ARTICLE AD BOX
ବିଜ୍ଞାନ ତଥା ପ୍ରଯୁକ୍ତିବିଦ୍ୟା ବଳରେ ମଣିଷ ଭଗବାନଙ୍କ ଠାରୁ ବି ବୁଦ୍ଧିମାନ ବୋଲି ଦାବି କଲାବେଳେ ନିଜ ହାତ ତିଆରି ରୋବଟ୍ ମଣିଷକୁ ମାତ୍ ଦେଲାଣି। ନିକଟରେ ଏହାର ପ୍ରମାଣ ଦେଖିବାକୁ ମିଳିଛି ଆମେରିକାର ସାନ୍ଫ୍ରାନ୍ସିସ୍କୋରେ। ସେଠାକାର ରୋବୋଟିକ୍ସ କମ୍ପାନି ‘ରେକ୍’ ପକ୍ଷରୁ ମାନବ ଯୋଦ୍ଧା ଓ ରୋବଟ୍ ମଧ୍ୟରେ ଲଢ଼େଇର ଆୟୋଜନ କରାଯାଇଥିଲା। ଏକ ପିଞ୍ଜରା ଭିତରେ ଏକ ଛଅ ଫୁଟ ଉଚ୍ଚତାବିଶିଷ୍ଟ ମାନବରୂପୀ ରୋବଟ୍ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ଫ୍ରାଙ୍କି ଲାପେନ୍ଙ୍କ ସହ ଲଢ଼ିଥିଲା।
Belarus potash deal: ରୁଷ୍ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍ରୁ ସାର କିଣିବ
ଫ୍ରାଙ୍କି ପ୍ରଥମେ ରୋବଟ୍ ଉପରେ ଆକ୍ରମଣ କରିଥିଲେ, କିନ୍ତୁ ତାହା ନିଜ ଭାରସାମ୍ୟ ରକ୍ଷା କରି ପ୍ରତିଆକ୍ରମଣ କରିଥିଲା। ରୋବଟ୍ଟି ଫ୍ରାଙ୍କିଙ୍କୁ ଜୋର୍ଦାର୍ ମୁଥ ଓ ଗୋଇଠା ମାରିବା ପରେ ସେ ତା’ର ଜବାବ ଦେବାକୁ ସୁଯୋଗ ବି ପାଇଲେ ନାହିଁ। ହଲିଉଡ୍ ଚଳଚ୍ଚିତ୍ର ‘ଟର୍ମିନେଟର୍’ରେ ଏହିଭଳି ମଣିଷ ଓ ଯନ୍ତ୍ର ମଣିଷ ଭିତରେ ଜୋର୍ଦାର୍ ଲଢ଼େଇର ଅନେକ ଦୃଶ୍ୟ ଦେଖିବାକୁ ମିଳେ। ତେଣୁ ଏହାକୁ ‘ମଣିଷ ବନାମ୍ ଟର୍ମିନେଟର୍’ ଲଢ଼େଇ ଭାବେ ‘ରେକ୍’ କମ୍ପାନି ବର୍ଣ୍ଣନା କରିଛି। କମ୍ପାନି ଅନୁସାରେ, ଏହା ହେଉଛି ପୃଥିବୀର ପ୍ରଥମ ରୋବଟ୍-ମଣିଷ ଲଢ଼େଇ।

5 days ago
6


