Hospital Staffer Found Dead ଘରୋଇ ହସ୍ପିଟାଲରେ ଦଉଡ଼ି ଦେଇ ଜୀବନ ହାରିଲେ ମହିଳା କର୍ମଚାରୀ

5 days ago 5
ARTICLE AD BOX

ଭଦ୍ରକ (ହରିହର ନାୟକ): ଭଦ୍ରକର ବାଇପାସ୍ ଚାନ୍ଦବାଲି  ରାସ୍ତାରେ ଥିବା ଏକ  ଘରୋଇ ହସ୍ପିଟାଲ ପରିସରରେ ଝୁଲି ହସ୍‌ପିଟାଲ୍‌ର ଜଣେ ମହିଳା କର୍ମଚାରୀ ବେକରେ ‌ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ହସ୍‌ପିଟାଲ୍‌ର ଅନ୍ୟ କର୍ମଚାରୀ ଦାୟୀ ବୋଲି ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି। 

ମିଥ୍ୟା ଅପବାଦ ଅସହ୍ୟ ହେଲା, ମନ୍ଦିରରେ ଜୀବନହାରିଲେ ଯୁବକ

ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଧୀନ ସାଇବର୍ ଥାନା ନିକଟ ଏକ ଘରୋଇ ହସ୍‌ପିଟାଲ୍‌ ’ ହେଲ୍‌ଥ କେୟାର’  ଚାନ୍ଦବାଲି ଥାନା ମତୋ ଫାଣ୍ଡି ଅଧିନ କରାଣ୍ଡିମାଳ ଗାଁର ସୀମା ସାହୁ ଚଳିତ ମାସ ୯ ତାରିଖରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। 

ପରିବାରଲୋକଙ୍କ କହିବାନୁସାରେ, ଗତକାଲି (ମଙ୍ଗଳବାର) ରାତିରେ ସୀମା ତାଙ୍କ ମା’ଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ହସ୍‌ପିଟାଲ୍‌‌ର କେତେକ କର୍ମଚାରୀ ତାଙ୍କ ସହ କଥା ହେଉନଥିବା ଓ ମାନସିକ ନିର୍ଯାତନା ଦେଉଥିବା କହିଥିଲେ। ଆଜି (ବୁଧବାର) ସକାଳେ ହସ୍‌ପିଟାଲ୍‌ ପରିସରରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। 

ସମ୍ବଲପୁର: ମହାନଦୀର ନବ ନିର୍ମିତ ଚାଉଁରପୁର ବ୍ରିଜ୍‌ ଉପରୁ ଡେଇଁ ଦୁଇ ଗର୍ଭବତୀ ମହିଳା ଆତ୍ମହତ୍ୟା ଉଦ୍ୟମ। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକ ସେମାନଙ୍କୁ ଅଟକାଇବା ସହିତ ପୁଲିସକୁ ସୂଚନା ଦେଇଥିଲେ।

ଅପରପକ୍ଷରେ, ଅନ୍ୟ କର୍ମଚାରୀଙ୍କ ବିରୋଧରେ ସୀମା କୌଣସି ଅଭିଯୋଗ କରିନଥିବା ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି।  ଗତକାଲି କାମ ପରେ ସେ ହସ୍ପିଟାଲ ପରିସରରେ ସ୍ବାଭାବିକ ଭାବେ ବୁଲାବୁଲି କରୁଥିଲେ ।

ସୂଚନା ପାଇ ପୁରୁଣା ବଜାର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ମୂଳେ ଥାନାରେ ମାମଲା ରୁଜୁ କରାଯାଇ ଶବବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.