House owner arrested: ଘର ବିକିବାକୁ ଚୁକ୍ତିକରି ୩୦ ଲକ୍ଷ ଚଳୁ: ବନ୍ଧାହେଲା ଘରମାଲିକ

5 days ago 6
ARTICLE AD BOX

ଭୁବନେଶ୍ବର: ଘର ବିକିବାକୁ ଚୁକ୍ତିକରି ୩୦ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଘରମାଲିକ କଟକ ବୈଦେଶ୍ବରର ମନୋରଞ୍ଜନ ସାହୁକୁ ଗିରଫ କରିଛି। ଖୋର୍ଦ୍ଧା ମାଣିଆବନ୍ଧଗଡ଼ ଗାଁରୁ ପୁଲିସ ତାକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି। ଗଞ୍ଜାମ ସାନବଜାରସ୍ଥିତ ପଦ୍ମା ଟ୍ରେଡର୍ସର ମାଲିକ ବି ଶ୍ରୀନିବାସ ସୁବୁଦ୍ଧି, ଭୁବନେଶ୍ବରରେ ଏକ କୋଠା କିଣିବା ଲାଗି ବିଭିନ୍ନ ଏଜେନ୍ସି ସହ ଯୋଗାଯୋଗ କରିଥିଲେ। 

Brown sugar seizure: ୪ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ

ସହିଦନଗରରସ୍ଥିତ ଏକ ଏଜେନ୍ସି ମାଧ୍ୟମରେ ଶ୍ରୀନିବାସ, ଅଭିଯୁକ୍ତ ଘରମାଲିକ ମନୋରଞ୍ଜନକୁ ଭେଟିଥିଲେ। ସହିଦନଗର ଦୁର୍ଗାପୂଜା ମଣ୍ଡପ ନିକଟସ୍ଥ ଏକ ଘରକୁ ଅଭିଯୁକ୍ତ ମନୋରଞ୍ଜନ ୬କୋଟି ଟଙ୍କାରେ ବିକ୍ରି କରିବ ବୋଲି ଶ୍ରୀନିବାସଙ୍କ ସହିତ ଚୁକ୍ତି କରିଥିଲା। ୨୦୨୨ ମସିହାରେ ଶ୍ରୀନିବାସ ୩୦ଲକ୍ଷ ଟଙ୍କାର ଚେକ୍‌ ଦେଲେ ଏବଂ ଯେତେଶୀଘ୍ର ସମ୍ଭବ ରେଜିଷ୍ଟ୍ରି କରିବା ପାଇଁ ମନୋରଞ୍ଜନକୁ କହିଥିଲେ। ୩୦ଲକ୍ଷ ଟଙ୍କା ପାଇବା ପରେ ଠକ ମନୋରଞ୍ଜନ ଖେଳିବା ଆରମ୍ଭ କଲା। ଦିନ ଗଡ଼ାଇ ଗଡ଼ାଇ ଶେଷରେ ପାରିବାରିକ ବିବାଦ ଥିବା ଦର୍ଶାଇ ଘର ବିକିବନି ବୋଲି କହିଲା ଏବଂ ୨୦୨୪ମସିହାରେ ଶ୍ରୀନିବାସଙ୍କୁ ୩୦ ଲକ୍ଷ ଟଙ୍କାର ଚେକ୍‌ ନେଲା। ଏକାଧିକ ଥର ସେ ଚେକ୍‌ ହେଲା ଏବଂ ପ୍ରତିଥର ‌ଚେକ୍‌ ବାଉନ୍‌ସ ହେଲା। ଶ୍ରୀନିବାସ ସହିଦନଗର ଥାନାରେ ଅଭିଯୋଗ କରିବା ଜାଣି ମନୋରଞ୍ଜନ ଜୁନ୍‌ ମାସରୁ ଲୁଚିବା ଆରମ୍ଭ କରିଥିଲା।

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.