Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ

1 hour ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ସମ୍ବାଦ ଓ ଆମ ଓଡ଼ିଶା ଆନୁକୂଲ୍ୟରେ ‘ସମ୍ବାଦ’ର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଅବସରରେ ସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିଲା ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, ଓ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଜିଲ୍ଲାର  ୧୨ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିତ୍ରାଙ୍କନରେ ୯୮୯,ହସ୍ତାକ୍ଷରରେ ୧୨୮୮ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ୭୦୯ଜଣ ଛାତ୍ରଛାତ୍ରୀ ଏଭଳି ୨୯୯୬ଜଣ ପ୍ରତିଯୋଗୀ ଭାଗ ନେବା ସହ  ୧୦୮ଜଣ ପ୍ରତିଯୋଗୀ ରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି।

ଦାରୁବନ୍ଧସାହିସ୍ଥିତ ସରସ୍ବତୀଶିଶୁ ବିଦ୍ୟାମନ୍ଦିର କେନ୍ଦ୍ରରେ  ଚିତ୍ରାଙ୍କନରେ ୧୭୨, ହସ୍ତାକ୍ଷରରେ  ୯୬, ଭାଷାଜ୍ଞାନ-ପ୍ରବନ୍ଧରେ ୫୨ଜଣ ଏଭଳି ୩୨୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନରେ ପ୍ରଥମ ଟେକ୍ନୋଗୁରୁକୂଳର ପ୍ରିୟାଂଶୁ ପାଣିଗ୍ରାହୀ, ଦ୍ବିତୀୟ ପେରଣ୍ଟସ୍ ପ୍ରାଇଡ ପବ୍ଲିକ ସ୍କୁଲର ଦେବାଂଶ ମିଶ୍ର , ତୃତୀୟ ପ୍ରଥମ ଟେକ୍ନୋଗୁରୁକୂଳର ସୁମିତ କୁମାର ଗୁପ୍ତା, ହସ୍ତାକ୍ଷରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଓମ ପ୍ରକାଶ ବେହେରା, ମନସ୍ବିନୀ ବାରିକ, ଅର୍ପିତା ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓତୃତୀୟ ସ୍ଥାନ ଲାଭ କରିଥିଲେ। ଭାଷାଜ୍ଞାନରେ ପ୍ରଥମ  ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସୂରଜ ସିଂ, ଦ୍ବିତୀୟରେ ଟେକ୍ନୋଗୁରୁକୁଳର ଦିବ୍ୟଜ୍ୟୋତି ପଣ୍ଡା ଓ ତୃତୀୟ ଶ୍ରୀବେନ ଷଡଙ୍ଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। 

ଏଥିରେ ଅତିଥି ଭାବେ ସ୍ମାର୍ଟଗୁରୁକୂଳର ଅଧ୍ୟକ୍ଷ ଅମିତ ମହାପାତ୍ର, ଆଇନଜୀବୀ ରାମ ପ୍ରସାଦ ପାତ୍ର, ସରକାରୀ ଓକିଲ କିଶୋରୀ ପଟ୍ଟନାୟକ, କାଉନସିଲର ଏ.ସତୀଶ, ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପ୍ରଦୀପ ହୋତା ଯୋଗ‌ ଦେଇଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ  ଡ.ସିଏଚ ସାଇରମେଶ, ସତ୍ୟନ୍ଦ୍ର ନାରାୟଣ ଦାଶ, ଶଙ୍ଖନାଦ ପ୍ରଧାନ, ପର୍ଶୁରାମ ସାହୁ, ସୂର୍ଯ୍ୟନାରାୟଣ ବେହେରା, ବସନ୍ତ ବେନ୍ୟା, ଶୁଭେନ୍ଧୁ ପଣ୍ଡା, ଏ.ସାଇରକ୍ସିତା, ମଧୁଛନ୍ଦା ପଣ୍ଡା ଯୋଗ ଦେଇଥିଲେ। 

ngp-annual competiotion-1 (2)sisumandir

ପରୀକ୍ଷକ ଭାବେ ରଶ୍ମିତା ମହାପାତ୍ର, ହରିଶ୍ଚନ୍ଦ୍ର ମହାନ୍ତି, ସୁନୟନା ପଣ୍ଡା, ପରଦେଶୀ ପୂଜାରୀ, ପ୍ରଶାନ୍ତିରାମ ତ୍ରିପାଠୀ, ସଙ୍ଗୀତା ଶତପଥୀ, ସଙ୍ଗୀତା ଷଡଙ୍ଗୀ,ସୁନିତା ଗୌଡ, ମଞୁଲତା ସାହୁ, ତପସ୍ବିନୀ, କବିତା ହୋତା, ଅନିମା ସାହୁ, ସ୍ବିକୃତି ପଣ୍ଡା, ମିତାଞଳୀ ପଟ୍ଟନାୟକ, ସସ୍ମିତା ଚୌଧୁରୀ, ନର୍ମଦା ପାଣିଗ୍ରାହୀ, ସସ୍ମିତା ପଣ୍ଡା, ଦେବୀଶ୍ବରୀ ପାଣିଗ୍ରାହୀ, ଶ୍ରଦ୍ଧାଂଜଳି ଭୁକ୍ତା, ଅଂଜଳି ମିଶ୍ର, ସୁଚିତ୍ରା ଗନ୍ତାୟତ, ସସ୍ମିତା ରଥ, ମୀନାସିଂ, ବନିତା ପାଢ଼ୀ, ବିଜୟଲକ୍ଷ୍ମୀ ମହାପାତ୍ର,ଦୀପା ରାଣୀ ଜେନା, ତୃପ୍ତୀରେଖା ପାତ୍ର, ସୁନିତା ପଣ୍ଡା, ନିହାରିକା ପଟ୍ଟନାୟକ, ସାଇ ଗଣେଶ ଆଚାରୀ, ପ୍ରଶାନ୍ତ ରଥ, ଲେଖରାଜ ପଣ୍ଡା ଦାୟିତ୍ବ ନିଭାଇଥିଲେ। ଏକଲବ୍ୟ  କେନ୍ଦ୍ରରେ  ୪୨୪ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। 

ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା

ଚିତ୍ରାଙ୍କନରେ ୯୧, ହସ୍ତାକ୍ଷରରେ  ୨୦୭, ଭାଷାଜ୍ଞାନ-ପ୍ରବନ୍ଧରେ୧୨୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଚିତ୍ରାଙ୍କନରେ ପ୍ରଥମରେ ପ୍ୟାରଣ୍ଟସ୍ ପ୍ରାଇଡର ବି.ତାପସୀ, ଟେକ୍ନୋ ଗୁରୁକୂଳର ତୁଲସୀ ଭତ୍ରା, ପ୍ୟାରଣ୍ଟସ୍ ପ୍ରାଇଡର ଦିବ୍ୟଜ୍ୟୋତି ଛାଟୋଇ, ହସ୍ତାକ୍ଷରରେ ପ୍ରଥମ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଦୀପିକା ମାଝୀ, ଦ୍ବିତୀୟ  ଲଭଲି ବଂଜରା ଓ ତୃତୀୟ ପ୍ୟାରଣ୍ଟସ୍ ପ୍ରାଇଡର ସାଇସ୍ମରଣ ନାୟକ, ଭାଷାଜ୍ଞାନରେ ପ୍ରଥମରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସଞିତ କୁମାର ପୂଜାରୀ, ଦ୍ବିତୀୟ ସ୍ଥାନରେ ଉଦିତ ମାଝୀ, ତୃତୀୟ ସ୍ଥାନରେ ତନ୍ମୟ ଗାଧବାଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷା ସୁଭାସିନୀ  ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାର୍ଥୀ ଗୃପ ଅଫ ଇନିଷ୍ଟିଚ୍ୟୁସନର ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରସନ୍ନ କୁମାର ବସ୍ତିଆ, ଶିକ୍ଷାବିତ୍ ବିଜୟ କୁମାର ଚୌଧୁରୀ, ଆଇନଜୀବୀ ରାମପ୍ରସାଦ ପାତ୍ର, ସରକାରୀ ଓକିଲ କିଶୋରୀ ପଟ୍ଟନାୟକ ପ୍ରମୁଖ ଯୋଗ‌ ଦେଇଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ, ବିଜୟ ଚୌଧୁରୀ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ସତ୍ୟ ନାରାୟଣ ନାୟକ, ମୋହନ ମହାଙ୍କୁଡ, ମୋନାଲିସା ବାରିକ, ରୋଜା ରାଉଳ, ପୂଜା ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପର୍ଶୁରାମ ସାହୁ, ସୂର୍ଯ୍ୟନାରାୟଣ ବେହେରା, ବସନ୍ତ ବେନ୍ୟା, ପ୍ରମୁଖ ପରିଚାଳନା କରିଥିଲେ।  

ପରୀକ୍ଷକ ଭାବେ ଶ୍ରୀରାମ ଶାସ୍ତ୍ରୀ, ଗୁଲାମ ଜାଫର, ନିରୁପମା ରଥ, ତନୁସାଇ ଶବର ଦାୟିତ୍ବ ନିଭାଇଥିଲେ। ସମସ୍ତ ୨ଟି ଯାକ ପରୀକ୍ଷା କେନ୍ଦ୍ରକୁ ନବରଙ୍ଗପୁର ଜିଲ୍ଲା ସମ୍ବାଦ ପ୍ରତିନିଧି ସୁରେଶ କୁମାର ନାଇଡୁ ପରିଚାଳନା କରିଥିବା ବେଳେ ସମ୍ବାଦ ସାହିତ୍ୟଘରର ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ସମ୍ପାଦକ ଅଖିଳ ଭଟ୍ଟ, ସଭାପତି ଡ.ସାଇରମେଶ ରାଓ, ଏ ସତୀଶ, ଗୋପାଳ ମହାପାତ୍ର, ଟେକ୍ନୋଗୁରୁକୂଳର ଅଧ୍ୟକ୍ଷ ସଂଗ୍ରାମ ନାୟକ, ଉପାଧ୍ୟକ୍ଷା ସରିତା ମହାନ୍ତି, ମନୋଜ ପଟ୍ଟନାୟକ, ଦାଶରଥୀ ପଟ୍ଟନାୟକ, ବିଶ୍ବ ପାଣି କନକ ଟିଭି ପ୍ରତିନିଧି ଅମ୍ବିକା ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Read Entire Article
LEFT SIDEBAR AD

Hidden in mobile, Best for skyscrapers.