ARTICLE AD BOX
ମୁମ୍ବାଇ: ‘ଇଣ୍ଡିଆନ ଆଇଡଲ ୧୬’ର ଗ୍ରାଣ୍ଡ ଫିନାଲେରେ ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟିନୀ ହୋଇଛନ୍ତି। ସଙ୍ଗୀତଭିତ୍ତିକ ରିଆଲିଟି ସୋ’ ଜିତି ଜ୍ୟୋର୍ତିମୟୀ ପୁରସ୍କାର ବାବଦରେ ୨୦ ଲକ୍ଷ ଟଙ୍କା ଜିତିଛନ୍ତି। ଜବଲପୁରର ତନିଷ୍କ ଶୁକ୍ଲା ଦ୍ବିତୀୟ ସ୍ଥାନରେ ଅଛନ୍ତି। ଇଣ୍ଡିଆନ୍ ଆଇଡଲର ୧୬ଶ ସିଜନରେ ବଲିଉଡର ବିଶିଷ୍ଟ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲ, ବିଶାଳ ଡାଡଲାନୀ ଓ ବାଦଶାହ ବିଚାରକ ଥିଲେ। ଜ୍ୟୋତିର୍ମୟୀ ତାଙ୍କ ବିଜୟ କର୍କଟ ପୀଡ଼ିତଙ୍କ ପାଇଁ ସମର୍ପିତ କରିଥିଲେ।
ଆହୁରି ପଢନ୍ତୁ:Maharashtra: ମହାରାଷ୍ଟ୍ର ସ୍କୁଲରେ ରାତ୍ରିଭୋଜନ ପରେ ୪୦ ପିଲା ଅସୁସ୍ଥ
ଗ୍ରାଣ୍ଡ ଫିନାଲେ ବିଜୟ ମୁକୁଟ ସହିତ ତାଙ୍କ ୧୦ ମାସ ଯାତ୍ରାର ପରିସମାପ୍ତି ଘଟିଛି। ୧୪ ସେପ୍ଟେମ୍ବରରେ ସେ ମୁମ୍ବାଇ ଯାଇଥିଲେ। ଏହି ବର୍ଷ, ସୋ’ର ଥିମ୍, ୟାଦୋଁ କି ପ୍ଲେଲିଷ୍ଟ, ଦର୍ଶକଙ୍କୁ ଏତେ ଭଲ ଲାଗିଥିଲା ​​ଯେ, ସୋ’କୁ ତିନି ମାସ ପାଇଁ ଦୁଇଥର ସମୟସୀମା ବୃଦ୍ଧି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜ୍ୟୋତିର୍ମୟୀଙ୍କୁ ତାଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜ୍ୟୋତିର୍ମୟୀ କିଟ୍ ଛାତ୍ରୀ। ସେ ବାଲେଶ୍ବର ଜିଲ୍ଲା ନୀଳଗିରିରେ ଜନ୍ମଗ୍ରହଣ କରିଥିଲେ।

3 hours ago
2


