Indian Railways: ଜଳ ମାନରେ ଉନ୍ନତି ପାଇଁ ଦକ୍ଷିଣ ପୂର୍ବ ରେଳପଥର ପଦକ୍ଷେପ

4 hours ago 1
ARTICLE AD BOX

କୋଲକାତା: ଷ୍ଟେସନରେ ପାନୀୟ ଜଳ ଓ ଅନ୍ୟାନ୍ୟ ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ଜଳ ଉତ୍ସ, ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ବିଶୋଧନ ପ୍ଲାଣ୍ଟର ନିୟମିତ ଅନୁଧ୍ୟାନ କରାଯାଉଛି। ୨୪,୦୩୩ଟି ପାଣି ଟାଙ୍କି ମଧ୍ୟରୁ ୧୪,୨୪୮ଟି ଟାଙ୍କିକୁ ସଫା କରାଯାଇସାରିଲାଣି।

୧୬୭ଟି ସ୍ଥାନରେ ଜଳ ଯୋଗାଣ ଭିତ୍ତିଭୂମିରେ ଥିବା ଅଭାବ ଦୂର କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ୩୯ଟି ସ୍ଥାନରେ ପାଣି ଟାଙ୍କି, ପାଇପ୍‌ଲାଇନ୍‌ ଓ ଫିଲ୍‌ଟରକୁ ପରିବର୍ତ୍ତନ କରାଯାଉଛି। ୫୫ଟି ପ୍ରେସର/ଗ୍ରାଭିଟି ଫିଲ୍‌ଟର ମଧ୍ୟରୁ ୫୨ଟିକୁ ସଫା କରାଯାଇଛି। ସମସ୍ତ ୬୩ କ୍ଲୋରିନେସନ ପ୍ଲାଣ୍ଟକୁ ମଧ୍ୟ ଯାଞ୍ଚ କରାଯାଇଛି। ୱାଟର କୁଲର ଓ ବିଶୋଧନ ୟୁନିଟଗୁଡ଼ିକର ରକ୍ଷଣା‌ବେକ୍ଷଣ କରାଯାଉଛି।

ଦକ୍ଷିଣ ପୂର୍ବ ରେଳପଥର ନୂଆ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ

କୁଲରରୁ ପାଣି ଲିକ୍‌ ହେଲେ ତୁରନ୍ତ ତାହାର ସମାଧାନ କରିବାକୁ ଷ୍ଟାଫ୍‌ମାନଙ୍କୁ କୁହାଯାଇଛି। ସ୍ବାସ୍ଥ୍ୟ ଓ ମେଡିକାଲ୍‌ ବିଭାଗ ସହଯୋଗରେ ଜଳର ମାନ ପରୀକ୍ଷା କରାଯାଉଛି। ପ୍ରଚଳିତ ଗାଇଡ୍‌ଲାଇନ୍‌ ଅନୁସାରେ ୧୫୬୧ କ୍ଲୋରିନ, ୨୮୩ ଜୀବାଣୁ ଓ ୨୧ଟି ରସାୟନ ନମୁନା ସଂଗ୍ରହ କରାଯାଇଛି। ହେଡ୍‌ ପମ୍ପ, ନଳକୂପ ଆଦିକୁ ମଧ୍ୟ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଥିବା ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.