ARTICLE AD BOX
ଆସିକା (ଗିରିଶ ଚନ୍ଦ୍ର ତ୍ରିପାଠୀ): ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚେରମାରିଆସ୍ଥିତ ଦୁଇଟି ଲାଇସେନ୍ସପ୍ରାପ୍ତ ବାଣ ଦୋକାନରେ ଆଜି ଏସଡିପିଓ ସୌରଭ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଚଢ଼ଉ କରିଛି। ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କ ସହିତ ପୁଲିସ ଟିମ୍ ଚେରମାରିଆରେ ଥିବା ଚଢ଼ଉ କରିଥିଲେ। ପୁଲିସ ସେଠାରେ ବିପୁଳ ପରିମାଣର ବାଣ ଜବତ କରିବା ସହିତ ଦୁଇଟି ମାମଲା ରୁଜୁ କରିଛି।
ଏହି ଦୋକାନରେ କେବଳ ସବୁଜ ବାଣ ବିକ୍ରି ପାଇଁ ଅନୁମତି ଅଛି। କିନ୍ତୁ ଏହି ଦୋକାନରେ ବେଆଇନ ଭାବେ ବାରୁଦରୁ ପ୍ରସ୍ତୁତ ହେଉଥିବା ବାଣ ମିଳିବା ପରେ ଏଏସ୍ଆଇ ବସନ୍ତ ବେହେରାଙ୍କ ଅଭିଯୋଗ ପ୍ରକାରେ ଥାନାରେ ଦୁଇଟି ମାମଲା ରୁଜୁ କରିବା ସହିତ ଲାଇସେନ୍ସଧାରୀଙ୍କୁ ସମନ ଜାରି କରିଛି। ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଓ ଏହାର ପଡୋଶୀ ଗ୍ରାମ ବେଅଆନ ବାଣ ପ୍ରସ୍ତୁତି ଓ ବିକ୍ରି ପାଇଁ ଏକ ସ୍ୱତନ୍ତ୍ର ପରିଚୟ। ଏହି ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଏକ ପ୍ରକାର କୁଟୀର ଶିଳ୍ପ ପାଲଟିଥିବା ବେଳେ ଏହି କାର୍ଯ୍ୟରେ ମହିଳା ଓ ନାବାଳକମାନେ ମଧ୍ୟ ନିୟୋଜିତ ହୁଅନ୍ତି।
ତାମିଲନାଡୁ ଶଙ୍କରପୁରମ୍ସ୍ଥିତ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ୫ ମୃତ; ୧୦ରୁ ଅଧିକ ଆହତ
ପ୍ରଶାସନର ଦୃଷ୍ଟି ଆଢୁଆଳରେ ବ୍ୟବସାୟ
ବର୍ଷବର୍ଷ ଏହି ଗ୍ରାମର କିଛି ବ୍ୟବସାୟୀ ବେଆଇନ ଭାବେ ବାହାରୁ ବାରୁଦ ଓ ଅନ୍ୟ ରାସାୟନିକ ସାମଗ୍ରୀ ଆଣି ଏଠି ନିକଟରୁ ତାଳ ପତ୍ର, ସୂତା ପେପର ସଂଗ୍ରହ କରି, ପୁଲିସ ପ୍ରଶାସନର ଦୃଷ୍ଟି ଆଢୁଆଳରେ ବିଲ୍ ମଧ୍ୟରେ, ବନ୍ଦ ଘରେ, ନଦୀକୂଳରେ ଆଦି ସ୍ଥାନରେ ଚାଲିଆ କରି ବିଭିନ୍ନ ପ୍ରକାରର ବାଣ ପ୍ରସ୍ତୁତ କରନ୍ତି। ତାଳପତ୍ରର ବାଣ ସହିତ ପ୍ରଚଣ୍ଡ ଶବ୍ଦ ବିପଦ ସୃଷ୍ଟି କରୁଥିବା, ପରିବେଶ ପ୍ରଦୂଷଣ କରୁଥିବା ବାଣ ପ୍ରସ୍ତୁତ କରନ୍ତି।
ଜାତୀୟ ରାଜପଥ କଡ଼ରେ ଅସାଧୁ ବେପାର
ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ଏହି ଗ୍ରାମର କିଛି ବ୍ୟବସାୟୀ ବର୍ଷ ବର୍ଷ ଧରି ଗ୍ରାମର ଲୋକଙ୍କୁ ବିପଦରେ ପକାଇ ବେଆଇନ ଭାବେ ବାହାରୁ ବାରୁଦ ସଲଫର ସହଜରେ ଆଣି ବାଣ ପ୍ରସ୍ତୁତ କରି ବେପାରୀ ବେଆଇନ ବାଣକୁ ସହଜରେ ଅନ୍ୟ ସ୍ଥାନକୁ ବିକ୍ରି କରି ବେଶ ରୋଜଗାର କରନ୍ତି। ନିଜେ ବେପାରୀ ଟଙ୍କା ପାଇଁ ସମଗ୍ର ଗ୍ରାମ ପାଇଁ ବିପଦ ଡାକି ଆଣେ। ଦୀପାବଳୀ ସମୟ ପାଖେଇ ଆସିଥିବ ବେଳେ ବେଆଇନ ଭା ନଳବଣ୍ଟା ଗ୍ରାମ ର ବହୁ ସ୍ଥାନରେ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରସ୍ତୁତ ବାଣକୁ ଲୁଚାଇ ରଖାଯାଉଥିବା କାରଣରୁ ସେଠିକାର ବାସିନ୍ଦା ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି। ପୂର୍ବରୁ ବହୁ ବାର ଅଘଟଣ ଘଟି ଧନ ଜୀବନ ନଷ୍ଟ ହୋଇଛି। ଘର ଭାଙ୍ଗିଯିବା ସହିତ ଖଣ୍ଡ ବିଖଣ୍ଡିତ ଶରୀର ମଧ୍ୟ ଦେଖିବାକୁ ମିଳିଛି।

1 hour ago
1


