ARTICLE AD BOX
କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଏହି ମୁକାବଲିାର ପ୍ରଥମ ଦୁଇ ଦିନରେ ଭାରତୀୟ ଟିମ୍ ରାଜୁତି କରିଛି। ଆଜି ତୃତୀୟ ଦିନରେ ବର୍ଷା ପୁଣି ବାଧକ ସାଜିଛି। ଶ୍ରୀଲଙ୍କାର ଦଳ ଅଲ୍ଆଉଟ୍ରୁ ବର୍ତ୍ତି ଯାଇଥିବା ବେଳେ ଘରୋଇ ଦଳ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ପ୍ରଥମ ପାଳିରେ ୮ଟି ୱିକେଟ୍ ହରାଇ ୨୬୫ ରନ୍ ସଂଗ୍ରହ କରିଛି। ତେବେ ଭାରତୀୟ ଟିମ୍ର ୫୦୩ ରନ୍ର ଜବାବରେ ଦଳ ଏବେ ବି ସଂଘର୍ଷ କରୁଛି।
କ୍ରିଜ୍ରେ ବର୍ତ୍ତମାନ ସୋନଲ ଦିନୁଷା ୮୫ ରନ୍ ସଂଗ୍ରହ କରି ଅପରାଜିତ ଅଛନ୍ତି। ଲାହିରୁ କୁମାରା ୮ ରନ୍ କରି ସହଯୋଗ କରୁଛନ୍ତି। ଉଭୟ ବ୍ୟାଟରଙ୍କ ମଧ୍ୟରେ ଭଲ ଭାଗିଦାରୀ ହୋଇଛି। କିନ୍ତୁ ଦଳର ସ୍ଥିତି ଏବେ ବି ଭଲ ନାହିଁ। ଶ୍ରୀଲଙ୍କାକୁ ଫଲୋଅନ୍ରୁ ବର୍ତ୍ତିବା ପାଇଁ ଆହୁରି ୩୯ ରନ୍ ଦରକାର।
/filters:format(webp)/sambad/media/media_files/2026/08/25/screenshot-2026-08-25-171942-2026-08-25-17-41-31.png)
ଶ୍ରୀଲଙ୍କାର ପ୍ରଥମ ପାଳି ଆରମ୍ଭରୁ ନୈରାଶ୍ୟଜନକ ଥିଲା। ଦଳ ଦ୍ବିତୀୟ ଦିନରେ ଗତକାଲି ମାତ୍ର ୩ ଓଭରରେ ୨ଟି ୱିକେଟ ହରାଇଥିଲା। ତୃତୀୟ ଦିନ ମଧ୍ୟ ପ୍ରଥମ ସେସନରେ ପ୍ରଥମ ଝଟକା କାମିଲ ମିଶାରା ଭାବେ ଲାଗିଥିଲା। ସେ ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍ ଧ୍ରୁବ ଜୁରେଲଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ସେହିପରି ମଧ୍ୟାହ୍ଣ ଭୋଜନ ବିରତି ପରେ କାର୍ମିନ୍ଦୁ ମେଣ୍ଡିସ (୩୨)ଙ୍କୁ ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍ ମିଡୱିକେଟରେ ରବୀନ୍ଦ୍ର ଜାଡେଜା କ୍ୟାଚ୍ କରିଥିଲେ। ଏହା ପରେ ଅଧିନାୟକ ଧନଞ୍ଜୟ ଡି’ ସିଲଭା ମଧ୍ୟ କିଛି ଉତ୍ସାହଜନକ ପ୍ରଦର୍ଶନ କରିପାରି ନଥିଲେ।
Team India: ଶ୍ରୀଲଙ୍କାସ୍ଥିତ ଇଣ୍ଡିଆ ହାଉସ୍ରେ ଭାରତୀୟ ଖେଳାଳିଙ୍କୁ ଭବ୍ୟସ୍ବାଗତ
ସିଂହଳ ସ୍ପୋର୍ଟସ୍ କ୍ଲବରେ ବର୍ଷା ଯୋଗୁଁ ମ୍ୟାଚ୍କୁ ପୁଣି ଥରେ ଅଟକାଇବାକୁ ପଡ଼ିଛି। ପ୍ରବଳ ବର୍ଷା କାରଣରୁ ପଡ଼ିଆକୁ କଭର୍ସରେ ଘୋଡ଼ାଇବାକୁ ପଡ଼ିଛି। ଆଜି ଆଉ କମ୍ ଓଭର ଖେଳାଯିବାକୁ ଥିବା ବେଳେ ଅଚାନକ ଆକାଶରେ ବାଦଲ ଘୋଟି ଆସିଥିଲା। ପରେ ବର୍ଷା ହୋଇଥିଲା। ବର୍ଷା କାରଣରୁ ଆଜି ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା।

1 hour ago
1


