ARTICLE AD BOX
ମୁମ୍ବାଇ: ଆଇଆଇଟି-ବମ୍ବେର ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷାରେ ନକଲ କରି ଧରାପଡ଼ିବା ପରେ ସାହିଲ ଜଣେ ମହିଳା ବନ୍ଧୁଙ୍କୁ ଫୋନ୍ କରି ଏଥିପାଇଁ ଅନୁତାପ କରିଥିବା ପୁଲିସ କହିଛି। ମୁମ୍ବାଇ ପୁଲିସର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁଥିବା ଏହି ମାମଲାରେ ଏପର୍ଯ୍ୟନ୍ତ ଆଇଆଇଟି-ବମ୍ବେର ଛାତ୍ର, ଅଧ୍ୟାପକ ଓ ହଷ୍ଟେଲ କର୍ମଚାରୀଙ୍କ ସମେତ ୨୫ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରାଯାଇଛି।
ଆହୁରି ପଢନ୍ତୁ :Odisha Vigilance caught ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ରଙ୍ଗେହାତ ଧରାପଡ଼ିଗଲେ ସହକାରୀ ଯନ୍ତ୍ରୀ ଓ ଦଲାଲ ଗିରଫ
୨୨ ବର୍ଷୀୟ ସାହିଲ ଆଇଆଇଟି-ବମ୍ବେର ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେପ୍ଟେମ୍ବର ୧୮ ତାରିଖରେ ପରୀକ୍ଷା ଚାଲିଥିବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ଅଭିଯୋଗରେ ସେ ଧରାପଡ଼ିଥିଲେ। ପୁଲିସର ସୂଚନା ଅନୁସାରେ, ପରୀକ୍ଷା ପରେ ସେ ଏକାଧିକ ବନ୍ଧୁଙ୍କୁ ଫୋନ୍ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ବନ୍ଧୁଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ। ସେ ଥର୍ମୋଡାଇନାମିକ୍ସପରୀକ୍ଷା ଭଲ ହୋଇନଥିବା ଏବଂ ନକଲ କରିବା ଘଟଣା ନେଇ ଅନୁତାପ କରୁଥିବା କହିଥିଲେ। ସେହିଦିନ ସନ୍ଧ୍ୟାରେ ପୱାଇସ୍ଥିତ ଆଇଆଇଟି-ବମ୍ବେ ହଷ୍ଟେଲ ରୁମ୍ରୁ ସାହିଲଙ୍କ ମୃତଦେହ ମିଳିଥିଲା। ଘଟଣାର ସମ୍ପୂର୍ଣ୍ଣ କ୍ରମ ଜାଣିବା ପାଇଁ କ୍ୟାମ୍ପସ୍ର ସିସିଟିଭି ଫୁଟେଜ୍, ଫୋନ୍ ରେକର୍ଡ ଓ ଅନ୍ୟ ଇଲେକ୍ଟ୍ରୋନିକ୍ ତଥ୍ୟ ଯାଞ୍ଚ କରାଯାଉଛି।
ଆହୁରି ପଢନ୍ତୁ :Swara Bhasker: ବିବାହ ପୂର୍ବରୁ ଦୁଇଥର IVF କରାଇଥିଲେ ସ୍ୱରା ଭାସ୍କର: ରିଆଲିଟି ସୋ'ରେ କଲେ ଚାଞ୍ଚଲ୍ୟକର ଖୁଲାସା
ସାହିଲଙ୍କ ଆଇଫୋନ୍କୁ କାଲିନା ଫରେନ୍ସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଛି। ଆବଶ୍ୟକ ହେଲେ ଆପଲ୍ କମ୍ପାନିର ସହାୟତା ନିଆଯାଇପାରେ। ହ୍ୱାଟ୍ସଆପ୍କୁ ମଧ୍ୟ ସମ୍ପର୍କିତ ଆକାଉଣ୍ଟର ତଥ୍ୟ ଦେବାକୁ ଅନୁରୋଧ କରାଯାଇଛି। ଏହି ମାମଲାରେ ସାହିଲଙ୍କ ପରିବାର ପକ୍ଷରୁ ଜାତିଗତ ନିର୍ଯାତନାର ଅଭିଯୋଗ ହୋଇଛି। ତାଙ୍କ ବାପା ରବୀନ୍ଦ୍ର ୱାକୋଡେଙ୍କ ଅଭିଯୋଗ ଆଧାରରେ ପୱାଇ ଥାନା ପ୍ରଫେସର ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ସାହିଲଙ୍କ ମୃତ୍ୟୁ ପରେ ପ୍ରଫେସର ଦୁଲ୍ଲାଙ୍କୁ ଡିନ୍ ପଦରୁ ହଟାଯାଇଛି। ସାହିଲଙ୍କ ମୃତ୍ୟୁ ପରେ ଆଇଆଇଟି-ବମ୍ବେ ପ୍ରଥମେ ପରୀକ୍ଷାରେ ଚାଟ୍ଜିପିଟି ବ୍ୟବହାର କରି ନକଲ କରିଥିବା ସମ୍ପର୍କରେ ସୂଚନା ଦେଇଥିଲା। କ୍ରାଇମ୍ ବ୍ରାଞ୍ଚ ସମସ୍ତ ଦିଗରୁ ତଦନ୍ତ କରୁଛି।

3 days ago
4


