India A vs Australia A: ପୁଡୁଚେରୀ ଏ’ ଟେଷ୍ଟ୍‌ ଜିତିଲା ଭାରତ

1 hour ago 1
ARTICLE AD BOX

ଭ୍ରମଣକାରୀ ଅଷ୍ଟ୍ରେଲିଆ-ଏ ବିପକ୍ଷ ପ୍ରଥମ ଅନୌପଚାରିକ ଟେଷ୍ଟ୍‌କୁ ଭାରତୀୟ-ଏ ଦଳ ୧୬୨ ରନ୍‌ରେ ଜିତି ନେଇଛି। ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ୧-୦ରେ ଆଗୁଆ ହୋଇଯାଇଛି।

 ପୁଡୁଚେରୀ ଏ’ ଟେଷ୍ଟ୍‌ ଜିତିଲା ଭାରତ

ପୁଡ଼ୁଚେରୀ: ଭ୍ରମଣକାରୀ ଅଷ୍ଟ୍ରେଲିଆ-ଏ ବିପକ୍ଷ ପ୍ରଥମ ଅନୌପଚାରିକ ଟେଷ୍ଟ୍‌କୁ ଭାରତୀୟ-ଏ ଦଳ ୧୬୨ ରନ୍‌ରେ ଜିତି ନେଇଛି। ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ୧-୦ରେ ଆଗୁଆ ହୋଇଯାଇଛି। ୩୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଶେଷ ଦିନର ମଧ୍ୟାହ୍ନ ବିରତି ପରେ ପରେ ୨୦୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଶୁକ୍ରବାର ୫୫/୨ରୁ ଖେଳ ଆରମ୍ଭ କରିଥିବା ଭ୍ରମଣକାରୀ ଦଳର ଶେ‌ଷ ୮ ୱିକେଟ୍‌କୁ ଭାରତୀୟ ବୋଲର ୧୪୫ ରନ୍‌ରେ ନେଇ ଦଳକୁ ବିଜୟ ଭେଟି ଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଫର୍ଗୁସ ଓ’ନିଲ୍‌ ୪୭ ଓ ନାଥନ ମ୍ୟାକ୍‌ସ୍ବିନି ୩୬ ରନ୍‌ କିଛିଟା ଲଢ଼ିଥିଲା ବେଳେ ଭାରତ ପକ୍ଷରୁ ତୁଷାର ଦେଶପାଣ୍ଡେ ଓ ସାମ୍ସ ମୁଲାନି ୩ ଲେଖାଏଁ ଏବଂ ଅଂଶୁଲ କମ୍ବୋଜ ଓ ତନୁଷ କୋଟିଆନ୍‌ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ପୂର୍ବରୁ ଭାରତ ପ୍ରଥମ ପାଳିରେ କୁମାର କୁଶାଗ୍ରାଙ୍କ ଶତକ ବଳରେ ୩୩୪ ରନ୍‌ କରିଥିଲା ବେଳେ ଅଷ୍ଟ୍ରେଲିଆ ୧୭୧ ରନ୍‌ କରିଥିଲା। ଦ୍ବିତୀୟ ପାଳିରେ ଭାରତ ୧୯୯ ରନ୍‌ରେ ଅଲ୍‌ଆଉଟ୍‌ ‌ହୋଇଯାଇଥିଲା। କୁଶାଗ୍ରା (୧୧୩, ୪୬*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.