Horoscope 2026 September 25: ଜାଣନ୍ତୁ ଆଜିର ରାଶିଫଳ...

3 hours ago 2
ARTICLE AD BOX

ମେଷ: ଘରକୁ କୌଣସି ବନ୍ଧୁ ଆସିବେ। ବିଲଡର୍ସଙ୍କୁ ଧନଲାଭ ହେବ। ଶିକ୍ଷକଙ୍କର ପଦୋନ୍ନତି ଯୋଗ ଅଛି। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ। 

ବୃଷ: ବାପାଙ୍କୁ ଆପଣଙ୍କର କୌଣସି କାମ ପାଇଁ ଗର୍ବ ହେବ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଶତ୍ରୁ ଆପଣଙ୍କଠାରୁ ଦୂରତ୍ବ ବନାଇ ରହିବେ। ରାଜନୀତିରେ ସଫଳତା ପାଇବେ। 

ମିଥୁନ: ଆଗକୁ ବଢ଼ିବା ଲାଗି ଦିନଟି ବହୁତ ଭଲ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

କର୍କଟ: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିବେ। ଜୀବନସାଥୀ ସହିତ ସିନେମା ଦେଖିବାର ଯୋଜନା କରିବେ। ବ୍ୟବସାୟ କାମରେ ଭାଇ ସହଯୋଗ କରିବେ।

ସିଂହ: କ୍ୟାରିୟରରେ ଆପଣ କାହାରି ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ। ପ୍ରଶାସନିକ ସେବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ନୂଆ ଅବସର ପାଇବେ।

କନ୍ୟା: ଭାଗ୍ୟ ଆପଣଙ୍କ ସାଥୀରେ ରହିବ। ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁନାହିଁ। ଜମି ବିକ୍ରୟ କରିବାକୁ ଚାହୁଥିଲେ ଯଥେଷ୍ଟ ଲାଭ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।

ଆହୁରି ପଢ଼ନ୍ତୁ- 🔴Heavy rain: ଆସନ୍ତାକାଲି ଗଜପତି ଜିଲ୍ଲାରେ ସ୍କୁଲ ବନ୍ଦ

ତୁଳା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ କାହାରିକୁ ମନର କଥା କହିପାରନ୍ତି। ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢ଼ିବ। ବାପାମାଆ ପିଲାଙ୍କ ସହିତ ସମୟ ବିତାଇବେ। 

ବିଛା: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ରାଜନୀତିରେ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ଧନୁ: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଅଫିସ କାମରେ ଲାଗି ରହିଥିବା ବାଧା ସମାପ୍ତ ହେବ। ଡ଼ାକ୍ତରୀ ଛାତ୍ର ସିନିୟରଙ୍କ ସାହାଯ୍ୟ ପାଇବେ।

ମକର: ଜୀବନସାଥୀ ଆପଣଙ୍କୁ ଦେଇଥିବା ବଚନ ପୂରା କରିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବାପା ନିଜର ପିଲା ପାଇଁ ଦରକାରୀ ଜିନିଷ କିଣିବେ।

କୁମ୍ଭ: ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହୋଇପାରେ। କାମରେ ଘର ଲୋକଙ୍କର ପୂରା ସହଯୋଗ ପାଇବେ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିପାରନ୍ତି।

ମୀନ: ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ। ସମାଜ ହିତରେ କରିଥିବା କାମ ପାଇଁ ସମ୍ମାନିତ ହେବେ। ସଡ଼କରେ ଚାଲୁଥିବା ସମୟରେ ସତର୍କ ରହନ୍ତୁ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.