Nepal Flash Flood : ନେପାଳରେ ପ୍ରକୃତିର ତାଣ୍ଡବ! ବନ୍ୟାରେ ୧୦ ନିଖୋଜ, ୬ ପୋଲ ଭାସିଗଲା, ୩୫ ଘର ନଷ୍ଟ

51 minutes ago 1
ARTICLE AD BOX

ନୂଆଦିଲ୍ଲୀ: ନେପାଳରେ ପୁଣି ପ୍ରକୃତିର କୋପ ଦେଖିବାକୁ ମିଳିଛି। ଏହା ନେପାଳବାସୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ନେପାଳର ଗୋରଖା ଜିଲ୍ଲାଦେଇ ପ୍ରବାହିତ ଗଣ୍ଡକୀ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ୁଛି। ବୁଢ଼ୀ ଗଣ୍ଡକୀ ନଦୀରେ ଆସିଥିବା ଭୟଙ୍କର ବନ୍ୟା ଯୋଗୁଁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ବନ୍ୟାରେ ଗୋରଖା ଜିଲ୍ଲାରେ ଅତି କମ୍‌ରେ ୧୦ ଜଣ ନିଖୋଜ ହୋଇଥିବା ବେଳେ ୬ଟି ପୋଲ ଭାସିଯାଇଛି ଏବଂ ପ୍ରାୟ ୩୫ଟି ଘର ନଷ୍ଟ ହୋଇଛି।

ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ସେନା ଯବାନ ଓ ହେଲିକପ୍ଟର ମୁତୟନ କରାଯାଇଛି। ନଦୀକୂଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସତର୍କ କରାଯାଇଛି।

ବୁଢ଼ୀ ଗଣ୍ଡକୀ ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ

ବନ୍ୟାଜଳରେ ଅନେକ ପୋଲ ନଷ୍ଟ ହୋଇଯାଇଛି। ବୁଢ଼ୀ ଗଣ୍ଡକୀ ଜଳବିଦ୍ୟୁତ୍ ପ୍ରକଳ୍ପର କ୍ୟାମ୍ପ କୋଠା ମଧ୍ୟ ନଷ୍ଟ ହୋଇଛି। ନଦୀକୂଳରେ ରହୁଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ନେପାଳ ପୁଲିସ ପକ୍ଷରୁ ଲଗାତାର ମାଇକ୍‌ ଯୋଗେ ଘୋଷଣା କରାଯାଉଛି ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଉଛି। ନଦୀର ଜଳସ୍ତର ବଢ଼ୁଥିବା ଦେଖି ଲୋକଙ୍କ ମଧ୍ୟରେ ପୁଣି କ୍ଷୟକ୍ଷତିର ଭୟ ଦେଖାଦେଇଛି। ଅନେକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଲୋକେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ପ୍ରଶାସନ ପକ୍ଷରୁ ଲଗାତାର ସୂଚନା ଦିଆଯାଇ ଲୋକଙ୍କୁ ସତର୍କ କରାଯାଉଛି।

ଭୂସ୍ଖଳନ ଯୋଗୁଁ ବନ୍ୟା ଆସିଥିବା ଆଶଙ୍କା

ରବିବାର ନେପାଳର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ବନ୍ୟା ଆସିବାରୁ ଗୋରଖା ଜିଲ୍ଲାର ଅନେକ ଘର ଭାସିଯାଇଛି। ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇଥିବା ଖବର ମିଳିନାହିଁ। ବନ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକାରୀମାନେ ତଦନ୍ତ କରୁଛନ୍ତି।ପାହାଡ଼ ଉପରେ ଭୂସ୍ଖଳନ ହେବା ଯୋଗୁଁ ବନ୍ୟା ଆସିଥିବା ଅନୁମାନ କରାଯାଉଛି। ଭୂସ୍ଖଳନରୁ ବାହାରିଥିବା ମାଟି ଓ ପଥର ନଦୀର ଜଳପ୍ରବାହକୁ ଅବରୋଧ କରିଥିବାରୁ ହଠାତ୍ ବନ୍ୟା ସୃଷ୍ଟି ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ଗୋରଖା ଜିଲ୍ଲାରୁ ଅନେକ ଭିଡିଓ ଓ ଫଟୋ ସାମ୍ନାକୁ ଆସୁଛି। ଏଥିରେ ହଠାତ୍ ବନ୍ୟା ଆସିବାରୁ ଲୋକେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିବା ଦେଖାଯାଉଛି। ନଦୀର ପାଣି ଜନବସତି ଭିତରକୁ ପଶିବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗଣ୍ଡକୀ ନଦୀର ଜଳପ୍ରବାହ ହଠାତ୍ ପ୍ରଳୟଙ୍କରୀ ବନ୍ୟାର ରୂପ ନେଇ ରାସ୍ତାରେ ଆସୁଥିବା ଅନେକ ଜିନିଷକୁ ଭାସାଇ ନେଇଥିଲା।

ପ୍ରଧାନମନ୍ତ୍ରୀ ପଠାଇଲେ ସେନା ଟିମ୍

ନେପାଳର ପ୍ରଧାନମନ୍ତ୍ରୀବାଲେନ ଶାହ କହିଛନ୍ତି ଯେ ପରିସ୍ଥିତିର ମୁକାବିଲା କରିବା ଓ ଲୋକଙ୍କ ଜୀବନ ରକ୍ଷା ପାଇଁ ବିମାନ ଯୋଗେ ସେନାର ଏକ ଟିମ୍ ପଠାଯାଉଛି। ସେହିପରି ଗୃହମନ୍ତ୍ରୀ ସୁଡାନ ଗୁରୁଙ୍ଗ କହିଛନ୍ତି ଯେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସହାୟତା ପାଇଁ ହେଲିକପ୍ଟର ଟିମ୍‌ ସମେତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ନଦୀର ଜଳସ୍ତର ଲଗାତାର ବଢ଼ୁଥିବାରୁ ଘାଟ୍ଟେଖୋଲା ଅଞ୍ଚଳର କିଛି ଘରେ କାଦୁଆ ପାଣି ପଶିଯାଇଥିବା ସେ ସତର୍କ କରାଇଛନ୍ତି।

ପୂର୍ବରୁ ମଧ୍ୟ ନେପାଳରେ ଆସିଥିଲା ଭୟଙ୍କର ବନ୍ୟା

ଅଗଷ୍ଟ ୨୬ ତାରିଖରେ ନେପାଳର ରସୁୱା ଜିଲ୍ଲାର ଭୋଟେ କୋଶୀ ନଦୀରେ ଭୟଙ୍କର ବନ୍ୟା ଆସିଥିଲା। ଏହା ପରେ ପୁଣି ଗଣ୍ଡକୀ ନଦୀରେ ବନ୍ୟା ଆସିବା ନେପାଳରେ ଚିନ୍ତା ବଢ଼ାଇଛି।

୮୦ ଲୋକଙ୍କର ଆକ୍ରମଣରେ ଲହୁଲୁହାଣ ହେଲେ ପୂର୍ବତନ ବିଧାୟକ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.