ARTICLE AD BOX
ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟ ସୋମବାର (ଅକ୍ଟୋବର ୧୨) ଦିଲ୍ଲୀରେ ମେଗା ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଉଛି। ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ରଦ୍ଦ ଓ ମୁଖ୍ୟ ନିର୍ବାଚନ କମିସନର (ସିିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ଜୋରଦାର ପ୍ରତିବାଦ ଚାଲିଥିବା ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରସ୍ତାବିତ ପ୍ରତିବାଦ ସମ୍ପର୍କରେ ସୂଚନା ଦେଇଛନ୍ତି। ଟିଏମ୍ସି ମୁଖ୍ୟ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ରହି ସୋମବାର ହେବାକୁ ଥିବା ଇଣ୍ଡିମେଣ୍ଟର ପ୍ରତିବାଦରେ ଯୋଗ ଦେବାକୁ ସ୍ଥିର କରିଛନ୍ତି।
ଜାରି ରହିବ ପ୍ରତିବାଦ
ଏଥିପାଇଁ ମମତା ତାଙ୍କ କୋଲକାତା ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି। ଭାରତରେ ନିର୍ବାଚନୀ ପ୍ରକ୍ରିୟା ସ୍ବଚ୍ଛ ଓ ମୁକ୍ତ ନହେବା ପର୍ଯ୍ୟନ୍ତ ଲୋକଙ୍କ ମତଦାନ ଅଧିକାରର ସୁରକ୍ଷା ପାଇଁ କଂଗ୍ରେସ ଓ ଇଣ୍ଡି ମେଣ୍ଟ ଦଳଗୁଡ଼ିକ ସେମାନଙ୍କ ପ୍ରତିବାଦ ଜାରି ରଖିବେ ବୋଲି ବେଣୁଗୋପାଳ ତାଙ୍କ ଆଲପୁଝା ନିର୍ବାଚନ ମଣ୍ଡଳୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି। ବେଣୁଗୋପାଳ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତନର ଦ୍ବାରଦେଶରେ ପହଞ୍ଚିଛନ୍ତି। ସେ ବିରୋଧୀଙ୍କ ପ୍ରତିବାଦକୁ ନେଇ ଭୟଭୀତ। ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସିଇସିଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

1 hour ago
1


