ARTICLE AD BOX
ମେଷ: ପାରିବାରିକ ସୌହାର୍ଦ୍ଦ ବଢ଼ିବ। ଶାନ୍ତ ମନରେ କାମ କରନ୍ତୁ ଜଲଦି ପୂରା ହେବ। ଅର୍ଥ ଚିନ୍ତା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ପାଠପଢ଼ାରେ ଶିକ୍ଷକଙ୍କର ସହଯୋଗ ପାଇବେ।
ବୃଷ: କୌଣସି କାମରେ ଅଧିକ ପରିଶ୍ରମ କରିବେ। ଅଧିକ ସମୟ ବ୍ୟସ୍ତ ରହିବେ। ନିଜ କାମରେ ଧ୍ୟାନକେନ୍ଦ୍ରିତ କରି ରଖନ୍ତୁ। ଏକରୁ ଅଧିକ ଉତ୍ସରୁ ଲାଭର ଯୋଗ ଅଛି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
ମିଥୁନ: ପରିଶ୍ରମ ତୁଳନାରେ ଫଳର ପରିମାଣ କମ୍ ରହିବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଅଫିସରେ ନୂଆ କାମର ଦାୟିତ୍ବ ଗ୍ରହଣ କରିବେ। ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ରହିବେ।
କର୍କଟ: କୌଣସି କାମ ପୂରା କରିବା ପାଇଁ ବଡ଼ ଭାଇର ସହାୟତା ନେବାକୁ ପଡ଼ିପାରେ। ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଆପଣଙ୍କୁ ସଫଳତା ମିଳିବା ଲାଗି ଭଲ ଯୋଗ ଅଛି। ଚାକିରି ପାଇଁ ଭଲ ପ୍ରସ୍ତାବ ପାଇବେ।
ସିଂହ: ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ଇଂଜିନିଅର୍ଙ୍କ ଲାଗି ଦିନଟି ବଢ଼ିଆ ରହିବ। ଭାଗୀଦାରିରେ କୌଣସି ଡିଲ୍ ଫାଇନାଲ୍ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ।
କନ୍ୟା: ଡାକ ବ୍ୟବସାୟୀଙ୍କର ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ପ୍ରଭାବ ବଜାୟ ରହିବ। ନବବିବାହିତ ଦମ୍ପତି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ତୁଳା: ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ହୋଟେଲ ରେସ୍ତେରାଁ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପାରିବାରିକ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଜୀବନସାଥୀର ସହଯୋଗ ପାଇବେ।
ବିଛା: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ପାଖରେ ଭଲ ମଉକା ଅଛି। କୌଣସି ବି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଯେଉଁ ବ୍ୟକ୍ତିଙ୍କୁ କେବେ ସାହାଯ୍ୟ କରିଥିଲେ ସେ ଆଜି ସାହାଯ୍ୟ କରିବେ।
ଧନୁ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆମୋଦ ପ୍ରମୋଦରେ ଅଧିକ ମନ ଲାଗିବ। ପରିବାରରେ ସୁଖ ଶାନ୍ତିର ପରିବେଶ ବଜାୟ ରହିବ। ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ।
ମକର: ପାରିବାରିକ ଅଶାନ୍ତି ଦୂର ହେବ। ସକାରାତ୍ମକ ଭାବନା ରଖନ୍ତୁ କାମରେ ସଫଳତା ପାଇବେ। ବ୍ୟବସାୟର ଭାଗୀଦାରଙ୍କ ସହିତ ଦୂର ସ୍ଥାନକୁ ଯିବେ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ପ୍ରେମ ଜୀବନ ମଧୁର ହେବ।
କୁମ୍ଭ: ବ୍ୟବସାୟରେ ଉନ୍ନତି ହେବ। ଅଧିକାରୀଙ୍କ ଠାରୁ ସମୟ ସମୟରେ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ।
ମୀନ: ଶିକ୍ଷାରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ରଖି ଆଗକୁ ବଢ଼ିବେ। ତରବରିଆ ଭାବରେ କାମ କରନ୍ତୁ ନାହିଁ। ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିବେ।

1 hour ago
2


