 

Highcourt: ଆଇଜି, ଡିଆଇଜି ଓ କନ୍ଧମାଳ ଏସପିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ପାଇଁ ଫୁଲବାଣୀ
ଘୁମୁସର ଉଦୟଗିରି, ରାଇକିଆ, ଟିକାବାଲି ଏବଂ ଚକାପାଦ ବ୍ଲକ ଅଞ୍ଚଳକୁ ନେଇ ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା, ଯାହାର ସୁଫଳ ଏହି ବ୍ଲକ ଅଞ୍ଚଳବାସୀ ପାଇବା ସହ ଏହି ୪ଗୋଟି ବ୍ଲକର ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସୂଚନା ପାଇବା ସହ ଅନ୍ୟାନ୍ୟ କାର୍ଯ୍ୟ ସୁବିଧାରେ କରିପାରୁଥିବା ବେଳେ ବର୍ତ୍ତମାନ କିଛି କାର୍ଯ୍ୟପାଇଁ ଫୁଲବାଣୀ ଦୌଡ଼ିବାକୁ ପଡୁଛି।ସ୍ଥାନୀୟ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିର ଏହିଭଳି ଅବସ୍ଥା ଦେଖିବାକୁ ମିଳିଛି।ରାଜନୈତିକ ଅବହେଳାର ଶିକାର ହେବାରେ ଲାଗିଛନ୍ତି ସ୍ଥାନୀୟ ସହରବାସୀ। ସବୁ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। 

ଆରମ୍ଭ ହୋଇପାରିନି ପ୍ରସ୍ତୁତି
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସହରର ହବାକ ହାଇସ୍କୁଲ ଖେଳ ପଡିଆ ଠାରେ ପ୍ରତ୍ୟକ ବର୍ଷ ସ୍ୱାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳନ କରାଯାଉଛି। ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ହେବା ନେଇ କୌଣସି ସମ୍ଭାବନା ନଥିବା ଦେଖୁବାକୁ ମିଳିଛି। ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବହୁ ପୂର୍ବରୁ ପ୍ରସ୍ତୁତି ବୈଠକ ଏବଂ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ। ଅଞ୍ଚଳବାସୀ ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ଦେଖୁବାରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବା ଏବଂ ଜିଲ୍ଲା ପ୍ରଶାସନ ନୀରବତା ଅବଲମ୍ବନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ୱାଧୀନତା ଦିବସ ଭଳି ଏକ ସରକାରୀ କାର୍ଯ୍ୟକ୍ରମକୁ ବନ୍ଦ କରିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ଶକ୍ତ ଆଘାତ ଲାଗିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.