India Aircraft Shortage: ଭାରତରେ ବିମାନର ଘୋର ଅଭାବ, ୧୦୦୦ ନୂଆ ବିମାନ ଦରକାର

19 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଅନୁସାରେ ବିମାନ ନାହିଁ। ବିମାନର ଘୋର ଅଭାବ ରହିଛି। ଭାରତୀୟ ଏୟାରଲାଇନ୍‌ଗୁଡ଼ିକ ୧୨୦୦ରୁ ଅଧିକ ବିମାନ କିଣିବାକୁ ବରାଦ ଦେଇଛନ୍ତି। ତଥାପି ଆହୁରି ୧୦୦୦ ବିମାନର ଅଭାବ ରହିଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଇଜିପ୍ଟ ଗସ୍ତ ପୂର୍ବରୁ ଗୋୟଲ କହିଥିଲେ, ଦେଶ ପାଇଁ ୨୦୦୦ରୁ ଅଧିକ ବିମାନର ଆବଶ୍ୟକତା ରହିଛି। ଯେଉଁ ବିମାନଗୁଡ଼ିକର ବରାଦ ଦିଆଯାଇଛି ତାହା କିଭଳି ଶୀଘ୍ର ଆସିବ, ସେଥିପାଇଁ ଉଦ୍ୟମ କରାଯାଉଛି। ସରକାର ମଧ୍ୟ‌ ସେଥିରେ ସହଯୋଗ କରୁଛନ୍ତି। ଆହୁରି ଅଧିକ ବିମାନ କିଣିବା ଲାଗି ବିମାନ କମ୍ପାନିଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି। 

ବେସାମରିକ ବିମାନ ଚଳାଚଳ ବଜାର ଭାରତ
ଅଧିକ ନୂଆ ବିମାନ ପହଞ୍ଚିବା ପରେ ଭାରତୀୟ ଏୟାରଲାଇନ୍‌ଗୁଡ଼ିକ ଅଧିକରୁ ଅଧିକ ଦେଶକୁ ବିମାନ ଯାତ୍ରା ସୁବିଧା ପ୍ରଦାନ କରିପାରିବେ ବୋଲି ସେ କହିଥିଲେ। ଭାରତ ହେଉଛି ବିଶ୍ବର ଅନ୍ୟତମ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେସାମରିକ ବିମାନ ଚଳାଚଳ ବଜାର। ଅର୍ଥନୈତିକ ପ୍ରଗତି ସହ ବିମାନ ଯାତ୍ରୀ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଛି। ବଜାରରେ ଇଣ୍ଡିଗୋ ଓ ଏୟାର ଇଣ୍ଡିଆର ସିଂହ ଭାଗ ଅଂଶ ରହିଛି। ଉଭୟ କମ୍ପାନି ବୋଇଂ ଓ ଏୟାରବସ୍‌କୁ ନୂଆ ବିମାନ କିଣିବା ବରାଦ ଦେଇଛନ୍ତି।

Petrol Commission: ପେଟ୍ରୋଲ, ଡିଜେଲ, ଏଲ୍‌ପିଜି କମିସନ ବୃଦ୍ଧି ଦାବି

ନିକଟ ଅତୀତରେ ପ୍ରମୁଖ ବିମାନ ନିର୍ମାତାମାନେ ଭାରତରେ ସେମାନଙ୍କ ଉତ୍ପାଦନ କାରଖାନା ବସାଇବା ଆରମ୍ଭ କରିଛନ୍ତି। ଏୟାରବସ୍‌ ଦୁଇଟି ଆସେମ୍ବଲି ଲାଇନ୍‌ ସ୍ଥାପନ କରିଛି। ବୋଇଂ ଓ ଏୟାରବସ୍‌ ପ୍ରତିବର୍ଷ ଭାରତରୁ ୨୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ବିମାନ ସରଞ୍ଜାମ ସଂଗ୍ରହ କରୁଛନ୍ତି। ଭାରତରେ ଏକ ଆଞ୍ଚଳିକ ବିମାନ ଉତ୍ପାଦନ କାରଖାନା ସ୍ଥାପନ କରିବାର ସୁଯୋଗ ସନ୍ଧାନ କରିବା ଲାଗି ବ୍ରାଜିଲର କମ୍ପାନି ଏମ୍ବ୍ରାରର୍‌ ପକ୍ଷରୁ ଆଦାନୀ ଗ୍ରୁପ୍‌ ସହ ସହଯୋଗିତା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.