India vs West Indies: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିଶାଳ ବିଜୟ, ୮ୱିକେଟ୍‌ରେ ଜିତିଲା ପ୍ରଥମ ମୁକାବିଲା

6 hours ago 1
ARTICLE AD BOX

ତିରୁବନନ୍ତପୁରମ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ ରବିବାର ଧମାକା କରିଛନ୍ତି। ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ପରାସ୍ତ କରିଛନ୍ତି। ତିରୁବନନ୍ତପୁରମସ୍ଥିତ ଗ୍ରିନଫିଲ୍ଡ ଷ୍ଟାଡିୟମରେ ଭାରତ ୨୯୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୪୧.୪ ଓଭରରେ ୨ ୱିକେଟ୍‌ ହରାଇ ୩୦୦ ରନ୍‌ ସଂଗ୍ରହ କରିଛି। ଏହି ବିଜୟ ସହିତ ଭାରତ ଶୃଙ୍ଖଳାର ୧-୦ରେ ଅଗ୍ରଣୀ ହାସଲ କରିଛି। 

ଭାରତ ପାଇଁ ରୋହିତ ଶର୍ମା ଏବଂ ଅଧିନାୟକ ଶୁଭମନ ଗିଲ୍‌ ପ୍ରାରମ୍ଭିକ ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୭୪ ରନ୍‌ର ଭାଗିଦାରୀ କରିଥିଲେ। ଏଥିରେ ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ସ୍କୋର ଥିଲା ୩୨ ରନ୍‌। ଗିଲ୍‌ ଆଉଟ୍‌ ହେବା ପୂର୍ବରୁ ୧୧୦ ରନ୍ ସଂଗ୍ରହ କରିଥିଲେ। ସେ ୧୦୮ଟି ବଲ୍‌ ଖେଳି ୧୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। 

ଏହି ମ୍ୟାଚ୍‌ରେ ବିରାଟ କୋହଲି ଶତକ ହାସଲ କରିଛନ୍ତି। ସେ ଅପରାଜିତ ରହି ୧୩୯ ରନ୍‌ ସଂଗ୍ରହ କରିଛନ୍ତି। କୋହଲି ୮୮ଟି ବଲ୍‌ ଖେଳି ୧୦ଟି ଚୌକା ଏବଂ ୯ଟି ଛକା ମାରିଛନ୍ତି। କେବଳ ଏତିକି ନୁହେଁ କୋହଲି ଆଜି ଦିନିକିଆ ଅନ୍ତର୍ଜାତୀୟରେ ୧୫,୦୦୦ ରନ୍‌ ଅତିକ୍ରମ କରିଛନ୍ତି। ଯୁବ ବ୍ୟାଟର ଋତୁରାଜ ଗାଏକ୍ବାର୍ଡ ୧୯ଟି ବଲ୍‌ ଖେଳି ଅପରାଜିତ ୧୩ ରନ୍‌ କରିଛନ୍ତି। 

Virat Kohli: ବିରାଟ କୋହଲି ମାରିଲେ ୮୩ତମ ଅନ୍ତର୍ଜାତୀୟ ଶତକ, ଉତ୍ସବମୁଖର ପାଲଟିଲା ରାଞ୍ଚି ଷ୍ଟାଡିୟମ

ମୁକାବିଲାରେ ଟସ୍‌ ଜିଣି ଭାରତୀୟ ଟିମ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୯୫ ରନ୍‌ ସଂଗ୍ରହ କରିଥିଲା। ଭାରତ ପାଇଁ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ। ୱେଷ୍ଟଇଣ୍ଡିଜର ୪ଜଣ ଖେଳାଳିଙ୍କୁ ସେ ପାଭିଲିଅନ ଫେରାଇଥିଲେ। 

ୱେଷ୍ଟଇଣ୍ଡିଜ୍‌ ପାଇଁ ଜନ୍‌ କ୍ୟାମ୍ପବେଲ ଏବଂ ଜଷ୍ଟିନ୍‌ ଗ୍ରେଭ୍‌ସ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ଯଥାକ୍ରମେ ଅର୍ଦ୍ଧଶତକ ଏବଂ ଶତକ ହାସଲ କରିଥିଲେ। ବ୍ୟକ୍ତିଗତ ଭାବେ ଜଷ୍ଟିନ୍‌ ୧୦୮ଟି ବଲ୍‌ ଖେଳି ୧୨ଟି ଚୌକା ସହାୟତାରେ ୧୦୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଜନ୍‌ ୬୦ଟି ବଲ୍‌ ଖେଳି ୬୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୬ଟି ଚୌକା ଏବଂ ୩ଟି ଛକା ସାମିଲ କରିପାରିଥିଲେ। ଅମିର ଜାଙ୍ଗୋ ଅର୍ଦ୍ଧଶତକ ହାସଲ କରିଥିଲେ। 

ୱେଷ୍ଟଇଣ୍ଡିଜର ପ୍ରାରମ୍ଭିକ ବ୍ୟାଟିଂ ମଜବୁତ ଥିଲା। ୧୯.୧ ଓଭରରେ ସ୍କୋର ୧୩୫ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା। ଦ୍ବିତୀୟ ୱିକେଟ୍‌ ବେଳକୁ ଅତିଥି ଦଳର ସ୍କୋର ୧୭୬ ରନ୍‌ରେ ପହଞ୍ଚି ସାରିଥିଲା। ଏହା ପରେ ଦଳର ଖେଳାଳିମାନେ କ୍ରିଜ୍‌ ଅଧିକ ସମୟ ରହିବାକୁ ଅସମର୍ଥ ହୋଇଥିଲେ। କେଆସି କାର୍ଟି ୧୩, ସାଇ ‌ହୋପ୍‌ ୧୨ ରନ୍‌, ରୋଷ୍ଟନ୍‌ ଚେଜ୍‌ ୨୪ ରନ୍‌, ମ୍ୟାଥ୍ୟୁ ଫୋର୍ଡେ ୭ ରନ୍‌ ସଂଗ୍ରହ କରି ଆଉ୍‌ଟ ହୋଇଥିଲେ। ଜେୱେଲ୍‌ ଆଣ୍ଡ୍ର୍ୟୁ ଶୂନ୍ୟ ଖାତା ଖୋଲିପାରି ନଥିଲେ। ଭ‌ାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍‌ ଅକ୍ତିଆର କରିଥିବା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଏବଂ ନିଶିତ କୁମାର ରେଡ୍ଡୀ ଗୋଟିଏ ୱିକେଟ୍‌ ନେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.