Indian Boxers: ଗ୍ଲାସ୍‌ଗୋରେ ଆତଙ୍କ ଖେଳାଇଥିଲେ ଭାରତୀୟ ବକ୍ସର

1 month ago 13
ARTICLE AD BOX

ନୂଆଦିଲ୍ଲୀ: ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭ ସ୍ବର୍ଣ୍ଣ ସହ ୧୦ ପଦକ ଜିତିଥିବା ଭାରତୀୟ ମୁଷ୍ଟିଯୋଦ୍ଧାମାନେ ଐତିହାସିକ ସଫଳତା ହାସଲ କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଗ୍ଲାସ୍‌ଗୋରେ ଅନ୍ୟ ଦେଶର ମୁଷ୍ଟିଯୋଦ୍ଧାମାନଙ୍କ ମଧ୍ୟରେ ଭୀତି ସଂଚାର କରିଥିଲେ ଭାରତୀୟ ମୁଷ୍ଟିଯୋଦ୍ଧା।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ାରେ ଚାଲିଗଲା ୨ ମାସ ଶିଶୁର ଜୀବନ, ବାପା ଗୁରୁତର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ବେଳେ ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ କହିଥିଲେ ଯେ ପ୍ରତିପକ୍ଷ ମୁଷ୍ଟିଯୋଦ୍ଧାମାନେ ଭାରତ ନାଁ ଶୁଣିଲେ ଆତଙ୍କିତ ହୋଇଯାଉଥିଲେ। ଭାରତୀୟ ମୁଷ୍ଟିଯୋଦ୍ଧାମାନଙ୍କୁ ସାମ୍ନା କରିବାର ଭୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ଏତେ ମାତ୍ରାରେ ବ୍ୟାପି ଯାଇଥିଲା ଯେ, ଡ୍ର’ରେ ଭାରତ ବିପକ୍ଷରେ ମୁକାବିଲା ନିର୍ଦ୍ଧାରିତ ହେବା ମାତ୍ରେ ସେମାନେ ପଦକ ଜିତିବାର ଆଶା ଛାଡ଼ି ଦେଉଥିଲେ। ସେମାନେ କହୁଥିଲେ, ‘ଆମର ଭାରତ ବିପକ୍ଷରେ ଲଢେଇ ଅଛି, ଏଣୁ ଆମେ ପ୍ରଥମ ରାଉଣ୍ଡରେ ହିଁ ହାରିଯିବୁ, ପଦକ ବି ଜିତିପାରିବୁ ନାହିଁ।’’ ଏହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ଲଭଲୀନା ବର୍ଗୋହାଇଁଙ୍କୁ ପଚାରିଥିଲେ ଯେ ସତରେ କଣ ଭାରତୀୟ ମୁଷ୍ଟିଯୋଦ୍ଧାଙ୍କୁ ଡରୁଥିଲେ। ଏହାର ଉତ୍ତରରେ ଲଭଲୀନା କହିଥିଲେ ଯେ ଏହା ସତ ଯେ ସମସ୍ତେ ଭାରତୀୟ ମୁଷ୍ଟିଯୋଦ୍ଧାମାନଙ୍କୁ ନେଇ ଆତଙ୍କିତ ଥିଲେ।

ଆହୁରି ପଢ଼ନ୍ତୁ: ପରିବେଶକୁ ନଷ୍ଟ କରି କମ୍ପାନୀ କରିବା ମୁର୍ଖାମି: ଆପ୍ପଲାସ୍ବାମୀ କାଡ୍ରାକା

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.