ARTICLE AD BOX
ଭୁବନେଶ୍ୱର: ସହରାଞ୍ଚଳରେ ଯାନବାହନ ଭିଡ଼ ହ୍ରାସ କରିବା, ଫୁଟପାଥକୁ ଅବରୋଧମୁକ୍ତ ରଖିବା ଏବଂ ରାସ୍ତାରେ ଯାତାୟାତକୁ ଅଧିକ ସୁଗମ କରିବା ନିମନ୍ତେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂଆ ସହରାଞ୍ଚଳ ପାର୍କିଂ ନୀତି-୨୦୨୬ର ଚିଠା ପ୍ରକାଶ କରାଯାଇଛି। ଏହାକୁ ବିଭାଗର ୱେବସାଇଟ୍ https://urban.odisha.gov.in/en ରେ ପ୍ରକାଶ କରାଯାଇଛି । ଏଥିପାଇଁ ଜନସାଧାରଣଙ୍କ ମତାମତ ଲୋଡ଼ା ଯାଇଛି।
Parking: ଦୂର ହେବ ଟ୍ରାଫିକ୍ ସମସ୍ୟା; ୧୧.୮୬ କୋଟିରେ ହେବ ବହୁତଳ କାର୍ ପାର୍କିଂସ୍ଥଳୀ
ଏହି ନୀତି ଅନୁଯାୟୀ, ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିଜ ନିଜ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ପାର୍କିଂ ଯୋଜନା ପ୍ରସ୍ତୁତ କରିବେ । ଏଥିରେ ପାର୍କିଂ ଜୋନ୍ ଚିହ୍ନଟ, ଶୁଳ୍କ ନିର୍ଦ୍ଧାରଣ ଏବଂ ପାର୍କିଂ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।
Illegal bus parking on the road: ରାସ୍ତାରେ ବେଆଇନ ବସ୍ ପାର୍କିଂ: ବଢ଼ୁଛି ଅସନ୍ତୋଷ
ଚିଠା ନୀତି ଅନୁଯାୟୀ, ସ୍ଥାନ, ଚାହିଦା ଏବଂ ପାର୍କିଂ ସମୟ ଅନୁସାରେ ଶୁଳ୍କ ଧାର୍ଯ୍ୟ କରାଯିବ । ଲୋକମାନେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖିବା ପରିବର୍ତ୍ତେ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରିବା ପାଇଁ ରାସ୍ତା ବାହାରେ ଥିବା ପାର୍କିଂ ସ୍ଥାନର ଶୁଳ୍କ ୨୫ ପ୍ରତିଶତ କମ୍ ରଖିବାକୁ ପ୍ରସ୍ତାବ ରହିଛି । ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଲୋକମାନେ ପାର୍କିଂ ସ୍ଥାନ ଖାଲି ଅଛି କି ନାହିଁ ଜାଣିବା, ଆଗୁଆ ସ୍ଥାନ ବୁକ୍ କରିବା ଏବଂ ନଗଦ ଟଙ୍କା ବଦଳରେ ଅନଲାଇନ୍ରେ ଶୁଳ୍କ ଦେଇପାରିବେ ।
Smart parking: ରାଜଧାନୀରେ ହେବ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା: ଦୁଇଘଣ୍ଟା ପୂର୍ବରୁ କରିହେବ ସ୍ଥାନ ସଂରକ୍ଷଣ
ଏହି ଚିଠା ନୀତିରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବିନା ଅତିରିକ୍ତ ଶୁଳ୍କରେ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଚିହ୍ନଟ କରିବା, ପ୍ରମୁଖ ସାଧାରଣ ପରିବହନ ରାସ୍ତା ନିକଟରେ ପାର୍କ-ଆଣ୍ଡ-ରାଇଡ୍ ସୁବିଧା ଯୋଗାଇବା ସହ ନୂତନ ପାର୍କିଂ ସ୍ଥାନ ଏବଂ ବହୁତଳ ପାର୍କିଂ କେନ୍ଦ୍ରଗୁଡ଼ିକରେ ବୈଦ୍ୟୁତିକ ଯାନ (EV) ଚାର୍ଜିଂ ଓ ସାଇକେଲ୍ ରଖିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରହିଛି ।
Lucknow: ଲକ୍ଷ୍ନୌରେ ପାର୍କିଂ ବିବାଦରୁ ଗୋଟିଏ ପରିବାରର ୩ ଜଣଙ୍କୁ ଗୁଳି କରି ହତ୍ୟା: ୨୨ ସେକେଣ୍ଡରେ ଚାଲିଲା ୫ ରାଉଣ୍ଡ ଗୁଳି
ଜନସାଧାରଣ ଏହି ଚିଠା ନୀତି ଉପରେ ନିଜର ମତାମତ, ପରାମର୍ଶ କିମ୍ବା ଆପତ୍ତି ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଦାଖଲ କରିପାରିବେ । ଏହା ବିଭାଗରେ ସିଧାସଳଖ ଦାଖଲ କରିବା ସହ ଡାକ ଯୋଗେ କିମ୍ବା [email protected] ଇ-ମେଲ୍ ଠିକଣାରେ ପଠାଇପାରିବେ ।

10 minutes ago
1


