India Medals: ପୁରୁଷ ୧୦୦ ମିଟର ଟି୪୭ରେ ଭାରତକୁ ଐତିହାସିକ ୧-୨ ସଫଳତା

45 minutes ago 1
ARTICLE AD BOX

ଗ୍ଲାସ୍‌ଗୋ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ୧୦୦ ମିଟର ଟି୪୭ରେ ଯୁଗଳ ଖୁସି ମିଳିଛି। ଦୁଇ ଭାରତୀୟ ପାରା ଖେଳାଳି ଦିଲୀପ ଗର୍ବିତ ଓ ମହମ୍ମଦ ବାସିଲ ଦେଶ ପାଇଁ ଐତିହାସିକ ୧-୨ ପୋଡିୟମ୍‌ ଫିନିସ୍‌ ସଫଳତା ଆଣିଛନ୍ତି। ବୁଧବାର ରାତିରେ ଟି୪୭ ୧୦୦ ମିଟର ଦୌଡ଼ରେ ଏହି ଦୁଇ ଭାରତୀୟ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ସ୍ବର୍ଣ୍ଣ ଓ ରୌପ୍ୟ ପଦକ କରାୟତ୍ତ କରିଛନ୍ତି।

ଭାରତର ତୃତୀୟ ସ୍ବର୍ଣ୍ଣ 

ଗର୍ବିତ ୧୦.୭୧ ସେକେଣ୍ଡ୍‌ରେ ରେସ୍‌ ଶେଷ କରି ସ୍ବର୍ଣ୍ଣ ଜିତିଥିଲା ବେଳେ ତାଙ୍କଠୁ ୦.୧୨ ସେକେଣ୍ଡ ଅଧିକ ସମୟ ନେଇ ବାସିଲ (୧୦.୮୩) ରୌପ୍ୟ ପାଇଥିଲେ। ସ୍ବର୍ଣ୍ଣ ବିଜୟ ସହ ଗର୍ବିତଙ୍କ ଏହି ସମୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂଆ ରେକର୍ଡ କରିଥିଲା। ଏଥିସହ ଉଭୟ ଗର୍ବିତ ଓ ବାସଲଙ୍କ ଏହା ମଧ୍ୟ ଚଳିତ ଋତୁର ଶ୍ରେଷ୍ଠ ସମୟ ହୋଇଥିଲା। ଏହା ମଧ୍ୟ ଚଳିତ ଗ୍ଲାସ୍‌ଗୋ କ୍ରୀଡ଼ାରେ ଭାରତର ତୃତୀୟ ସ୍ବର୍ଣ୍ଣ ପଦକ। ପୂର୍ବରୁ ଭାରୋତ୍ତୋଳିକା ମୀରାବାଇ ଚାନୁ ଓ ପାରା ସଟ୍‌ପୁଟର ଶର୍ମିଳା ଧଙ୍କଡ଼ ସ୍ବର୍ଣ୍ଣ ଜିତିଥିଲେ।

Gill: ଗିଲ୍‌ ପୁଣି ୧ନଂ ଦିନିକିଆ ବ୍ୟାଟର୍‌: ଟ୍ବେଣ୍ଟି-୨୦ରେ ସୂର୍ଯ୍ୟବଂଶୀଙ୍କ ବଡ଼ ଲମ୍ଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.