Indian Flag Disrespect: ବହୁ ମୂଲ୍ୟ ଦେବାକୁ ପଡିବ: ନ୍ୟୁୟର୍କରେ ତ୍ରିରଙ୍ଗାକୁ ଅପମାନ କରିଥିବା ଲୋକଙ୍କୁ ରିଜିଜୁଙ୍କ ଚେତାବନୀ

1 hour ago 1
ARTICLE AD BOX

ନୂଆଦିଲ୍ଲୀ:ନ୍ୟୁୟର୍କରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରେ ପ୍ରତିବାଦକାରୀଙ୍କ ଦ୍ୱାରା ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଅପମାନିତ କରାଯିବା ଘଟଣାକୁ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କଡ଼ା ବିରୋଧ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିବାଦର ଏକ ଭିଡିଓ ସେୟାର କରି ରିଜିଜୁ କହିଛନ୍ତି, ଆମେ ସବୁବେଳେ କହିଛୁ ଯେ ଆପଣଙ୍କୁ ଆରଏସଏସ, ବିଜେପି କିମ୍ବା ସରକାରଙ୍କୁ ସମାଲୋଚନା କରିବାର ସ୍ୱାଧୀନତା ଅଛି। କିନ୍ତୁ ଆମ ଦେଶକୁ ଅପମାନିତ କରନ୍ତୁ ନାହିଁ। ଏହା ଆପଣଙ୍କୁ ମହଙ୍ଗା ପଡ଼ିବ।କେନ୍ଦ୍ରମନ୍ତ୍ରୀ ରିଜିଜୁ ତେନାବନୀ ଦେଇ କହିଛନ୍ତି, ଧ୍ୟାନଦେଇ ଶୁଣ, ଆମ ପତାକା ଏବଂ ମୋ ଦେଶକୁ ଅସମ୍ମାନ କରନାହିଁ। ଏଥିପାଇଁ ତୁମକୁ ବହୁ ମୂଲ୍ୟ ଦେବାକୁ ପଡିବ। କିରେନ୍ ରିଜିଜୁଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ, ନ୍ୟୁୟର୍କର ମ୍ୟାଡିସନ୍ ସ୍କୋୟାର ଗାର୍ଡେନ୍ ବାହାରେ ଜଣେ ପ୍ରଦର୍ଶନକାରୀ ଭାରତୀୟ ପତାକାକୁ ଅସମ୍ମାନ କରୁଥିବାର ଦେଖାଯାଉଛି, ଯେତେବେଳେ ଅନ୍ୟମାନେ ଖାଲିସ୍ତାନ ସମର୍ଥନରେ ସ୍ଲୋଗାନ ଦେଉଛନ୍ତି।

ପୋଷ୍ଟର ଧରି ଏକତ୍ରିତ ସ୍ଲୋଗାନ

ଶନିବାର ଦିନ ମାଡିସନ ସ୍କୋୟାର ଗାର୍ଡେନର ଇନଫୋସିସ୍ ଥିଏଟରରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ୬,୦୦୦ରୁ ଅଧିକ ସଦସ୍ୟ ଏବଂ ବିଭିନ୍ନ ଧର୍ମର ନେତାମାନଙ୍କୁ ସମ୍ବୋଧିତ କରି ମୋହନ ଭାଗବତ ବିବିଧତାକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ବିବିଧତାରେ ଏକତା ଭାରତର ଡିଏନଏରେ ଅଛି। ଏହି ସମୟରେ, ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ଭାରତ ବିରୋଧୀ ଏବଂ ଆତଙ୍କବାଦୀ ସଂଗଠନ ଶିଖ୍ସ ଫର ଜଷ୍ଟିସ୍ (ଏସଏଫଜେ)ର ପ୍ରତିବାଦକାରୀମାନେ ବ୍ୟାନର ଏବଂ ପୋଷ୍ଟର ଧରି ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ।

Visa Issues: ଏକମାତ୍ର ଝିଅର ବାହାଘରରେ ଯୋଗ ଦେଇପାରିଲେନି ବାପା-ମା’

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଜଣେ ଖାଲିସ୍ତାନି ସମର୍ଥକ ତାଙ୍କ ଗୋଡରେ ଭାରତୀୟ ତ୍ରିରଙ୍ଗା ବାନ୍ଧି କ୍ୟାମେରା ସାମ୍ନାରେ ପୋଜ୍ ଦେଉଥିବାର ଦେଖାଯାଇଛି, ଯେତେବେଳେ ଅନ୍ୟ ପ୍ରତିବାଦକାରୀମାନେ ଅନ୍ୟ ଏକ ତ୍ରିରଙ୍ଗାକୁ ଟାଣି ଚିରି ନାଚୁଥିବାର ଦେଖାଯାଇଛି। ପ୍ରତିବାଦକାରୀମାନେ ମୋହନ ଭାଗବତଙ୍କ କଟ-ଆଉଟରେ ଜୋତା ମାଳା ପିନ୍ଧାଇ ଦେଶ ବିରୋଧୀ ସ୍ଲୋଗାନ ମଧ୍ୟ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.