ARTICLE AD BOX
ସେଲାୟାଙ୍ଗ: ଏଏଫ୍ସି ୧୭ ବର୍ଷରୁ କମ୍ ମହିଳା ଏସୀୟ କପ୍ ୨୦୨୭ ପାଇଁ ଯୋଗ୍ୟତା ହାସଲ କରିଛି ଭାରତ। ରବିବାର ମାଲେସିଆର ସେଲାୟାଙ୍ଗସ୍ଥିତ ଏମ୍ପି ସେଲାୟାଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ନିଜର ଶେଷ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍ ‘ଇ’ ମ୍ୟାଚ୍ରେ ଭାରତ ୪-୦ ଗୋଲ୍ରେ ଆୟୋଜକ ମାଲେସିଆକୁ ପରାସ୍ତ କରିଛି।
ଭାରତ ପକ୍ଷରୁ ରେଦିମା ଦେବୀ ୩୦ତମ ମିନିଟ୍ରେ ପେନାଲ୍ଟି ବକ୍ସ ବାହାରୁ ଏକ ଚମତ୍କାର ସଟ୍ ମାଧ୍ୟମରେ ପ୍ରଥମ ଗୋଲ୍ ଦେଇଥିଲେ। ଏହି ଗୋଲ୍ ବଳରେ ଭାରତ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧର ୫୧ତମ ମିନିଟ୍ରେ ପ୍ରୀତିକା ବର୍ମନ ନିକଟରୁ ଗୋଲ୍ ଦେଇ ଭାରତର ଅଗ୍ରଣୀକୁ ୨-୦ କରିଥିଲେ। ଏହାର ମାତ୍ର ୬ ମିନିଟ୍ ପରେ ଅନୁଷ୍କା କୁମାରୀ ଆଉ ଏକ ଗୋଲ୍ ଦେଇଥିଲେ। ମ୍ୟାଚ୍ର ୮୭ତମ ମିନିଟ୍ରେ ନିଧି ପବନ କୁମାର ପ୍ରତିପକ୍ଷ ଗୋଲ୍ରକ୍ଷକଙ୍କୁ ଚକ୍ମା ଦେଇ ଖାଲି ଗୋଲ୍ପୋଷ୍ଟରେ ବଲ୍ ପକାଇ ଭାରତର ବିଜୟକୁ ୪-୦ରେ ପହଞ୍ଚାଇଥିଲେ।
ଏସୀୟ କପ୍ରେ ସ୍ଥାନ ସୁନିଶ୍ଚିତ
ଏହି ବିଜୟ ସହ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ୧୭ ବର୍ଷରୁ କମ୍ ମହିଳା ଏସୀୟ କପ୍ରେ ସ୍ଥାନ ସୁନିଶ୍ଚିତ କରିଛି। ଚଳିତ ବର୍ଷ ଆୟୋଜିତ ପୂର୍ବ ସଂସ୍କରଣରେ ଭାରତ କ୍ୱାର୍ଟରଫାଇନାଲ୍ରେ ପହଞ୍ଚିଥିଲା। ଏଥରର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଭାରତୀୟ ଦଳର ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ଦଳ ମୋଟ ୩ ମ୍ୟାଚ୍ ଖେଳିଥିବାବେଳେ ସବୁ ମ୍ୟାଚ୍ରେ ବିଜୟ ସହ ମୋଟ ୯ ପଏଣ୍ଟ ହାସଲ କରିଛି।
ଏହି ତିନି ମ୍ୟାଚ୍ରେ ଭାରତ ପକ୍ଷରୁ ମୋଟ ୨୦ ଗୋଲ୍ ଦିଆଯାଇଥିଲା। ଇରାକ୍ ବିପକ୍ଷ ମ୍ୟାଚ୍ରେ ଭାରତ ୧୪-୦ରେ ଓ ସିରିୟା ବିପକ୍ଷରେ ୨-୦ରେ ବିଜୟ ହାସଲ କରିଥିଲା। ୨୦୨୭ ଏସୀୟ କପ୍ ମାର୍ଚ୍ଚ ୩୧ରୁ ଏପ୍ରିଲ୍ ୧୭ ପର୍ଯ୍ୟନ୍ତ ଚୀନ୍ରେ ଅନୁଷ୍ଠିତ ହେବ।
Ranji Trophy: ରଣଜୀ ବେଳେ ‘ଭାରତ-ଏ’ର ବିଦେଶ ଗସ୍ତ ନେଇ ଭେଙ୍ଗସରକାରଙ୍କ ସମାଲୋଚନା

52 minutes ago
1


