Flydubai flight: ଫ୍ଲାଏଦୁବାଇ ବିମାନରେ ଆତଙ୍କ : ତାବୁକ୍‌ରେ ଅବତରଣ, ୧୮୦ ଯାତ୍ରୀ ସୁରକ୍ଷିତ

47 minutes ago 1
ARTICLE AD BOX

ତେଲ ଅବିବ୍‌: ବୁଧବାର ମଧ୍ୟପ୍ରାଚ୍ୟ ଆକାଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୧୮୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ତେଲ୍ ଅଭିଭ୍‌କୁ ଯାତ୍ରା କରୁଥିବା ଫ୍ଲାଏଦୁବାଇର ବିମାନ ଏଫ୍‌ଜେଡ୍‌୧୦୭୩ଟି ପାଖାପାଖି ଅଢ଼େଇ ଘଣ୍ଟା ଉଡ଼ାଣ କରି ସାରିଥିଲା। ତେଲ୍ ଅଭିଭ୍‌ରେ ପହଞ୍ଚିବା ପାଇଁ ଅଳ୍ପ ସମୟ ବାକି ଥିଲା। ହଠାତ୍‌ ସବୁକିଛି ବଦଳି ଗଲା। ପାଇଲଟ୍‌ ଜେନେରାଲ ଏମର୍ଜେନ୍ସି ଘୋଷଣା କଲେ। ଏହା ପରେ ବିମାନ ଅପହରଣ ହୋଇଥିବା ‌ଘୋଷଣା କଲେ। ସେତେବେଳେ ବିମାନଟି ଜୋର୍ଡାନ ଆକାଶରେ ଉଡ଼ୁଥିଲା। ସେହି ସମୟରେ ବିମାନଟି ଗନ୍ତବ୍ୟସ୍ଥଳ ତେଲ୍‌ ଅଭିଭ୍‌କୁ ନ ଯାଇ ଦିଗ ବଦଳାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରି ଚାଲିଥିଲେ। ଏହାର ପ୍ରାୟ ଦେଢ଼ ଘଣ୍ଟା ପରେ ବିମାନଟି ସାଉଦି ଆରବର ତାବୁକ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଛି। ତେବେ ଯାତ୍ରୀମାନେ ୨୦୦୧ ମସିହା ସେପ୍ଟେମ୍ବରରେ ଆମେରିକାରେ ହୋଇଥିବା ଭୟଙ୍କର ବିମାନ ଅପରହଣ ୯/୧୧ ଘଟଣା ଭଳି ଅନୁଭବ କରିଛନ୍ତି।

ଆହୁରି ପଢନ୍ତୁ :Assaulted Over Witchcraft ଗୁଣିଗାରେଡ଼ି ସନ୍ଦେହରେ ଗାଁଦାଣ୍ଡରେ ମହିଳାଙ୍କୁ ମାଡ଼

ଫ୍ଲାଏଦୁବାଇର ଉକ୍ତ ବିମାନଟିର ମୁଖ୍ୟ ପାଇଲଟ୍‌ ଥିଲେ ଜଣେ ଭାରତୀୟ। ସହ-ପାଇଲଟ୍‌ ଜଣକ ଥିଲେ ଓମାନ୍‌ର। ସହ-ପାଇଲଟ୍‌ ଜଣକ ମୁଖ୍ୟ ପାଇଲଟଙ୍କୁ ଛୁରାମାଡ଼ କରି କ୍ଷତାକ୍ତ କରିଥିଲେ ମଧ୍ୟ ସେ ବିମାନଟିକୁ ସୁରକ୍ଷିତ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି। ମୁଖ୍ୟ ପାଇଲଟ୍‌ ଜଣକ ଭାରତୀୟ ନାଗରିକ ବୋଲି ଇସ୍ରାଏଲ୍‌ର ୱାଇନେଟ୍‌ ନ୍ୟୁଜ୍‌ ଓ ଚାନେଲ୍‌ ୧୨ ରିପୋର୍ଟ କରିଛନ୍ତି। ଫ୍ଲାଇଟରାଡାର ତଥ୍ୟ ଅନୁଯାୟୀ ବିମାନଟି ଆକାଶରେ ୩୦ ସେକେଣ୍ଡ ମଧ୍ୟରେ ୧୪ ହଜାର ଫୁଟ ତଳକୁ ଖସି ଯାଇଥିଲା। ତାବୁକ୍‌ରୁ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ତେଲ୍‌ ଅଭିଭ୍‌ ନିଆଯାଇଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଭିଡିଓ ବାର୍ତ୍ତାରେ ଜଣେ ପାଇଲଟଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି। ନେତାନ୍ୟାହୁ କହିଛନ୍ତି ଜଣେ ପାଇଲଟ ଅନ୍ୟ ଜଣଙ୍କୁ ଛୁରି ମାଡ଼ କରିଥିଲେ।

ଆହୁରି ପଢନ୍ତୁ :India vs West Indies 2nd ODI: ଗିଲ୍‌ଙ୍କ ପରେ ଶତକ ହାସଲ କଲେ ରୋହିତ ଶର୍ମା

 ବିମାନରେ ଥିବା ଜଣେ ଯାତ୍ରୀଙ୍କ ସହ ସେ କଥା ହୋଇଛନ୍ତି। ବିମାନଟି ପୂରା ଅଚଳ ଅବସ୍ଥାକୁ ଚାଲି ଯାଇଥିଲା ବୋଲି ଯାତ୍ରୀ ଜଣକ ତାଙ୍କୁ ଅବଗତ କରାଇଛନ୍ତି। ତେବେ କକ୍‌ପିଟ୍‌ ଭିତରକୁ ଯାତ୍ରୀଜଣକ ଅନ୍ୟ ଜଣେ କ୍ରୁ ସଦସ୍ୟଙ୍କ ସହ ବଳପୂର୍ବକ ପଶିବାରେ ସମର୍ଥ ହୋଇଥିଲେ। ଉଭୟ ମିଶି ଛୁରାମାଡ଼ କରି ବିମାନର ଉଡ଼ାଣ ବ୍ୟବସ୍ଥାକୁ ନଷ୍ଟ କରୁଥିବା ପାଇଲଟକୁ ନିୟନ୍ତ୍ରଣକୁ ନେବାରେ ସମର୍ଥ ହୋଇଥିଲେ। ସେହି ସମୟରେ ବିମାନରେ ଥିବା ଅନ୍ୟ କ୍ରୁ ସଦସ୍ୟମାନେ କକ୍‌ପିଟ୍‌ ଭିତରକୁ ପ୍ରବେଶ କରି ବିମାନକୁ ଉଡ଼ାଇ ରଖିବାରେ ସକ୍ଷମ ହୋଇଥିଲେ। ପାଇଲଟକୁ ଗିରଫ କରାଯାଇଛି ଏବଂ ସାଉଦି କର୍ତ୍ତୃପକ୍ଷ ତାକୁ ପଚରାଉଚରା କରୁଛନ୍ତି। ଫ୍ଲାଏଦୁବାଇ ପକ୍ଷରୁ କୁହାଯାଇଛି ଯେ ବିମାନ ଭିତରେ ହିଁ ଦୁଇ ପାଇଲଟଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଡ୍ୟୁଟିରେ ଥିବା ଫ୍ଲାଏଦୁବାଇର ଅନ୍ୟ ଜଣେ କ୍ରୁ ବିମାନର ଦିଗ ବଦଳାଇ ସୁରକ୍ଷିତ ଭାବେ ତାବୁକ ବିମାନବନ୍ଦରରେ ଅବତରଣ କରାଇଛନ୍ତି। ସବୁ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ବୋଲି ଏୟାରଲାଇନ୍ସ କହିଛି। ତେବେ ଏହି ଘଟଣା ପଛର କାରଣ ଓ ଉଦ୍ଦେଶ୍ୟ କ’ଣ ତାହା ଜଣାପଡ଼ିନାହିଁ।

ଆହୁରି ପଢନ୍ତୁ :Meeting: କାର୍ଯ୍ୟରେ ଅବହେଳା କଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଅକ୍ଟୋବର ୨୭‌ରେ ଇସ୍ରାଏଲରେ ନିର୍ବାଚନ ହେବ। ୨୦୨୩ ଅକ୍ଟୋବର ୭‌ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରଠାରୁ ଏହା ପ୍ରଥମ ନିର୍ବାଚନ। ଏହା ପୂର୍ବରୁ ଏଭଳି ଘଟଣା ଇସ୍ରାଏଲର ଚିନ୍ତା ବଢ଼ାଇ ଦେଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ଷମତାରେ ରହିବେ କି ନାହିଁ ତାହା ଏହି ନିର୍ବାଚନ ଫଳାଫରୁ ଜଣାପଡ଼ିବ। ଅନ୍ୟପକ୍ଷରେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଇସ୍ରାଏଲ ଦାବି କରିଛି। ଇସ୍ରାଏଲର ସୁରକ୍ଷା ମନ୍ତ୍ରୀ ଇତ୍‌ମାର ବେନ୍‌-ଗଭିର୍‌ କହିଛନ୍ତି ଯେ ଇସ୍ରାଏଲୀମାନଙ୍କୁ ହତ୍ୟା କରିବା ପାଇଁ ଆତଙ୍କବାଦୀମାନେ ବିମାନକୁ ଧ୍ବଂସ କରିବା ଲାଗି ଉଦ୍ୟମ କରିଥିଲେ। ତେବେ ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରବକ୍ତା ଡୋରନ୍‌ ସ୍ପିଲମ୍ୟାନ କହିଥିଲେ ଏହା ଅପହରଣ ଭଳି ବିଶ୍ବାସ କରାଯାଉ ନାହିଁ। ସ୍ପିଲମ୍ୟାନଙ୍କ କିଛି ସମୟ ପୂର୍ବରୁ ଇସ୍ରାଏଲର ଦୁଇଜଣ ଅଧିକାରୀ ନିଜ ନାମ ଗୋପନ ରଖି କହିଥିଲେ, ଏହି ଘଟଣା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ଜଣାପଡ଼ୁଛି। ତେବେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟ୍‌ଜ କହିଛନ୍ତି ଆକ୍ରମଣକାରୀଙ୍କ ଗୋଟିଏ ଲକ୍ଷ୍ୟ ଥିଲା ବିମାନକୁ ଧ୍ବଂସ କରିବା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.