IND vs SL: ପଡିକ୍କଲଙ୍କ ଶତକ; ପ୍ରଥମ ଦିନରେ ଭାରତର ସ୍ଥିତି ଦୃଢ଼, ବେହାଲ ହେଲା ଶ୍ରୀଲଙ୍କା

50 minutes ago 2
ARTICLE AD BOX

କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଆଜି ଠାରୁ ଆରମ୍ଭ ହୋଇଯାଇଛି। କଲମ୍ବୋର ସିଂହଳୀ ସ୍ପୋର୍ଟସ କ୍ଲବରେ ପ୍ରଥମ ଦିନ ଭାରତୀୟ ଖେଳାଳି ରାଜୁତି କରିଛନ୍ତି। ଭାରତୀୟ ଯୁବ ବ୍ୟାଟର ଦେବଦତ୍ତ ପଡ଼ିକ୍କଲଙ୍କ ଶତକ ବଳରେ ଭାରତ ୮୫ ଓଭରରେ ୫ଟି ୱିକେଟ ହରାଇ ୩୦୦ ରନ୍‌ ସହ ଦୃଢ଼ ସ୍ଥିତିରେ ଅଛି। ଅନ୍ୟପଟରେ ଶ୍ରୀଲଙ୍କାର ଅବସ୍ଥା ବେହାଲ ହୋଇଯାଇଛି।

ଯୁବ ବ୍ୟାଟର ଦେବଦତ୍ତ ଏହି ଇନିଂସରେ ନିଜର ଦମ୍ଭ ଦେଖାଇଛନ୍ତି। ଦେବଦତ୍ତ ଏହି ମୁକାବିଲାରେ ଶତକ ହାସଲ କରିଛନ୍ତି। ସେ ୧୯୩ଟି ବଲ୍‌ ଖେଳି ୧୧୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୧୨ଟି ଚୌକା ସାମିଲ କରିଥିଲେ। ସେ ଅଧିନାୟକ ଶୁଭମନ ଗିଲଙ୍କ ସହିତ ମିଶି ଭଲ ଭାଗିଦାରୀ କରିପାରିଛନ୍ତି। ତାଙ୍କର ଏହି ପ୍ରୟାସ ଯୋଗୁଁ ଭାରତୀୟ ଟିମର ସ୍କୋର ପ୍ରଥମ ଦିନରେ ଭଲ ସ୍ଥିତିରେ ପହଞ୍ଚି ପାରିଛି। 

ଏହି ସିରିଜରେ ଏହା ହେଉଛି ଦେବଦତ୍ତଙ୍କର ଦ୍ବିତୀୟ ଶତକ। ଏହା ପୂର୍ବରୁ ସେ ପ୍ରଥମ ଗାଲେ ଟେଷ୍ଟରେ ମଧ୍ୟ ସେ ଶତକ ହାସଲ କରିଥିଲେ। ସେହି ମ୍ୟାଚ୍‌ରେ ସେ ୧୬୭ ରନ୍‌ର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦେବଦତ୍ତଙ୍କୁ ଗାଲେ ଟେଷ୍ଟରେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା। 

Cricket: ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳ ଲଣ୍ଡନରେ ସମ୍ମାନିତ

ସୂଚନାଯୋଗ୍ୟ ଟିମ୍‌ ଇଣ୍ଡିଆ ସ୍କୋର ୬୬ ରନ୍‌ରେ ୨ଟି ମୂଲ୍ୟବାନ ୱିକେଟ୍‌ ହରାଇଥିଲା। ଏହା ପରେ ଶୁଭମନ ଗିଲ ଏବଂ ଦେବଦତ୍ତ ପଡ୍ଡିକଲ ତୃତୀୟ ୱିକେଟ୍‌ ପାଇଁ ୧୨୦ ରନ୍‌ର ଭାଗିଦାରୀ କରିଥିଲେ। ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରିପୋର୍ଟ ଲେଖାଯିବା ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ୪୫ ରନ୍‌, କେଏଲ୍‌ ରାହୁଲ ୧୮ ରନ୍‌ ଏବଂ ଶୁଭମନ ଗିଲ୍‌ ଅର୍ଦ୍ଧଶତକ (୫୦) କରିଥିଲେ। ପ୍ରଥମ ଦିନର ଖେଳ ଶେଷ ହେଲା ବେଳକୁ ଯୁବ ବ୍ୟାଟର ଧ୍ରୁବ ଜୁରେଲ ଏବଂ ସାରାଂଶ ଜୈନ୍‌ ଅପରାଜିତ ଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.