Horoscope 2026 October 20: ଜାଣନ୍ତୁ ଆଜିର ରାଶିଫଳ

3 hours ago 1
ARTICLE AD BOX

ମେଷ: ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ସହିତ ଆଗକୁ ବଢ଼ିବେ। ସାଙ୍ଗରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ନିଜର କାମ ତରବରିଆରେ କରନ୍ତୁ ନାହିଁ। କମ୍ ପରିଶ୍ରମରେ ଅଧିକ ଫଳ ପାଇବେ।‌

ବୃଷ: ଘର ଲୋକଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଟଙ୍କପଇସା ସମ୍ବନ୍ଧୀୟ ଫଇସଲା ଭାବିଚିନ୍ତି ନିଅନ୍ତୁ। ପରିଶ୍ରମର ବଢ଼ିଆ ପରିଣାମ ପାଇବେ। ‌

ମିଥୁନ: କାମ ସଂପୂର୍ଣ୍ଣ କରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ପ୍ରତିଯୋଗି ପରୀକ୍ଷା ସମ୍ବନ୍ଧୀୟ ଭଲ ଖବର ପାଇବେ। କୌଣସି ବିଶେଷ ବ୍ୟକ୍ତିଙ୍କ ଦ୍ବାରା ଲାଭ ପାଇବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ‌

କର୍କଟ: ବ୍ୟବସାୟ‌ରେ ଆଶାଠୁ ଅଧିକ ଲାଭ ହେବ। ଆପଣଙ୍କୁ ପାରିବାରିକ ଝଞଟରୁ ମୁକ୍ତି ମିଳିଯିବ। କାହାରି ଦେଇଥିବା ଅର୍ଥ ପାଇଯିବେ। ଶିକ୍ଷକଙ୍କର ଏକାଗ୍ରତା ଓ ପରିଶ୍ରମକୁ ନେଇ ସମ୍ମାନିତ କରାଯିବ। ‌

ସିଂହ: ନିଜର ବ୍ୟବହାର ସ୍ବଚ୍ଛତା କରିବା ପାଇଁ ଚେଷ୍ଟା କରିବେ। ହିସାବ କିତାବ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତା ଭରା ରହିବ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।

କନ୍ୟା: ନିଜ ଯୋଜନାରେ ଲୋକମାନଙ୍କୁ ସହମତ କରାଇନେବେ। ପରିବାରକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ। ‌

ତୁଳା: ବୁଲାବୁଲିରେ ଅଧିକ ସମୟ ବିତାଇବେ। ଅଫିସରେ କୌଣସି କାମକୁ ସହଜରେ କରିବେ। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବ୍ୟବସାୟରେ ଲାଭ ପାଇବେ। ‌

ବିଛା: ନୂଆ ପ୍ରୋଜେକ୍ଟରେ କାମ କରିବାର ମଉକା ପାଇବେ। ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ହୋଇଯିବ। ଆପଣଙ୍କ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଜମି ସଂପର୍କିତ କାର୍ଯ୍ୟ ଆଗକୁ ବଢ଼ିବ।

ଧନୁ: କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିବେ। କୌଣସି ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ପିଲା ଆପଣଙ୍କୁ ଶୁଭ ଖବର ଦେବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସୁସ୍ଥ ଅନୁଭବ କରିବେ।

ମକର: ଆପଣଙ୍କର ମହତ୍ବାକାଂକ୍ଷା ବୃଦ୍ଧି ହେବ। ଆପଣଙ୍କ ସକାରାତ୍ମକ ଚିନ୍ତା କାର୍ଯ୍ୟରେ ସହଯୋଗ କରିବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଚେଷ୍ଟା କରନ୍ତୁ।

କୁମ୍ଭ: ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। କୌଣସି କାମରେ ଅନୁମାନ ଠାରୁ ଅଧିକ ଲାଭ ହେବ। କୌଣସି ଫଇସଲା କରିବାରେ ଟିକେ କଷ୍ଟ ହେବ। ଇଂଜିନିୟରଙ୍କ ଲାଗି ଦିନଟି ଭଲ।

ମୀନ: ଆପଣଙ୍କ ପାଖରେ ବ୍ୟବସାୟ ବଢ଼ାଇବା ପାଇଁ ଭଲ ମଉକା ଅଛି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.