ARTICLE AD BOX
ଭୁବନେଶ୍ବର: ୨୦୦୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଚାକିରିରୁ ଇସ୍ତଫା ଦେଇଛନ୍ତି। ଆଜି ସନ୍ଧ୍ୟାରେ ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି। ଏହା ପରେ ସେ ଆଇଏଏସ୍ ଅଧିକାରୀଙ୍କ ବିଭିନ୍ନ ହ୍ବାଟସ୍ଆପ୍ ଗ୍ରୁପରୁ ନିଜ ଆଡ଼ୁ ବାହାରି ଯାଇଛନ୍ତି। ତେବେ ତାଙ୍କ ଇସ୍ତଫାର କାରଣ ଜଣାପଡ଼ିନି। ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ହଠାତ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ଘଟଣା କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ହୋଇଛି।
IAS officer: ଶ୍ରୀଧନ୍ୟା ସୁରେଶ କେରଳମ୍ର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପ୍ରଥମ ଜିଲ୍ଲାପାଳ
ତାମିଲନାଡ଼ୁ ବାସିନ୍ଦା ଶ୍ରୀ ସନ୍ଥଗୋପାଳନ୍ ଓଡ଼ିଶା କ୍ୟାଡର୍ର ଆଇଏଏସ୍ ଅଧିକାରୀ। ସେ ୨୦୨୮ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥା’ନ୍ତେ। ଆହୁରି ୨୨ ମାସ ତାଙ୍କ ଚାକିରି ସମୟ ଥିଲା। ଏବେ ଦୁଇ ଦୁଇଟି ଗୁରୁତ୍ବପୂଣ୍ଣ ଦାୟିତ୍ବ ସେ ତୁଲାଉଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବା ସହ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଏହା ପୂର୍ବରୁ ସେ ଏସ୍ଏସ୍ଇପିଡି ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟରେ ଏସ୍ଆଇଆର ପ୍ରକ୍ରିୟାକୁ ନେଇ ବିତର୍କ ଚାଲିଥିଲା ବେଳେ ହଠାତ ସିଇଓ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି।
UP IAS Officer: IAS ଚାକିରି ଛାଡ଼ି ମନର କଥା କହିଲେ ଦିବ୍ୟା ମିତ୍ତଲ
ନିକଟରେ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ଇସ୍ତଫା ଦେଇଥିଲେ। ସେହି ଚର୍ଚ୍ଚାର ଅବସାନ ଘଟିବା ପୂର୍ବରୁ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଇସ୍ତଫା ଆଲୋଚନରା ଖୋରାକ ଯୋଗାଇଛି।

1 day ago
2


