Husband Killed Wife: ସ୍ବାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଥାନାରେ ଅଟକ

1 month ago 14
ARTICLE AD BOX

ନୀଳଗିରି: ସ୍ତ୍ରୀକୁ କାଠଫାଳିଆରେ ପିଟି ପିଟି ମାରିଲା ସ୍ବାମୀ। ବାଲେଶ୍ବରଜିଲ୍ଲା ଅଯୋଧ୍ୟା ଫାଣ୍ଡି ଅଧୀନ ପ୍ରତାପପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଖବର ପାଇ ଘଟଣାସ୍ଥଳରେ ନୀଳଗିରି ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସ୍ୱାମୀକୁ ଅଟକ ରଖିଛି।

ମେଡିକାଲରେ ପ୍ରାଣ ହରାଇଥିଲେ

ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଗ୍ରାମର ରବି ସିଂ ଓ ତାଙ୍କ ସ୍ତ୍ରୀ ସୁମତୀ ସିଂ ମଧ୍ୟରେ ଗତକାଲି ଅପରାହ୍ନରେ କୌଣସି କାରଣରୁ ଝଗଡା ଲାଗିଥିଲା। ସାନ ଝିଅକୁ ରବି ପିଟୁଥିବା ସମୟରେ ସୁମତୀ ପ୍ରତିବାଦ କରିବାରୁ ସୁମତୀକୁ ଏକ କାଠ ଫାଳିଆରେ ପିଟିଥିଲେ ସ୍ବାମୀ ରବି ।ଯେଉଁଥିରେ ରକ୍ତାକ୍ତ ହୋଇ ଅଚେତ ହୋଇପଡିଥିଲେ ସୁମତୀ। ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ନୀଳଗିରି ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ।  ଅବସ୍ଥା ଉଦବେଗଜନକ ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମେଡିକାଲକୁ ପଠାଯାଇଥିଲେ। ହେଲେ ନୀଳଗିରି ମେଡିକାଲରେ ହିଁ ସୁମତୀ ପ୍ରାଣ ହରାଇଥିଲେ।

Elephant Attack: ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ

ପରିବାର ଲୋକ ମୃତଦେହକୁ ଘରକୁ ନେଇଆସିଥିଲେ। ବଡ଼ ଝିଅ ଚୁମକିକୁ ସାନ ଭଉଣୀ ଫୋନ କରି ସମସ୍ତ କଥା କହିବା ପରେ ସବୁ କଥା ସାମ୍ନାକୁ ଆସିଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ଆଜି ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.