ARTICLE AD BOX
ଗୁଆହାଟୀ: ଗୁଆହାଟୀର ବରସାପାରା ଷ୍ଟାଡିୟମରେ ଆଜି ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ଶୁଭମନ ଗିଲ୍ ଏବଂ ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କର ବ୍ୟାଟ୍ ଗର୍ଜିଛି। ସତେ ଯେପରି ଉଭୟ ବ୍ୟାଟରଙ୍କ ବ୍ୟାଟ୍ ଭୋକିଲା ଥିଲା ଭଳି ମନେ ହୋଇଛି। ଦର୍ଶକମାନେ ଉଭୟ ବ୍ୟାଟରଙ୍କ ଠାରୁ ବିସ୍ଫୋରକ ବ୍ୟାଟିଂ ଦେଖିଛନ୍ତି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ମିଳିଥିବା ୪୦୬ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ସହଜରେ ହାସଲ କରିଛି। ଭାରତ ୪୩.୩ ଓଭରରେ ୨ଟି ୱିକେଟ୍ ହରାଇ ୪୦୬ ରନ୍ କରିଛି। ଭାରତ ଏହି ବିଜୟ ସହିତ ଚଳିତ ଶଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ଦମଦାର ଥିଲା। ରୋହିତ ଶର୍ମା ଏବଂ ଶୁଭମନ ଗିଲ ପ୍ରଥମ ୱିକେଟ୍ ପାଇଁ ୨୫୫ ରନ୍ର ଭାଗିଦାରୀ କରିପାରିଥିଲେ। ଏଥିରୁ ରୋହିତ ବ୍ୟକ୍ତିଗତ ଭାବେ ଶତକ (୧୦୧ ରନ୍) ହାସଲ କରିଥିଲେ। ସେ ୭୫ଟି ବଲ୍ ଖେଳି ୧୦ଟି ଚୌକା ଏବଂ ୬ଟି ଛକା ମାରିଥିଲେ। ଦ୍ବିତୀୟ ୱିକେଟ ପାଇଁ ଶୁଭମନ ଗିଲ୍ ଏବଂ ବିରାଟ କୋହଲି ୬୫ ରନ୍ର ଭାଗିଦାରୀ କରିପାରିଥିଲେ। କୋହଲି ୧୯ଟି ବଲ୍ର ସାମ୍ନା କରି ୩ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୯ ରନ୍ ସଂଗ୍ରହ କରିଥିଲେ।
ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଭାରତୀୟ ଅଧିନାୟକ ଶୁଭମନ ଗିଲ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଅତିଥି ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ୱିକେଟ୍ ହରାଇ ୪୦୫ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ ପାଇଁ ଜନ୍ କ୍ୟାମ୍ପବେଲ, ସାଇ ହୋପ ଏବଂ ଅମିର ଜାଙ୍ଗୋ ଶତକ ହାସଲ କରିଥିଲେ। କ୍ୟାମ୍ପବେଲ ୬୮ଟି ବଲ୍ ଖେଳି ୯ଟି ଚୌକା ଏବଂ ୫ଟି ଛକା ବଳରେ ୧୦୧ ରନ୍ ସଂଗ୍ରହ କରିଥିଲେ। ବିସ୍ଫୋରକ ବ୍ୟାଟର ହୋପ୍ ବ୍ୟକ୍ତିଗତ ଭାବେ ୧୦୪ ରନ୍ ସଂଗ୍ରହ କରିଥିଲେ। ସେ ୯୪ଟି ବଲ୍ ଖେଳି ୮ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ସେହିପରି ଅମିର ଜାଙ୍ଗୋ ୧୩ଟି ଚୌକା ଏବଂ ୩ଟି ଛକା ସହାୟତାରେ ୧୧୪ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୭୭ଟି ବଲ୍ ଖେଳିଥିଲେ।
Cricket: ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍: ଆଫ୍ଗାନିସ୍ତାନ ବିପକ୍ଷରୁ ଭାରତର ଅଭିଯାନ
ୱେଷ୍ଟଇଣ୍ଡିଜର ପ୍ରାରମ୍ଭିକ ବ୍ୟାଟିଂ ଉନ୍ନତ ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳର ଖେଳାଳିମାନେ ଭଲ ସ୍କୋର କରିଥିଲେ। ୩୭ ରନ୍ରେ ଦଳ ପ୍ରଥମ ୱିକେଟ୍ ହରାଇଥିଲା। କିନ୍ତୁ ଦ୍ବିତୀୟ ୱିକେଟ୍ରେ ଦଳ ୧୧୦ ରନ୍ ଭାଗିଦାରୀ କରିପାରିଥିଲା। ସେହିପରି ତୃତୀୟ ୱିକେଟରେ ୧୮୨ ରନ୍ ଏବଂ ତୃତୀୟ ଚତୁର୍ଥ ୱିକେଟ୍ରେ ୧୦୧ ରନ୍ର ଭାଗିଦାରୀ ବିଶାଳ ସ୍କୋର କରିବାରେ ସହାୟକ ହୋଇଥିଲା। ଭାରତ ପକ୍ଷରୁ ଗୁରନୁର ବ୍ରାର୍, ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।

1 day ago
2


