ARTICLE AD BOX
ଟ୍ରାଇଡେଣ୍ଟ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସରେ ଏଆଇ ଚାଳିତ ବ୍ୟବସାୟ ପରିବର୍ତ୍ତନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିଡବ୍ଲ୍ୟୁସି କନ୍ସଲଟିଂ, ଗୁରଗାଓଁର ପାର୍ଟନର ଅମିତ କୁମାର ଗିରି ଅତିଥି ଭାବେ ଯୋଗଦେଇ ଡିଜିଟାଲ ରୂପାନ୍ତରଣ ଓ ଉତ୍ପାଦନ ଶିଳ୍ପରେ ଏହାର ଉଲ୍ଲେଖନୀୟ ଭୂମିକା ଉପରେ ମତ ଦେଇଥିଲେ।
/sambad/media/media_files/2026/08/21/21bbs_29_21082026_112-2026-08-21-18-11-40.jpg)
ଭୁବନେଶ୍ବର: ଟ୍ରାଇଡେଣ୍ଟ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସରେ ଏଆଇ ଚାଳିତ ବ୍ୟବସାୟ ପରିବର୍ତ୍ତନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିଡବ୍ଲ୍ୟୁସି କନ୍ସଲଟିଂ, ଗୁରଗାଓଁର ପାର୍ଟନର ଅମିତ କୁମାର ଗିରି ଅତିଥି ଭାବେ ଯୋଗଦେଇ ଡିଜିଟାଲ ରୂପାନ୍ତରଣ ଓ ଉତ୍ପାଦନ ଶିଳ୍ପରେ ଏହାର ଉଲ୍ଲେଖନୀୟ ଭୂମିକା ଉପରେ ମତ ଦେଇଥିଲେ। ସେ ନିଜର ବୃତ୍ତିଗତ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିଜନେସ୍ ରଣନୀତି ଉପରେ ମାର୍ଗଦର୍ଶନ କରିଥିଲେ। ସ୍ମାର୍ଟ ମାନୁଫାକ୍ଚରିଂରେ ଡିଜିଟାଲ ପ୍ରକ୍ରିୟା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଓ ଦ୍ରୁତ ଗତିରେ ବଦଳୁଥିବା କ୍ଷେତ୍ର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ। ଏହି ଅଧିବେଶନକୁ ମ୍ୟାନେଜମେଣ୍ଟ, ଏଆଇ, ମେକାନିକାଲ୍ ଇଞ୍ଜିନିୟରିଂ ଭଳି କ୍ଷେତ୍ରର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜନ କରାଯାଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

53 minutes ago
2


