ARTICLE AD BOX
କାକାମିଗାହାରା: ଚଳିତ ଏସୀୟ କ୍ରୀଡ଼ାର ଗୁରୁବାର ପୁରୁଷ ହକି ସେମିଫାଇନାଲ୍ରେ ଦୁଇ ଚିରପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଗତ ସଂସ୍କରଣ ବିଜେତା ଭାରତ ଚଳିତ ପ୍ରତିଯୋଗିତାରେ ପୁଲ୍-ଏ’ର ୫ଟି ଯାକ ମ୍ୟାଚ୍ ଜିତି ଅପରାଜିତ ରହିଛି। ଇଣ୍ଡୋନେସିଆକୁ ୧୩-୧ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ୪ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୧୬-୧, ଦକ୍ଷିଣ କୋରିଆକୁ ୮-୨, ଜାପାନକୁ ୨-୦ ଓ ବାଂଲାଦେଶକୁ ୧୦-୦ରେ ହରାଇ ପୁଲ୍ର ଶୀର୍ଷ ଦଳ ଭାବେ ସେମିଫାଇନାଲ୍ରେ ପହଞ୍ଚିଛି।
ପୂରା ପ୍ରତିଯୋଗିତାରେ ଦବ୍ଦବା ରଖିଥିବା ଭାରତ ପକ୍ଷରୁ ଦିଲପ୍ରୀତ ସିଂହ ୯ ଗୋଲ୍ ଦେଇ ଆଗରେ ରହିଥିଲା ବେଳେ ଅଭିଷେକ ଓ ହରମନ୍ପ୍ରୀତ ସିଂହ (ପ୍ରତ୍ୟେକ ୮ ଗୋଲ୍) ତାଙ୍କ ପଛକୁ ରହିଛନ୍ତି। ଅନ୍ୟପକ୍ଷରେ ପୁଲ୍-ବି’ରେ ପାକିସ୍ତାନ କେବଳ ମାଲେସିଆଠୁ ୪-୫ରେ ହାରି ଦ୍ବିତୀୟ ସ୍ଥାନରେ ରହିଥିଲା। ଏହି ଦଳ ଥାଇଲାଣ୍ଡକୁ ୯-୦, ଉଜ୍ବେକିସ୍ତାନକୁ ୫-୧, ଚୀନ୍କୁ ୩-୦ ଓ ଓମାନକୁ ୭-୨ରେ ମାତ୍ ଦେଇଛି। ପାକିସ୍ତାନର ସୁଫାିୟନ୍ ଖାନ (୧୧ ଗୋଲ୍) ଚଳିତ ପ୍ରତିଯୋଗିତାରେ ସର୍ବାଧିକ ଗୋଲ୍ ସ୍କୋରର୍ ଭାବେ ଆଗରେ ରହିଛନ୍ତି।
ରାଜକୁମାର ଆହତ: ନୀଳକାନ୍ତ ସାମିଲ
ବାଂଲାଦେଶ ବିପକ୍ଷ ଶେଷ ପୁଲ୍ ମ୍ୟାଚ୍ରେ ଆହତ ହୋଇଥିବା ଭାରତୀୟ ମିଡ୍ଫିଲ୍ଡର ରାଜକୁମାର ପାଲ୍ ଦଳରୁ ବାଦ୍ ପଡ଼ିଛନ୍ତି। ଏହି ମ୍ୟାଚ୍ରେ ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କ ବଦଳରେ ରିଜର୍ଭ ଖେଳାଳି ନୀଳକାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି।
Asian Games 2026: ସ୍ବର୍ଣ୍ଣ ଦୌଡ଼ରେ ଲଭ୍ଲୀନା: ପ୍ରିୟା, କପିଳ କାଂସ୍ୟରେ ସନ୍ତୁଷ୍ଟ

56 minutes ago
1


