ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଅଫିସର ହେବାକୁ ଇଚ୍ଛା ରଖିଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର। ବାୟୁସେନା ପକ୍ଷରୁ ଏୟାର ଫୋର୍ସ କମନ୍ ଆଡମିଶନ୍ ଟେଷ୍ଟ ପାଇଁ ନଭେମ୍ବର ୧୨ ତାରିଖରୁ ଆବେଦନ ଆରମ୍ଭ ହୋଇଛି। ଯେଉଁ ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ଯୋଗଦେଇ ଦେଶର ସେବା କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୬ ଡିସେମ୍ବର ୧୧ ରହିଛି।
ବୟସ ସୀମା
ଫ୍ଲାଇଂ ବ୍ରାଞ୍ଚ: ପ୍ରାର୍ଥୀଙ୍କ ଜନ୍ମ ୨ ଜାନୁଆରି ୨୦୦୪ରୁ ୧ ଜାନୁଆରି ୨୦୦୮ ମଧ୍ୟରେ ହୋଇଥିବା ଆବଶ୍ୟକ। ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ।
ଗ୍ରାଉଣ୍ଡ ଡ୍ୟୁଟି: ପ୍ରାର୍ଥୀଙ୍କ ଜନ୍ମ ୨ ଜାନୁଆରି ୨୦୦୨ରୁ ୧ ଜାନୁଆରି ୨୦୦୮ ମଧ୍ୟରେ ହୋଇଥିବା ଆବଶ୍ୟକ। ବୟସ ୨୦ରୁ ୨୬ ବର୍ଷ ମଧ୍ୟରେ ହେବା ଉଚିତ।
ଶିକ୍ଷାଗତ ଯୋଗ୍ୟତା
ଫ୍ଲାଇଂ ବ୍ରାଞ୍ଚ: ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀରେ ଗଣିତ ଓ ପଦାର୍ଥ ବିଜ୍ଞାନ ବିଷୟ ରଖି ପାସ୍ କରିଥିବା ଆବଶ୍ୟକ। ଏହା ସହିତ ଯେକୌଣସି ବିଷୟରେ ସ୍ନାତକ କିମ୍ବା ସମକକ୍ଷ ବିଇ/ବିଟେକ୍ ଡିଗ୍ରି ଥିବା ଦରକାର।
ଗ୍ରାଉଣ୍ଡ ଡ୍ୟୁଟି: ପ୍ରାର୍ଥୀଙ୍କ ପାଖରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରି ଥିବା ଆବଶ୍ୟକ।
କିପରି କରିବେ ଆବେଦନ?
୧. ପ୍ରଥମେ ଅଫିସିଆଲ୍ ୱେବସାଇଟ୍ afcat.cdac.in କୁ ଯାଆନ୍ତୁ।
୨. ହୋମ୍ପେଜ୍ରେ ଥିବା ରେଜିଷ୍ଟ୍ରେସନ୍ ବିଭାଗ ଉପରେ କ୍ଲିକ୍ କରନ୍ତୁ।
୩. ଆବଶ୍ୟକୀୟ ସମସ୍ତ ତଥ୍ୟ ସତର୍କତାର ସହ ପୂରଣ କରନ୍ତୁ।
୪. ନିର୍ଦ୍ଧାରିତ ଆବେଦନ ଶୁଳ୍କ ଜମା କରନ୍ତୁ।
୫. ଫର୍ମ ଦାଖଲ କରିବା ପରେ ଏହାର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ।
ଉପରାଷ୍ଟ୍ରପତିଙ୍କ ସ୍କୁଲ ସାର୍ଟିଫିକେଟ୍ ଜାଲ୍: କୋର୍ଟଙ୍କ ଭର୍ତ୍ସନା ପରେ ଦେଲେ ଇସ୍ତଫା

6 hours ago
3


