ARTICLE AD BOX
ଖଣ୍ଡଗିରି: ତପୋବନବସ୍ତିରେ ବେଆଇନ ମଦ କାରବାରକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ରାସ୍ତା ଉପରେ ଖୁଲମଖୁଲା ମଦ କାରବାର ଓ ମଦପିଆକୁ ବିରୋଧ କରି ସ୍ଥାନୀୟ ମହିଳାମାନେ ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା କିଛି ଯୁବକଙ୍କ ଘରୁ ବିପୁଳ ପରିମାଣର ମଦ ଜବତ କରି ରାସ୍ତାରେ ଢାଳିବା ସହିତ ମହିଳାମାନେ ଖଣ୍ଡଗିରି-ବରମୁଣ୍ଡା ସର୍ଭିସ୍ ରୋଡ୍ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ପ୍ରାୟ ଅଧଘଣ୍ଟା ଧରି ସର୍ଭିସ୍ ରୋଡ୍ରେ ଗାଡ଼ି ଚଳାଚଳ କରିପାରି ନଥିଲା। ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହେବାରୁ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
ସୂଚନାଯୋଗ୍ୟ ଯେ ତପୋବନ ଅଞ୍ଚଳରେ କିଛି ଅଣଓଡ଼ିଆ ଯୁବକ ବେଆଇନ ମଦ କାରବାରରେ ଲିପ୍ତ ରହି ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ଆନ୍ଦୋଳନକାରୀମାନେ କହିଛନ୍ତି ଯେ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିକର ପରିବେଶ ସୃଷ୍ଟି ହେଉଛି। ଯୁବବର୍ଗ ପଥଭ୍ରଷ୍ଟ ହେବା ସହିତ ମହିଳାମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏନେଇ ବାରମ୍ବାର ଥାନାରେ ଅଭିଯୋଗ କରିବା ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଗତକାଲି ଖଣ୍ଡଗିରି ଥାନା ପୁଲିସ ବସ୍ତିରେ ଚଢ଼ଉ କରି ମଦ କାରବାର ସନ୍ଦେହରେ ୭ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା। ତେବେ ସେମାନଙ୍କୁ ନୋଟିସ୍ ଦେଇ ଗତକାଲି ରାତିରେ ଛାଡ଼ି ଦେଇଥିବା ବିକ୍ଷୋଭକାରୀମାନେ କହିଛନ୍ତି। ଏନେଇ ବସ୍ତିରେ ଗତକାଲିଠାରୁ ଚାପା ଉତ୍ତେଜନା ଲାଗିରହିଥିଲା। ଆଜି ସକାଳେ ପୁଣିଥରେ ଅଞ୍ଚଳରେ ମଦ ବିକ୍ରି ହେବା ସହିତ କିଛି ଲୋକ ରାସ୍ତା ଉପରେ ଖୁଲମଖୁଲା ମଦ ପିଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ପ୍ରକାଶ ପାଇଥିଲା। ମହିଳାମାନେ ନିଶା ବେପାରୀମାନଙ୍କ ଘର ଭିତରୁ ବିପୁଳ ପରିମାଣର ମଦ ବାହାର କରି ରାସ୍ତା ଉପରେ ଢାଳିଥିଲେ। ଏନେଇ ମଦବେପାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସ୍ଥାନୀୟ ଲୋକେ ରାସ୍ତାରୋକ କରି ଧାରଣାରେ ବସିରହିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଆଜି ସନ୍ଧ୍ୟାରେ ଖଣ୍ଡଗିରି ଥାନା ପୁଲିସ ପୁଣି ତିନି ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି

5 days ago
4


