India Pakistan border: ଭାରତୀୟ ସୀମା ନିକଟରେ ତୋପ ମୁତୟନ ମାମଲାରେ ଭାରତ ଦେଲା ଜବାବ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ସୀମା ନିକଟରେ ପାକିସ୍ତାନ ଚୀନ୍‌ ନିର୍ମିତ ଏସ୍‌ଏଚ୍‌-୧୫ ହାୱିଜର ତୋପ ମୁତୟନ କରିଥିବା ଖବରକୁ ଭାରତ ଗମ୍ଭୀରତାର ସହ ଗ୍ରହଣ କରିଛି। ଉକ୍ତ ପ୍ରସଙ୍ଗରେ ଭାରତ କହିଛି ଯେ ଦେଶର ଜାତୀୟ ସ୍ବାର୍ଥକୁ ସୁରକ୍ଷା ଦେବାପାଇଁ ଯାହା ଆବଶ୍ୟକ ଭାରତ ତାହା କରିବ। ବିଦେଶ ବ୍ୟାପାର ମନ୍ତ୍ରାଳୟର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଏମ୍ଇଏ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ସୀମାପାର ଆତଙ୍କବାଦ କ୍ଷେତ୍ରରେ ଭାରତର ସ୍ଥିତି ଅପରିବର୍ତ୍ତିତ।

ଦେଶ ନିଜକୁ ସୁରକ୍ଷା ଦେବାପାଇଁ ପ୍ରସ୍ତୁତ। ଜୟସ୍ବାଲ କହିଛନ୍ତି, ଅପରେସନ୍‌ ସିନ୍ଦୂର ସମୟରେ ଆମେ ଦେଖିଲୁ କିଭଳି ଜବାବ ଦିଆଗଲା। ଆମର ସ୍ଥିତି ସ୍ପଷ୍ଟ ଏବଂ ତାହା ହେଉଛି ସୀମାପାର ଆତଙ୍କବାଦ ବନ୍ଦ ହେବା ଉଚିତ। ଜାତୀୟ ସ୍ବାର୍ଥ ପାଇଁ ଯାହା ଆବଶ୍ୟକ ତାହା ଆମେ କରିବୁ ଏବଂ ଏଥିପାଇଁ ଆମେ ସର୍ବଦା ସତର୍କ ବୋଲି ଜୟସ୍ବାଲ କହିଛନ୍ତି।

Army Chief's big statement: ଅପରେସନ୍‌ ସିନ୍ଦୂର ଉପରେ ସେନାମୁଖ୍ୟଙ୍କ ବଡ଼ ବୟାନ: ପାକିସ୍ତାନରେ ସ୍ଥଳ ଆକ୍ରମଣ ପାଇଁ ଭାରତ ପ୍ରସ୍ତୁତ ଥିଲା

ଉଲ୍ଲେଖ‌ଯୋଗ୍ୟ, ପାକିସ୍ତାନ ଏହାର ଆର୍ଟିଲେରି ଆଧୁନିକୀକରଣ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଭାରତୀୟ ସୀମା ନିକଟରେ ତଥା ଭାରତ ଆଡ଼କୁ ମୁହଁ କରି ଚୀନ୍‌ର ୨୫୦ ଏସଏଚଫ୍‌-୧୫ ହାୱିଜର ତୋପ ମୁତୟନ କରିଛି। ଭାରତ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.