India Pakistan Border: ସେନା ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ: ଅନୁପ୍ରବେଶ ଉଦ୍ୟମ ପଣ୍ଡ

1 hour ago 2
ARTICLE AD BOX

ଅମୃତସର:ପଞ୍ଜାବର ତରନ୍ ତାରାନ୍ ସେକ୍ଟରସ୍ଥିତ ଭାରତ-ପାକିସ୍ତାନ ଆନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ୍) ଯବାନମାନଙ୍କୁ ମିଳିଛି ବଡ଼ ସଫଳତା। ଶୁକ୍ରବାର ରାଜୋକେ ଗ୍ରାମ ନିକଟରେ ସୀମା ପାର ହୋଇ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ବିଏସ୍ଏଫ୍ ଯବାନମାନେ ଗୁଳି କରି ନିହତ କରିଛନ୍ତି। ଏହାସହ ସୀମା ପାର୍ଶ୍ୱରୁ ହେଉଥିବା ଏକ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବଳ ସଫଳତାର ସହ ପଣ୍ଡ କରିଦେଇଛନ୍ତି।

ଗତିବିଧି ଚିହ୍ନଟ କରିଥିଲେ ସୁରକ୍ଷା କର୍ମୀ

ପ୍ରାଥମିକ ସୂଚନାନୁସାରେ, ସନ୍ଦିଗ୍ଧ ପାକିସ୍ତାନୀ ନାଗରିକ ଦ୍ୱୟ ପାକିସ୍ତାନ ପଟୁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରୁଥିବା ସମୟରେ ସୀମାରେ ମୁତୟନ ଥିବା ବିଏସ୍ଏଫ୍ ସୁରକ୍ଷା କର୍ମୀ ସେମାନଙ୍କ ଗତିବିଧି ଚିହ୍ନଟ କରିଥିଲେ। ଯବାନମାନେ ତୁରନ୍ତ ସେମାନଙ୍କୁ ସତର୍କ କରାଇବା ସହ ସେହିଠାରେ ଅଟକି ଯିବାକୁ ଚେତାବନୀ ଦେଇଥିଲେ। ତେବେ ସୁରକ୍ଷା ବଳଙ୍କ ସତର୍କତା ଓ ଚେତାବନୀକୁ ନଡରି ସୀମା ପାର୍ ହୋଇ ଭରତରେ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏସ୍ଏଫ୍ ପକ୍ଷରୁ ଗୁଳିଚାଳନା କରାଯାଇଥିଲା, ଯାହାଫଳରେ ଗୁଳିବାଜି ଘଟଣାସ୍ଥଳରେ ହିଁ ଉଭୟ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଉକ୍ତ ସୀମାନ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।

CEC Gyanesh Kumar: ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ଆନ୍ଦୋଳନ ପୂର୍ବରୁ ମୁମ୍ବାଇର ଶିବାଜୀ ପାର୍କରେ କଡ଼ା ସୁରକ୍ଷା

Read Entire Article
LEFT SIDEBAR AD

Hidden in mobile, Best for skyscrapers.