ARTICLE AD BOX
ତିରୁବନନ୍ତପୁରମ: ଭାରତୀୟ କ୍ରିକେଟ୍ ଟିମ୍ର ରନ୍ ମେସିନ ବିରାଟ କୋହଲି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଜି ସ୍ଥାନୀୟ ଗ୍ରିନ୍ଫିଲ୍ଡ ଷ୍ଟାଡିୟମରେ ନିଜ କ୍ୟାରିୟରର ୧୫,୦୦୦ ରନ୍ ପୂରଣ କରିଛନ୍ତି। ଏଥି ସହିତ ଅନେକ ରେକର୍ଡ ଧ୍ବଂସ କରିଦେଇଛନ୍ତି।
ଦିନିକିଆ କ୍ରିକେଟ୍ର ଇତିହାସରେ ୧୫,୦୦୦ ରନ୍ କରିପାରିଥିବା ବିରାଟ କୋହଲି ବିଶ୍ବର ଦ୍ବିତୀୟ ବ୍ୟାଟର ହୋଇପାରିଛନ୍ତି। ତାଙ୍କର ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କେବଳ ଏହି ଉପଲବ୍ଧି ହାସଲ କରିଥିଲେ।
Virat Kohli: ବିରାଟ କୋହଲି ମାରିଲେ ୮୩ତମ ଅନ୍ତର୍ଜାତୀୟ ଶତକ, ଉତ୍ସବମୁଖର ପାଲଟିଲା ରାଞ୍ଚି ଷ୍ଟାଡିୟମ
- ସଚିନ ତେନ୍ଦୁଲକର (ଭାରତ): ୧୮,୪୨୬ ରନ୍ (୪୬୩ ମ୍ୟାଚ୍)
- ବିରାଟ କୋହଲି (ଭାରତ): ୧୫,୦୦୦+ ରନ୍ (୩୧୪+ ମ୍ୟାଚ୍)
- କୁମାର ସଂଗାକାରା (ଶ୍ରୀଲଙ୍କା) ୧୪,୨୩୪ ରନ୍
- ରିକି ପଣ୍ଟିଂ (ଅଷ୍ଟ୍ରେଲିଆ): ୧୩,୭୦୪ ରନ୍
- ସନତ ଜୟସୁରିଆ (ଶ୍ରୀଲଙ୍କା): ୧୩,୪୩୦
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ଖେଳାଯାଉଛି। ଉଭୟ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ତିରୁବନନ୍ତପୁରମସ୍ଥିତ ଗ୍ରିନଫିଲ୍ଡ ଷ୍ଟାଡିୟମରେ ଜାରି ରହିଛି। ମୁକାବିଲାରେ ଟସ୍ ଜିଣି ଭାରତୀୟ ଟିମ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୫ ରନ୍ ସଂଗ୍ରହ କରିଛି। ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୯୬ ରନ୍ର ଲକ୍ଷ୍ୟ ମିଳିଛି। ଭାରତ ପାଇଁ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୱେଷ୍ଟଇଣ୍ଡିଜର ୪ଜଣ ଖେଳାଳିଙ୍କୁ ସେ ପାଭିଲିଅନ ଫେରାଇଛନ୍ତି।

7 hours ago
1


