Horoscope 2026 September 07: ଜାଣନ୍ତୁ ଆଜିର ରାଶିଫଳ

1 hour ago 2
ARTICLE AD BOX

୭ ସେପ୍‌ଟେମ୍ବର ୨୦୨୬, ‌ସୋମବାର। ତିଥି: ଭାଦ୍ରବ କୃଷ୍ଣ ଏକାଦଶୀ। ନକ୍ଷତ୍ର: ପୁନର୍ବସୁ। ଚନ୍ଦ୍ର: ମିଥୁନ। ଅଜା/କାଳୀୟଦଳନ ଏକାଦଶୀ (ସର୍ବସମ୍ମତ), ଶ୍ରୀମନ୍ଦିରରେ କାଳୀୟଦଳନ ବେଶ, ଧେନୁକାବଧ ପ୍ରସ୍ତାବ। ସୂର୍ଯ୍ୟୋଦୟ: ୫ଟା୩୫, ସୂର୍ଯ୍ୟାସ୍ତ: ୫ଟା୫୩। ଘାତଚନ୍ଦ୍ର: କନ୍ୟା। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୩୫ରୁ ୭ଟା୮, ଦିବା ୧୦ଟା୩୦ରୁ ୧୨ଟା୫୮, ଦିବା ୪ଟା୨୧ରୁ ୫ଟା୪, ସନ୍ଧ୍ୟା ୬ଟା୪୦ରୁ ୯ଟା ପର୍ଯ୍ୟନ୍ତ।

ମେଷ: ନୂଆ ଜମି କିଣାବିକା କରିବାର ଥିଲେ ଭଲଭାବେ ଯାଞ୍ଚ ପରଖ କରି ନିଅନ୍ତୁ। ପରିବାରରେ ମନୋରଞ୍ଜନ ସଂପର୍କିତ ଯାତ୍ରାର କାର୍ଯ୍ୟକ୍ରମ ହେବ। ବିଦ୍ୟାର୍ଥୀଙ୍କର ଲାଗି ରହିଥିବା ବାଧା ଦୂର ହେବ।‌

ବୃଷ: ଆମଦାନିରେ ଅଧିକ ଲାଭ ମିଳିବା ଯୋଗୁଁ ଆଶ୍ବସ୍ତ ଅନୁଭବ କରିବେ। ଛାତ୍ରଛାତ୍ରୀ ଅଧ୍ୟୟନରେ ଏକାଗ୍ରତା ରଖିଲେ ଉଚିତ ପରିଣାମ ପାଇବେ। ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ। ‌

ମିଥୁନ: ଜମି ସମ୍ବନ୍ଧୀୟ ସମସ୍ୟା ବାରମ୍ବାର ଯାଆସ ପରେ ଦୂର ହୋଇଯିବ। ଚାକିରିରେ ଭଲ ଆୟ ହେବ। ସିଲେଇ କାମ କରୁଥିବା ଲୋକ ଗ୍ରାହକଙ୍କ ଠାରୁ ଭଲ ଲାଭ ପାଇବେ। ବନ୍ଧୁ ସହିତ ଭଲ ତାଳମେଳ ରହିବ। ‌

କର୍କଟ: ଆପଣଙ୍କ ବ୍ୟବହାରରେ କିଛି ସୁଧାର ଆଣିବାର ଅଛି। ଆପଣଙ୍କର ତରବରିଆ ସ୍ବଭାବ ଲୋକମାନଙ୍କ ଲାଗି ସମସ୍ୟା ଉତ୍ପନ୍ନ କରିପାରେ। ବ୍ୟାୟାମ ଓ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ।‌
ସିଂହ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। କୌଣସି ବି ପରସ୍ଥିତିରେ ଭୟଭୀତ ନହୋଇ ନିଜର ବୁଦ୍ଧିବଳ ଓ କାର୍ଯ୍ୟଦକ୍ଷତା ଉପଯୋଗ କରନ୍ତୁ, ଉଚିତ ସମାଧାନ ବାହାରି ଆସିବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ। ‌

କନ୍ୟା: ଚାକିରିଆଙ୍କ ଲାଗି ଦିନଟି ଭଲ। ପଦୋନ୍ନତି ବା ଦରମା ବୃଦ୍ଧି ହେବ। ଭାଇ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କିଛି ସମୟ ଆଧ୍ୟାତ୍ମିକ ସ୍ଥାନ ବା ଏକାନ୍ତରେ ବିତାନ୍ତୁ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ‌

ତୁଳା: ଆପଣ ବାପାମାଆଙ୍କୁ ମନର କଥା କହିବେ। ପରିବାର ସହିତ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବେ, ଯାହା ଦ୍ବାରା ଆପଣଙ୍କ ମନକୁ ଶାନ୍ତି ମିଳିବ। ଦୂର ସଂଚାର ମାଧ୍ୟମରେ ଶୁଭ ସୂଚନା ପାଇବେ। 

ବିଛା: ନକାରାତ୍ମକ ଚିନ୍ତାରୁ ନିବୃତ୍ତ ରହନ୍ତୁ। ସବୁ କାମ କରିବାରେ ସଫଳ ହେବେ। ବକେୟା ଧନ ପାଇବେ। ଓକିଲଙ୍କ ଲାଗି ଦିନଟି ଉତ୍ତମ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। 
ଧନୁ: କାମ ପ୍ରତି ସମର୍ପିତ ରହିବା ଯୋଗୁଁ ଖୁବ୍ ଶୀଘ୍ର ସଫଳତା ଆଡ଼କୁ ଅଗ୍ରସର ହେବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବା ଯୋଗୁଁ ଭଲ ଅନୁଭବ କରିବେ। ଜୀବନସାଥୀ ସହିତ ଫିଲ୍ମ ଦେଖିବାର ଯୋଜନା କରିବେ।

ମକର: ଆପଣଙ୍କୁ ନିର୍ଦ୍ଧାରିତ ସମୟରେ କୌଣସି ମାମଲାର ଫଇସଲା କରିବାକୁ ହେବ। ତେବେ ଯାଇ ଭଲ ପରିଣାମ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ଅଯଥା କଥା ଠରୁ ଦୂରରେ ରହନ୍ତୁ। ଛାତ୍ରଛାତ୍ରୀ ଆହୁରି ପରିଶ୍ରମ କରନ୍ତୁ। 

କୁମ୍ଭ: ମାନସିକ ଦ୍ବନ୍ଦ୍ବର ନିବାରଣ ହେବା ଯୋଗୁଁ ଆପଣ ପ୍ରସନ୍ନ ରହିବେ। ଯେଉଁ କାମକୁ ହାତକୁ ନେବେ ତାକୁ ପୂରା ମନ ଲଗାଇ କରିବେ। ନୂଆ ଅଭିଜ୍ଞତା ମିଳିବ। ସାମାଜିକ ପରିସର ବଢ଼ିବ। କୌଣସି ବନ୍ଧୁର ସହଯୋଗ ନେବେ। 

ମୀନ: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ଲେଖନ କ୍ଷେତ୍ରରେ ଥିବା ଲୋକ ଖୁସି ଖବର ପାଇବେ। ଆପଣଙ୍କ ରଚନାକୁ ଲୋକେ ଖୁବ୍ ପସନ୍ଦ କରିବେ। ବାଣୀ ଉପରେ ସଂଯମ ରଖନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.