ARTICLE AD BOX
ଆନନ୍ଦପୁର: ଆନନ୍ଦପୁରକୁ ରେଳପଥ ସହ ସଂଯୋଗ କରିବା ଦାବିରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଛି। ବାରିଗାଁସ୍ଥିତ ଧନେଇ ପୀଠରୁ ଏହି ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରେଳପଥ ସଂଯୋଗ ଦାବି ନେଇ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଆନନ୍ଦପୁରକୁ ରେଳପଥ ସହ ସଂଯୋଗ କରିବା ପାଇଁ ୨୦୧୪ ମସିହାରୁ ଦାବି ହୋଇଆସୁଛି। ଦୀର୍ଘ ବର୍ଷ ଧରି ଏହି ଦାବି ଉଠିଆସୁଥିଲେ ମଧ୍ୟ ଏଯାଏଁ ଏହା ପୂରଣ ହୋଇପାରିନାହିଁ। ଏହି ଦାବିକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଧର୍ମଘଟ, ସଂକୀର୍ତ୍ତନ ଯାତ୍ରା ଓ ଦଣ୍ଡବତ ଯାତ୍ରା ଭଳି ଅଭିନବ ପ୍ରତିବାଦ କରାଯାଇଛି।
ତଥାପି ପ୍ରତିବର୍ଷ ରେଳ ବଜେଟ୍ରେ ଆନନ୍ଦପୁରକୁ ରେଳପଥ ସଂଯୋଗ ନେଇ କୌଣସି ଆଶାଜନକ ଘୋଷଣା ନହେବାରୁ ଅଞ୍ଚଳବାସୀ ନିରାଶ ହୋଇଆସୁଛନ୍ତି। ରେଳପଥ ସଂଯୋଗ ହେଲେ ଯାତାୟାତ ସୁବିଧା ବୃଦ୍ଧି ସହ ଅଞ୍ଚଳର ବାଣିଜ୍ୟ, ପର୍ଯ୍ୟଟନ ଓ ଆର୍ଥିକ ବିକାଶକୁ ନୂଆ ଦିଗ ମିଳିପାରିବ ବୋଲି ଆଶା କରାଯାଉଛି।
ଦୀର୍ଘ ୧୨ ବର୍ଷ ଧରି ଚାଲିଥିବା ଏହି ଦାବି ପ୍ରତି ସରକାର ଗୁରୁତ୍ୱ ଦେବା ସହ ଆନନ୍ଦପୁରକୁ ରେଳପଥ ସହ ସଂଯୋଗ କରିବା ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Arrested: ସିମୁଳିଆରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ୧୧ ଜୁଆଡ଼ି ଗିରଫ; ୪ ବାଇକ୍, କାର୍ ଓ ନଗଦ ଟଙ୍କା ଜବତ

1 hour ago
1


