Horoscope 2026 July 30: ଜାଣନ୍ତୁ ଆଜିର ରାଶିଫଳ...

2 hours ago 2
ARTICLE AD BOX

ମେ‌ଷ: ଆପଣଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ଚୁଟ୍‌କିରେ ବାହାରି ଯିବ। ନିଜର ସଂପର୍କୀୟଙ୍କ ଠାରୁ ବହୁମୂଲ୍ୟ ଉପହାର ପାଇବା ଯୋଗୁଁ ମନ ପ୍ରସନ୍ନ ରହିବ। ସରକାରୀ କାମରେ ଲାଭର ସମ୍ଭାବନା।

ବୃଷ: ଆପଣଙ୍କ କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ହେବ। ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବାର ଅବସର ପାଇବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବା ଯୋଗ ଅଛି।

ମିଥୁନ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଜୀବନରେ ଭଲ ପରିବର୍ତ୍ତନ ପାଇଁ କିଛି ଭଲ ପରିବର୍ତ୍ତନ କରିବାକୁ ଚାହିବେ। ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ ହୋଇପାରେ। 

କର୍କଟ: ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦନଟିଏ। କୌଣସି ନୂଆ ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ। ପ୍ରତ୍ୟେକ ଛୋଟିଆ କଥା ଉପରେ ଅଧିକ ନଭାବିଲେ ଜୀବନ ସହଜ ହେବ। 

ସିଂହ: ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ମହିଳା ଜରୁରୀ ଅଧିବେଶ‌ନରେ ଯୋଗ ଦେବେ। ଧାର ପରିଶୋଧ କରିଦେବା ଯୋଗୁଁ ଚିନ୍ତା ସମାପ୍ତ ହେବ। ରାଜନୀତିକ ଲୋକଙ୍କ ଲାଗି ଦିନଟି ଅନୁକୂଳ ରହିବ। 

କନ୍ୟା: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରିଜୀବୀ ଅଧିକାରୀଙ୍କର ସାହାଯ୍ୟ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ପାରିବାରିକ ଜୀବନରେ ସୁଖୀ ରହିବେ।‌

ଆହୁରି ପଢ଼ନ୍ତୁ- Asian Games: ଏସୀୟ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଦଳ ଘୋଷିତ; ଓଡ଼ିଶାରୁ ଅମିତ, ଶିଳାନନ୍ଦ

ତୁଳା: ଆପଣଙ୍କ ମନ ଘରୋଇ କାମଧନ୍ଦାରେ ଲାଗିବ। ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାକୁ କହିବେ। ବାଣୀ ଉପରେ ସଂଯମ ରଖନ୍ତୁ। 

ବିଛା: ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କହିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। କୌଣସି ଜରୁରୀ ଅଧିବେଶନରେ ଯୋଗ ଦେବେ। ଭଉଣୀଙ୍କୁ କିଛି ଉପହାର ଦେଇପାରନ୍ତି। 

ଧନୁ: ଅଧିକ ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗିତିବିଧିରେ ବ୍ୟସ୍ତ ରହିବେ। ନିଜର କାମକୁ ନେଇ ଯେତିକି ତନ୍ମୟତା ଓ ପରିଶ୍ରମ କରିବେ ସେହି ଅନୁରୂପ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। 

ମକର: ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ସମାଜ କାମରେ ଯୋଗ ଦିଅନ୍ତୁ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ। ପ୍ରେମ ଜୀବନ ଭଲ ରହିବ। 

କୁମ୍ଭ: କୌଣସି କଥାକୁ ନେଇ ଦ୍ବନ୍ଦରେ ରହିବେ। ପରିବାର ସହିତ ଚଳଚ୍ଚିତ୍ର ଦେଖିବାର ‌ଯୋଜନା କରିପାରନ୍ତ। ନୂଆ କୌଶଳ ଶିଖିବାର ବିଚାର କରି ପାରନ୍ତି। ଜୀବନସାଥୀ ଠାରୁ ଉପହାର ପାଇବେ। 

ମୀନ: ଅଫିସରେ କାମର ବୋଝ ବଢ଼ିପାରେ। ଆର୍ଥିକ ମାମଲାରେ କୌଣସି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ ଯାହା ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.