India vs West Indies 2nd ODI: ଗିଲ୍‌ଙ୍କ ପରେ ଶତକ ହାସଲ କଲେ ରୋହିତ ଶର୍ମା

40 minutes ago 1
ARTICLE AD BOX

ଗୁଆହାଟୀ: ଗୁଆହାଟୀର ବରସାପାରା ଷ୍ଟାଡିୟମ‌ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭ‌ାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ଶୁଭମନ ଗିଲ୍‌ ଏବଂ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ପ୍ରାରମ୍ଭିକ ବ୍ୟାଟର ରୋହିତ ଶର୍ମା ୬୨ଟି ବଲ୍‌ ଖେଳି ଶତକ ହାସଲ କରିଛନ୍ତି। ରୋହିତ ଶର୍ମା ୭୫ଟି ବଲ୍‌ ଖେଳି ୧୦ଟି ଚୌକା ଏବଂ ୬ଟି ଛକା ମାରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଶୁଭମନ ଗିଲ ୯୫ଟି ବଲ୍‌ରୁ ୨୦ଟି ଚୌକା ଏବଂ ୭ଟି ଛକା ସହାୟତାରେ ୧୬୮ ରନ୍‌ ସଂଗ୍ରହ କରିଛନ୍ତି।  

ତିନି ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଜାରି ରହିଛି। ଭାରତୀୟ ଅଧିନାୟକ ଶୁଭମନ ଗିଲ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଅତିଥି ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ୱିକେଟ୍‌ ହରାଇ ୪୦୫ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତୀୟ ଟିମ୍‌କୁ ୪୦୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। 

ଶୁଭମନ ଗିଲଙ୍କ ନିଷ୍ପତ୍ତି ଭାରତୀୟ ଦଳ ପାଇଁ ମହଙ୍ଗା ପଡ଼ିଲା ଭଳି ଲାଗୁଛି। ଜନ୍‌ କ୍ୟାମ୍ପବେଲ, ସାଇ ହୋପ ଏବଂ ଅମିର ଜାଙ୍ଗୋ ଶତକ ହାସଲ କରିଛନ୍ତି। କ୍ୟାମ୍ପବେଲ ୬୮ଟି ବଲ୍‌ ଖେଳି ୯ଟି ଚୌକା ଏବଂ ୫ଟି ଛକା ବଳରେ ୧୦୧ ରନ୍‌ ସଂଗ୍ରହ କରିଥିଲେ। ବିସ୍ଫୋରକ ବ୍ୟାଟର ହୋପ୍‌ ବ୍ୟକ୍ତିଗତ ଭାବେ ୧୦୪ ରନ୍‌ ସଂଗ୍ରହ କରିଥିଲେ। ସେ ୯୪ଟି ବଲ୍‌ ଖେଳି ୮ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ସେହିପରି ଅମିର ଜା‌ଙ୍ଗୋ ୧୩ଟି ଚୌକା ଏବଂ ୩ଟି ଛକା ସହାୟତାରେ ୧୧୪ ରନ୍‌ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୭୭ଟି ବଲ୍‌ ଖେଳିଥିଲେ। 

Cricket: ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍‌: ଆଫ୍‌ଗାନିସ୍ତାନ ବିପକ୍ଷରୁ ଭାରତର ଅଭିଯାନ

ୱେଷ୍ଟଇଣ୍ଡିଜର ପ୍ରାରମ୍ଭିକ ବ୍ୟାଟିଂ ଉନ୍ନତ ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳର ଖେଳାଳିମାନେ ଭଲ ସ୍କୋର କରିଥିଲେ। ୩୭ ରନ୍‌ରେ ଦଳ ପ୍ରଥମ ୱିକେଟ୍‌ ହରାଇଥିଲା। କିନ୍ତୁ ଦ୍ବିତୀୟ ୱିକେଟ୍‌ରେ ଦଳ ୧୧୦ ରନ୍‌ ଭାଗିଦାରୀ କରିପାରିଥିଲା। ସେହିପରି ତୃତୀୟ ୱିକେଟରେ ୧୮୨ ରନ୍‌ ଏବଂ ତୃତୀୟ ଚତୁର୍ଥ ୱିକେଟ୍‌ରେ ୧୦୧ ରନ୍‌ର ଭାଗିଦାରୀ ବିଶାଳ ସ୍କୋର କରିବାରେ ସହାୟକ ହୋଇଥିଲା। 

ଭାରତ ପକ୍ଷରୁ ଗୁରନୁର ବ୍ରାର୍‌, ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.